ଗୋୟଲଙ୍କୁ ପାଶଓ୍ବାନଙ୍କ ଦାୟିତ୍ବ

ନୂଆଦିଲ୍ଲୀ() ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାଶଓ୍ବାନଙ୍କ ପରଲୋକ ହୋଇଛି । ତାଙ୍କ ଦେହାନ୍ତ ପରେ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଏହି ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପିୟୂଷ ଗୋୟଲଙ୍କୁ ଏହି ଦାୟିତ୍ବ ଦେଇଛନ୍ତି । ଦିର୍ଘ ଦିନର ଅସୁସ୍ଥତା ପରେ ପାଶଓ୍ବାନଙ୍କ ହାର୍ଟ ସର୍ଜରୀ କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ହସପିଟାଲରେ ତାଙ୍କର ପରଲୋକ ହୋଇଛି ।

ପାଶଓ୍ବାନଙ୍କ ଅକାଳ ବିୟୋଗ ପାଇଁ କେନ୍ଦ୍ର କ୍ୟାବିନେଟରେ ଦୁଇ ମିନିଟ୍‌ର ନିରବ ପ୍ରାର୍ଥନା କରରାଯାଇଥିଲା । ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ପାଶଓ୍ବାନ ଜଣେ ଦକ୍ଷ ମନ୍ତ୍ରୀ ଭାବରେ ନିଜକୁ ପ୍ରମାଣିତ କରିଥିଲେ । ନିଜର ନିପୁଣ କାର୍ଯ୍ୟଦକ୍ଷତା ପାଇଁ ଉଭୟ ୟୁପିଏ ଏବଂ ଏନଡିଏ ସରକାରରେ କେନ୍ଦ୍ରମନ୍ତ୍ରୀ ରହିଆସିଥିଲେ । ବିହାରର ଏହି ଦଳିତ ନେତା ଜଣକ ୭ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − eight =