ଆଗୁଆ ସରିଲା ବିଧାନସଭା

ଭୁବନେଶ୍ୱର ()  ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ । ଜୁନ 25 ତାରିଖରୁ ଆରମ୍ଭ ହୋଇଥିବା ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା । ଅଗଷ୍ଟ 8 ତାରିଖରେ ଅଧିବେଶନ ଶେଷ ହେବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବା ବେଳେ 4ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ହୋଇଛି ।

ଦୁଇଟି ପର୍ଯ୍ୟାୟରେ 25ଟି କାର୍ଯ୍ୟଦିବାସରେ 5ଟି ବିଲ ଗୃହର ମଞ୍ଜୁରୀ ପାଇଛି । 209-20 ଆର୍ଥିକ ବର୍ଷ ପାଇଁ ପୂର୍ଣାଙ୍ଗ ବଜେଟ ସହ ଓଡିଶା ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଭରଣା ପାଇଁ ସ୍ୱତନ୍ତ୍ର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଥିଲା । ଏଥିସହ ଓଡିଶା ଲୋକାଯୁକ୍ତ ଆଇନରେ ସଂଶୋଧନ, ଓଡିଶା ମୁକ୍ତ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ଓ ଏସିଆନ ସ୍କୁଲ ଅଫ ବିଜନେସ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ ବିଲ ବିଧାନସଭାର ମଞ୍ଜୁରୀ ଲାଭ କରିଛି ।

ଅଧିବେଶରେ କିଛି ବିଧାୟକ ଗୃହରେ ଶୃଙ୍ଖଳିତ ଆଚରଣ ଉପରେ ଗୁରୁତ୍ୱ ଦେଇଥିବା ବେଳେ ନୂଆ ବିଧାୟକଙ୍କ ପାଇଁ ଶିକ୍ଷଣୀୟ ହୋଇଥିବା କହିଛନ୍ତି । ବିଧାନସଭାରେ ଆଉ କୌଣସି ସରକାରୀ କାର୍ଯ୍ୟ ନଥିବାରୁ ଗୃହକୁ 4ଟି କାର୍ଯ୍ୟ ଦିବସ ପୂର୍ବରୁ ମୁଲତବୀ କରିବାକୁ ବିଜେଡି ବିଧାୟକ ପ୍ରତାପ ଦେବ ପ୍ରସ୍ତାବ ଦେଇଥିଲେ । ଏହାକୁ ଅନ୍ୟମାନେ ସମର୍ଥନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

16 + sixteen =