ଭୂମିପୁତ୍ରଙ୍କ ନାଁରେ ଇଣ୍ଡୋନେସିଆ ଦୂତାବାସ କକ୍ଷ

ନୂଆଦିଲ୍ଲୀ () ଭୂମିପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆ ସରକାର ସମ୍ମାନ ଜଣାଇଛନ୍ତି । ବିଜୁବାବୁଙ୍କ ନାଁରେ ନାମିତ ହୋଇଛି ନୂଆଦିଲ୍ଲୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସର ଏକ କକ୍ଷ । ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଅବଦାନର ସ୍ମୃତି ପାଇଁ ଏହି ପଦକ୍ଷେପ ନେଇଛନ୍ତି ଇଣ୍ଡୋନେସିଆ ସରକାର ।

ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଥିବା କକ୍ଷରେ ତାଙ୍କ ସଂପର୍କିତ ଅନେକ ତଥ୍ୟ ଓ ଫଟୋ ରହିବ । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ବିଜୁବାବୁଙ୍କ ବଡ ପୁଅ ପ୍ରେମ ପଟ୍ଟନାୟକ କହିଛନ୍ତି ଯେ, ଇଣ୍ଡୋନେସିଆ ଥିଲା ବିଜୁବାବୁଙ୍କ ଦ୍ୱିତୀୟ ଘର । ତେଣୁ ଏହି ସମ୍ମାନ ପ୍ରଦର୍ଶନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

twenty − nineteen =