୩ ଦିନ ସତର୍କ ରୁହ ଏହିସବୁ ଜିଲ୍ଲା

ଭୁବନେଶ୍ୱର() ଆସନ୍ତା ୩୦ ତାରିଖଠାରୁ ଅକ୍ଟୋବର ୨ ପର୍ୟ୍ୟନ୍ତ ରାଜ୍ୟରେ ବଜ୍ରପାତ ସହ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଏଣୁ ଏହି ୩ ଦିନ ସତର୍କତା ଅବଲମ୍ବନ କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ବିପଦ ଥିବା ଜିଲ୍ଲା ଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷେ ଏହାକୁ ଦୃଷ୍ଟିରେ ରଖି ଯେକୌଣସି ପ୍ରତିକୂଳ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରର ସୂଚନା ମୁତାବକ ୩୦ ରୁ ୨ ତାରିଖ ପର୍ୟ୍ୟନ୍ତ ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡ଼ିକ ସହ ରାୟଗଡ଼ା, କଳହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ ଓ ଢେ଼ଙ୍କାନାଳରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତର ସମ୍ଭାବନା ରହିଛି । ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

nineteen − eight =