ରାଜନୀତିରେ ମାତ ଖାଇ ମନ୍ତ୍ରୀଙ୍କ ପୁଅଙ୍କୁ ଘେରିବାକୁ ଚକ୍ରାନ୍ତ

ଭୁବନେଶ୍ବର () କେନ୍ଦୁଝର ଜିଲ୍ଲାରେ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ରାଜନୈତିକ ସଫଳତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ବିରୋଧୀ । ଯେଉଁଥିପାଇଁ ତାଙ୍କୁ କିମ୍ବା ତାଙ୍କ ପୁଅଙ୍କୁ ବିଭିନ୍ନ ଘଟଣାରେ ଫସେଇବାକୁ ଚେଷ୍ଟା କରାଯାଉଛି । ଏବେ କେଦୁଝର ରାଜନୀତିରେ ବିରୋଧୀଙ୍କ ମୂଳ ଉପାଡି ଦେଇଥିବା ବଦ୍ରିଙ୍କ ଲୋକପ୍ରିୟତାରେ ଅସହିଷ୍ଣୁ କିଛି ବିପକ୍ଷ ଦଳର ନେତା ତାଙ୍କ ପୁଅ ଦେବପ୍ରିୟଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଘେରିବାକୁ ଯୋଜନା କରିଛନ୍ତି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର କୁଲୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଦେବପ୍ରିୟଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ଫଶେଇବାକୁ ଚେଷ୍ଟା କରାଯାଉଛି । କୁଲୁଙ୍କ ଉପରେ କିଏ, କାହିଁକି ଆକ୍ରମଣ କଲା ତାର ସତ୍ୟାସତ୍ୟ ଅନୁଧ୍ୟାନ କରାନଯାଇ ରାଜନୈତିକ ଶତ୍ରୁତାରୁ ମନ୍ତ୍ରୀଙ୍କ ପୁଅ ଦେବପ୍ରିୟ ପାତ୍ରଙ୍କୁ ଫଶେଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହେଉଛି ।

ଘଟଣାଟି ଘଟିଛି 7 ତାରିଖ ଦିନ ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ  । ସେ ସମୟରେ ମନ୍ତ୍ରୀଙ୍କ ପୁଅ ଉଦଳାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେ ସମୟର ଫଟୋ ମଧ୍ୟ ଜିଲ୍ଲା ବିଜେଡି ପକ୍ଷରୁ ପ୍ରକାଶ କରାଯାଇଛି ।

7 ତାରିଖ ଦିନ ଗୋଟାଏ 12 ମିନିଟରେ ଉତ୍ତୋଳିତ ଏହି ଫଟୋକୁ ଦେଖନ୍ତୁ । ଏଠାରେ ଦେବପ୍ରିୟ ଉଦଳାର ପର୍ଯ୍ୟବେକ୍ଷକ ଭାବେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଉଦଳାରେ ଏକ ଦଳୀୟ କାର୍ଯ୍ୟକ୍ରମର ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଥିବା ସମୟର ଏକ ଫଟୋ ମଧ୍ୟ ଦଳ ତରଫରୁ ଦେଖାଯାଇଛି । ଏଭଳିସ୍ଥିତିରେ ମନ୍ତ୍ରୀଙ୍କ ପୁଅ କିଭଳି କୁଲୁଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏହି ଘଟଣା ମାଇଲେଜ ନେବାକୁ ବଦ୍ରିଙ୍କ କିଛି ପାରମ୍ପାରିକ ରାଜନୈତିକ ବିରୋଧୀ ପ୍ରତିପକ୍ଷ ସହ ହାତ ମିଳାଇଥିବାର ମଧ୍ୟ ଅଭିଯୋଗ ହେଉଛି ।

Share

Leave a Reply

Your email address will not be published. Required fields are marked *

five + eight =