ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ,ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା

ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବେ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଖବର ଅନୁଯାୟୀ, ଗତକାଲି ରାତିରେ ଦୁଇଟି ଜଙ୍ଗଲୀ ହାତୀ ନନ୍ଦନକାନନ ଭିତରେ ପଶିଛନ୍ତି । ହାତୀ ଦୁଇଟି ନନ୍ଦନକାନନରେ ଥିବା ଜିରାଫ ଖୁଆଡ଼ ପଛପାଖେ ଲୁଚିଥିବା ସନ୍ଦେହ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଛନ୍ତି ।

ଆଜି ସକାଳୁ ନନ୍ଦନକାନନ ଭିତରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ବନବିଭାଗ ପକ୍ଷରୁ ବଣୁଆ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି। ନନ୍ଦନକାନନ ଓ ଚନ୍ଦକା ୱାଇଲ୍‌ଡ ଡିଭିଜନର କର୍ମଚାରୀ ହାତୀ ଘଉଡାଇବାରେ ନିୟୋଜିତ ଅଛନ୍ତି। ତେବେ ରାଜ୍ୟ ବଟନିକାଲ ଗାର୍ଡେନ୍‌ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି।
 
 

 

 
 

 

Share

Leave a Reply

Your email address will not be published. Required fields are marked *

five − three =