ଦେଶ ଛାଡିଲେ ପୂର୍ବତନ ୟୁକ୍ରେନ ସୁନ୍ଦରୀ

ଦେଶ ଛାଡିଲେ ପୂର୍ବତନ ୟୁକ୍ରେନ ସୁନ୍ଦରୀ ଭେରୋନିକା ଡିଡୁସେନକୋ । ନିଜର ୭ ବର୍ଷର ପୁଅକୁ ଧରି କିଭ ଛାଡିଛନ୍ତି ଭେରୋନିକା ।
ଭେରୋନିକା ୨୦୧୮ରେ ୟୁକ୍ରେନ ସୁନ୍ଦରୀର ମୁକୁଟ ପିନ୍ଧିଥିଲେ । ଭେରୋନିକା କହିଛନ୍ତି, ‘ସେ ଓ ତାଙ୍କ ୭ ବର୍ଷର ପୁଅ ଆକ୍ରମଣର ପୂର୍ବଦିନ ଆକାଶ ପଥରେ ଯୁଦ୍ଧ ସାଇରନ୍‌ ଓ ବିସ୍ଫୋରଣ ଶବ୍ଦ ଶୁଣି ନିଦରୁ ଉଠିପଡିଥିଲେ। ଏହାପରେ ସେ ତୁରନ୍ତ ଘର ଖାଲି କରିଥିଲେ। ପରେ ଅନ୍ୟ ହଜାର ହଜାର ଲୋକଙ୍କ ସହ ମିଶି ଚାଲିଚାଲି ୟୁକ୍ରେନ୍‌ ସୀମା ପାଖକୁ ଆସିଥିଲେ। ତେବେ ୟୁକ୍ରେନ୍‌ ସୀମା ପାଖକୁ ଯିବା ଏତେ ସହଜ ନଥିଲା। ଚାଲି ଚାଲି ଯିବା ବାଟରେ ବି ବିସ୍ଫୋରଣ ଏବଂ ରକେଟ୍‌ ହମଲାର ଭୟଙ୍କର ଶବ୍ଦ ଶୁଣିବାକୁ ମିଳୁଥିଲା।’

କିଭ୍‌ରୁ ବାହାରିବା ପରେ ଭେରୋନିକା ନିଜ ପୁଅ ସହ ମୋଲ୍‌ଡୋଭାରେ ପହଞ୍ଚିଥିଲେ। ଏହାପରେ ସେଠାରୁ ସ୍ୱିଜରଲ୍ୟାଣ୍ଡ ସ୍ଥିତି ଜେନେଭା ଯାଇ ପୁଅକୁ ଛାଡିଥିଲେ। ସେଠାରୁ ଭେରୋନିକା ଅଲ୍‌ରେଡ୍‌ଙ୍କ ସହ ସାମ୍ବାଦିକ ସମ୍ମିଳନୀ ପାଇଁ ଆମେରିକା ଆସିଥିଲେ।

ଏବେବି ଅନେକ ଛୁଆ ଓ ମା’ ଭୟଭୀତ ଅବସ୍ଥାରେ ଅଛନ୍ତି। ଅନେକ ଗର୍ଭବତୀ ମହିଳାମାନେ ମଧ୍ୟ ସେଠାରେ ଅଛନ୍ତି। ଏପରିକି ବମ୍‌ ଶେଲ୍ଟର ଭିତରେ କିଛି ମହିଳା ନବଜାତ ଶିଶୁଙ୍କୁ ଜନ୍ମ ମଧ୍ୟ ଦେଇଛନ୍ତି। ସେମାନଙ୍କ ଅବସ୍ଥା ବେଶ୍‌ ଦୟନୀୟ ରହିଛି। ସେମାନଙ୍କୁ ସହାୟତା ଦରକାର ବୋଲି କହିଛନ୍ତି ପୂର୍ବତନ ୟୁକ୍ରେନ୍‌ ସୁନ୍ଦରୀ।

Share

Leave a Reply

Your email address will not be published. Required fields are marked *

fifteen + 12 =