ଆଜି ସୁଦ୍ଧା ୨ଲକ୍ଷ ୧୯ହଜାର ୩୫୧ଜଣ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର() ଆଜି ପୁଣି ୨୪ ଘଂଟାର ଅପଡେଟ୍ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ସେ କହିଛନ୍ତି , ଏଯାଏଁ ସରିଛି ୬୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା । ଜଣଙ୍କୁ ଛାଡି ସମସ୍ତଙ୍କର ନେଗେଟିଭ୍ ରିପୋର୍ଟଆସିଛି । ସେହିପରି ବାହାରୁ ଆସିଥିବା ୨୬୨୬ ଜଣ ସରକାରୀ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରାଇଛନ୍ତି ।

ସେ ଆହୁରି କହିଛନ୍ତି କରୋନା ସତର୍କତାକୁ ନେଇ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି । ଏହାସହ ଆସନ୍ତାକାଲିଠୁ ଅନ୍ୟ ଧର୍ମ ସ୍ଥଳ ଗୁଡ଼ିକରେ ମଧ୍ୟ ଦର୍ଶନ ଉପରେ କଟକଣା ଲାଗୁ ହୋଇଛି । ସାଂସ୍କୃତିକ ଅନୁଷ୍ଠାନ ଉପରେ କଟକଣା ଲାଗିଛି ।ସେହିପରି ମାଟ୍ରିକ ପରୀକ୍ଷା ମୂଲ୍ୟାୟନକୁ ମଧ୍ୟ ସ୍ଥଗିତ କରାଯାଇଛି ।

ଆଜି ସୁଦ୍ଧା ସାରା ବିଶ୍ୱରେ ୨ଲକ୍ଷ ୧୯ହଜାର ୩୫୧ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଭାରତରେ ୧୭୪ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ୬୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୬୦ଟି ନେଗଟିଭ୍ ଓ ୧ପଜିଟିଭ ବାହାରିଛି । ଓଡ଼ିଶାରେ କରୋନା ରେ ଆକ୍ରାନ୍ତ ଥିବା ବ୍ୟକ୍ତି ଜଣକ ଭଲ ଅଛନ୍ତି ।

ଗତ ୨୪ ଘଣ୍ଟାରେ ୧୦୪କୁ ୧୨ ହଜାରରୁ ଅଧିକ କଲ ଆସିଛି । ଏହାସହ ବିଭିନ୍ନ ଜିଲ୍ଳାରୁ ପୋର୍ଟାଲରେ ୨୬୨୬ଟି ରେଜିଷ୍ଟ୍ରେସନ ହୋଇଛି । ୬୭୮୯ ପଞ୍ଚାୟତରେ ଏନେଇ ବୈଠକ ମଧ୍ୟ କରାଯାଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏସଏସପିଡ଼ି ଅଧୀନରେ ୪ମାସର ଭତ୍ତା ଆଗୁଆ ଦିଆଯାଇଛି ।

ସେହିପରି ଜ୍ୱର, କାଶ ହେଲେ ସରକାରୀ କର୍ମଚାରୀ ୧୪ଦିନ ଘରେ ରହିବେ । କରୋନା ସତର୍କତାକୁ ଦୃଷ୍ଟିରେ ରଖି ସେ ପରାମର୍ଶ ଦେଇଛନ୍ତି ଯେ ପୋଖରୀ ପାଣିରେ ଗାଧେଇବାରୁ ଦୂରେଇ ରୁହନ୍ତୁ । ଭିତରକନିକା ଭଳି ଅଭୟାରଣ୍ୟ ଓ ପାର୍କରେ ଭ୍ରମଣ ସ୍ଥଗିତ ଅଛି । କୁକୁଡ଼ା, କୁକୁଡ଼ା ଅଣ୍ଡା ଖାଇବାରେ କୌଣସି ଅସୁବିଧା ନାହିଁ । ପୋଷା କୁକୁର , ବିଲେଇ ଥିଲେ ସେମାନଙ୍କୁ ବାହାରେ ନଛାଡ଼ି ଘରେ ରଖନ୍ତୁ । କରୋନା ନେଇ କିଛି ଜାଣିବାକୁ ଚାହୁଁଥିଲେ ୧୦୪କୁ କଲ କରି ବୁଝନ୍ତୁ । ୧୦୪ କେନ୍ଦ୍ରରେ ପରାମର୍ଶ ପାଇଁ ୧୪ଜଣ ଡାକ୍ତର ନିଯୁକ୍ତ ଅଛନ୍ତି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × two =