ରାକ୍ଷୀଙ୍କୁ କଚାଡିଦେଲେ ରେସଲର୍ସୂ

ଚନା ଅନୁସାରେ ରାକ୍ଷୀ ପଞ୍ଚକୁଲାର ତାଉ ଦେବୀଲାଲ୍ ଷ୍ଟାଡିୟମ୍ରେ ଆୟୋଜିତ ହୋଇଥିବା CWE ରେସ୍ଲିଂ ପ୍ରୋଗ୍ରାମ୍ରେ ଆହତ ହୋଇଛନ୍ତି। ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଘଟଣା ଏହିପରି: ଏକ ଦିବସୀୟ CWE ଚାମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ଏଠାରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ରେସ୍ଲିଂ ଖେଳାଳି ଦି ଗ୍ରେଟ୍ ଖଲ୍ଲୀଙ୍କ ସହିତ ଅନେକ ବଡ଼ ବଡ଼ ରେସଲର୍ ଆସି ପହଞ୍ଚିଥିଲେ।
ମହିଳା କୁସ୍ତି ଯୋଦ୍ଧା ରୋବେଲ୍ ରିଙ୍ଗ୍ ମଧ୍ୟ ପଞ୍ଚକୁଲାରେ ପହଞ୍ଚିବା ପରେ ତାଙ୍କର ସମ୍ମୁଖୀନ ହେବା ପାଇଁ ସେ ପଞ୍ଚକୁଲାର ମହିଳାମାନଙ୍କୁ ଆହ୍ୱାନ କରିଥିଲେ। ରୋବେଲ୍ ଚ୍ୟାଲେଞ୍ଜ୍ କରି କହିଥିଲେ ଯେ, “ଯଦି ପଞ୍ଚକୁଲାର କୌଣସି ମହିଳା ମଧ୍ୟରେ ଶକ୍ତି ଅଛି, ତେବେ ସେ ମୋ ସହିତ ଆସି କୁସ୍ତି କରନ୍ତୁ।
ରୋବେଲ୍ଙ୍କ ଆହ୍ୱାନକୁ ସ୍ୱୀକାର କରି ରାକ୍ଷୀ ମଇଦାନକୁ ଡେଇଁ ପଡିଥିଲେ। ରାକ୍ଷୀ ପ୍ରଥମେ ରୋବେଲ୍ଙ୍କ ପାଖରେ ଡ୍ୟାନ୍ସ୍ର ଚାଲେଞ୍ଜ୍ ରଖିଥିଲେ। ଚାଲେଞ୍ଜ୍ ଅନୁସାରେ ରୋବେଲ୍ ଗୋଟିଏ ଗୀତରେ ରାକ୍ଷୀଙ୍କ ସହିତ ନାଚିଥିଲେ। କିନ୍ତୁ ତୁରନ୍ତ ଗୀତ ସରିବା ପରେ ରୋବେଲ୍ ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡ଼ି ଦେଇଥିଲେ।
ତଳେ ପଡ଼ିବା ପରେ ଆଠ ମିନିଟ୍ ପର‌୍ୟ୍ୟନ୍ତ ରାକ୍ଷୀ ରିଙ୍ଗରେ ପଡ଼ି ରହିଥିଲେ। ଏହି ସମୟରେ କିଛି କଳାକାର ଦବଙ୍ଗ୍ ଗୀତରେ ନାଚିଥିଲେ। କିନ୍ତୁ ନାଚ ସରିବା ପରେ ମଧ୍ୟ ରାକ୍ଷୀ ରିଙ୍ଗ୍ରୁ ଉଠି ପାରି ନ ଥିଲେ। ରାକ୍ଷୀଙ୍କ ଅଣ୍ଟାରେ ଆଘାତ ଲାଗିଥିବା କାରଣରୁ ସେ ଉଠି ପାରୁ ନ ଥିବା କଥା ଜଣାପଡ଼ିଥିଲା ଏବଂ ଦୁଇ ଜଣ ଲୋକ ରାକ୍ଷୀଙ୍କୁ କାନ୍ଧରେ ଉଠାଇ ରିଙ୍ଗ୍ ବାହାରକୁ ନେଇଥିଲେ। ପରେ ରାକ୍ଷୀ ଆଘାତ ପାଇବା କଥା ଆୟୋଜକ ସମସ୍ତଙ୍କୁ ଜଣାଇଥିଲେ।

Share

Leave a Reply

Your email address will not be published. Required fields are marked *

20 + 7 =