କରୋନା ପାଇଁ ଖାଦ୍ୟ ମୂଲ୍ୟସ୍ଫୀତି ବୃଦ୍ଧି ପାଇଛି

ନୂଆଦିଲ୍ଲୀ()  ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

୧. କୋଭିଡ଼ ୧୯ ସ୍ଥିତିକୁ ଆଖିଆଗରେ ରଖି ରେପୋ ହାର ଅପରିବର୍ତିତ ରଖାଯାଇଛି ।
୨. ରେପୋ ରେଟ ୪% ରଖାଯାଇଛି ।
୩. ବିଶ୍ୱ ଅର୍ଥନୀତିରେ ଏବେବି ସୁଧାର ଆସିନାହିଁ ।
୪. ବାସ୍ତବ ଜିଡ଼ିପି ଅଭିବୃଦ୍ଧି ନକରାତ୍ମକ ରହିଛି । କୋଭିଡ଼-୧୯ ସଂକ୍ରାନ୍ତରେ ସକରାତ୍ମକ ଖବର ଆସିଲେ ସ୍ଥିତି ବଦଳିପାରିବ ।
୫. ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ କିନ୍ତୁ ପରେ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
୬. କରୋନା ପାଇଁ ଖାଦ୍ୟ ମୂଲ୍ୟସ୍ଫୀତି ବୃଦ୍ଧି ପାଇଛି । ଭଲ ମୌସୁମୀ ପାଇଁ ଖରିଫ ଚାଷ ବଢ଼ିଥିବାରୁ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଅପରପକ୍ଷରେ ଆରବିଆଇର ମୁଦ୍ରା ନୀତି ସମ୍ପର୍କରେ ଘୋଷଣା ପୂର୍ବରୁ ନିବେଶକମାନେ ଉତ୍ସାହିତ ହୋଇ ପଡ଼ିଥିଲେ । ଫଳରେ ସେନସେକ୍ସ ବୃଦ୍ଧି ପାଇଛି । କିନ୍ତୁ ବ୍ୟାଙ୍କର ନିଫ୍ଟି କିନ୍ତୁ ସାମାନ୍ୟ ହ୍ରାସ ପାଇଥିଲା । ଧିରେଧିରେ ବାଣିଜ୍ୟ କାରବାର ବୃଦ୍ଧି ପାଉଥିବାରୁ ଅର୍ଥନୀତିରେ ସୁଧାର ଆସିବ ବୋଲି ଆରବିଆଇ ଗଭର୍ଣ୍ଣର ଆଶା ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − six =