ଜେଟଲି ଜଣେ ଉଚ୍ଚ କୋଟିର ସାଂସଦ ଓ ବିଜ୍ଞ ବ୍ୟକ୍ତି ଥିଲେ: ନବୀନ

ଭୁବନେଶ୍ୱର() ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭିର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜେଟଲି ଜଣେ ଦକ୍ଷ ପାର୍ଲାମେଣ୍ଟେରିଆନ ଓ ବିଜ୍ଞ ଆଇନଜୀବୀ ଥିଲେ । ନବୀନ ତାଙ୍କୁ ଜଣେ ଭଲ ମଣିଷ ବୋଲି ବର୍ଣ୍ଣନା କରିଛନ୍ତି ।

ତାସହ ଜେଟଲିଙ୍କ ବିୟୋଗର ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଟୁଇଟ କରି କହିଛନ୍ତି ଜେଟଲି ଜଣେ ବିଜ୍ଞ ରାଜନୀତିଜ୍ଞ ଥିଲେ ଏବଂ ଜଣେ ଅସାଧାରଣ ରାଜନେତା ଥିଲେ । ବିୟୋଗ ଖବର ପରେ ଜେଟଲିଙ୍କ ପତ୍ନୀ ଓ ପୁଅ ସହ କଥା ହୋଇ ତାଙ୍କୁ ସମବେଦନା ଜଣାଇଛନ୍ତି । ବିଦେଶ ଗସ୍ତ ବାତିଲ ନକରିବାକୁ କହିଛନ୍ତି ଜେଟଲିଙ୍କ ପରିବାର ।ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି । ଜେଟଲିଙ୍କ ଦେହାନ୍ତ ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି । କେବେଳ ସଂଗଠନର ଜଣେ ନେତା ନୁହେଁ ପରିବାରର ଜଣେ ଏଭଳି ସଦସ୍ୟଙ୍କୁ ହରାଇଲି । ଯାହାଙ୍କ ଠାରୁ ସବୁବେଳେ ମାର୍ଗଦର୍ଶନ ମିଳୁଥିଲା ବୋଲି ଶାହା ଟୁଇଟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + fourteen =