ଅତାବିରା ଏନଏସି ନିର୍ବାଚନରେ ବାଜି ମାରିଲା ବିଜେଡି

ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ଗତ ୩ତାରିଖରେ ବିଧିବଦ୍ଧ ଭାବେ ସରିଥିଲା । ଏଥିରେ ମୋଟ ୭୪ % ମତଦାନ ହୋଉଥିବା ବେଳେ ଆଜି ଚାଲିଥିଲା ଭୋଟ୍ ଗଣତି ପ୍ରକ୍ରିୟା । ମୋଟ ୧୨ ୱାର୍ଡ ବିଶିଷ୍ଟ ଅତାବିରା ଏନଏସି ପାଇଁ ୪୩ ଜଣ ପ୍ରାର୍ଥୀ ରହିଥିଲେ । ସେଥି ମଧ୍ୟରୁ ଏକ ନମ୍ବର ୱାର୍ଡ ବ୍ୟତୀତ ଅନ୍ୟ ସବୁ ୱାର୍ଡରେ ବିଜେଡି ଖାତା ଖୋଲିବାରେ ସକ୍ଷମ ହେବା ସହ ପୁଣିଥରେ ଗଡ଼ ଦଖଲ କରିଛି । ୬୫୬୫ ଭୋଟରେ ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ବନମାଳୀ ବରିହା ବିଜୟୀ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − thirteen =