ଆଫିସ୍ ସ୍ପେସ୍ ସଲ୍ୟୁସନ୍ସ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଆଫିସ୍ ସ୍ପେସ୍ ସଲ୍ୟୁସନ୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ୨୦୨୩ ଜୁନ୍ ୩୦ ସୁଦ୍ଧା ଆଫିସ୍ ହେଉଛି ଭାରତର ସର୍ବବୃହତ ନମନୀୟ କର୍ମକ୍ଷେତ୍ର ସୁଯୋଗ ପ୍ରଦାନ କରୁଥିବା କଂପାନି ବୋଲି ସିବିଆରଇ ରିପୋର୍ଟରେ ଉଲ୍ଲେଖ ରହିଛି ।
କଂପାନି ପକ୍ଷରୁ ଇନିସିଆଲ ପବ୍ଲିକ ଅଫର (ଆଇପିଓ)ରେ ୧୬୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ୧୦,୦୨୩,୧୭୨ ଇକ୍ୱିଟି ସେୟାର ଉପଲବ୍ଧ କରାଯିବ ।
ଅଫର ଫର୍ ସେଲ୍‌ରେ ପିକ୍ସ ଏକ୍ସଭି ପାର୍ଟନର୍ସ ଇନଭେଷ୍ଟମେଂଟ୍‌ସ ଭିର ୫,୦୧୧,୫୮୬ ବିସ୍‌୍‌କ୍ୟୁ ଲିମିଟେଡ୍‌ର ୪,୯୩୬,୪୧୨ ଇକ୍ୱିଟି ସେୟାର ଏବଂ ଲିଙ୍କ୍ ଇନଭେଷ୍ଟମେଂଟ୍ ଟ୍ରଷ୍ଟ୍‌ର ୭୫,୧୭୪ ସେୟାର ଉପଲବ୍ଧ କରାଯିବ ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ନୂତନ କେନ୍ଦ୍ର ସ୍ଥାପନ କରିବା ଲାଗି କଂପାନିର ପୁଞ୍ଜି ବ୍ୟୟ ଆବଶ୍ୟକତା ପୂରଣ କରିବା, କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ ଓ ଏମ୍‌କେ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ।
ଏକ କୋ-ୱାକିଂ ସ୍ଥାନରୁ ବିକଶିତ, ଆଫିସ୍ ଏକ ସମନ୍ୱିତ ୱାର୍କସ୍ପେସ୍ ସମାଧାନ ପ୍ଲାଟଫର୍ମରେ ପରିଣତ ହୋଇଛି । ଏହାର ମୁଖ୍ୟ ସେବାରେ ନମନୀୟ କାର୍ଯ୍ୟକ୍ଷେତ୍ର, କଷ୍ଟମାଇଜ୍ ଅଫିସ୍ ସ୍ପେସ୍ ଏବଂ ମୋବିଲିଟି ସମାଧାନକୁ ଅନ୍ତର୍ଭୁକ୍ତ ରହିଛି । କୋ-ୱାର୍କିଂ ସମାଧାନ ବ୍ୟତୀତ, ଏଡବ୍ଲ୍ୟଏଫ୍‌ଆଇଏସ୍ ଡିଜାଇନ୍‌, ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ନମନୀୟ କାର୍ଯ୍ୟକ୍ଷେତ୍ର ଆବଶ୍ୟକତା ପରିଚାଳନାରେ ଦକ୍ଷତା ବିକଶିତ କରିଛି । ଏହାର ଉଦାହରଣ ଆଫିସ୍ ଟ୍ରାନ୍ସଫର୍ମ ଏବଂ ଆଫିସ୍ କେୟାର ଦ୍ୱାରା କରାଯାଇଛି । କମ୍ପାନୀ ଖାଦ୍ୟ ଓ ପାନୀୟ, ଆଇଟି ସହାୟତା ଏବଂ ଷ୍ଟୋରେଜ୍ ଏବଂ କଷ୍ଟମାଇଜେସନ୍ ଭଳି ଭିତିିଭୂମି ସେବା ସହିତ ଇଭେଂଟ୍ ହୋଷ୍ଟିଂ ଏବଂ ମିଟିଂ ବ୍ୟବସ୍ଥା ସହିତ ଆନୁଷଙ୍ଗିକ ସେବା ମଧ୍ୟ ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

four × one =