ମୁକେଶ ଆବେଦନ ଖାରଜ

ନୂଆଦିଲ୍ଲୀ()  ନିର୍ଭୟା ଦୋଷୀ ମୁକେଶ ସିଂର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହାକୁ ଖାରଜ କରିଦେଇଥିଲେ ।

ସୂଚନା ଅନୁସାରେ , ନିର୍ଭୟାଙ୍କ ସହ ଯେଉଁଦିନ ଜଘନ୍ୟ କାଣ୍ଡ ଘଟିଥିଲା ସେଦିନ ରାତିରେ ମୁକେଶ ଦିଲ୍ଲୀରେ ନଥିବା ଆବେଦନରେ ଦର୍ଶାଇଥିଲା । ତେଣୁ ଫାଶୀଦଣ୍ଡ ରବ୍ଦ କରିବାକୁ ସେ ଆବେଦନରେ ଦର୍ଶାଇଥିଲା । ମୁକେଶ ତରଫରୁ ବରିଷ୍ଠ ଓକିଲ ଏମଏଲ ଶର୍ମା ପଟିଆଲା ହାଉସ କୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ। ତେବେ ପଟିଆଲା ହାଉସ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

ତେବେ ଆସନ୍ତାକାଲି ୫ଟା ୩୦ମିନିଟ୍ ରେ ଫାଶୀ ଦେବା ଲାଗି ନୂଆ ଡେଥ୍ ୱାରେଣ୍ଟ ଜାରି ହୋଇଛି । ଚାରିଜଣ ଦୋଷୀ ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ କୁମାର ସିଂ (୩୧)ଙ୍କୁ ଫାଶୀ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

7 + 16 =