ଓଏନ୍‌ଜିସି ଆଇପିଏସ୍‌ଏଚ୍‌ଇଏମ୍ ଫେବ୍ରୁଆରିରେ ଭାରତ ଶକ୍ତି ସପ୍ତାହ ୨୦୨୪ ଆୟୋଜନ କରିବ

ଭୁବନେଶ୍ୱର: ୨୦୨୪ ଫେବ୍ରୁଆରି ୬ରୁ ୯ ତାରିଖ ପର୍ଯ୍ୟନ୍ତ ସମ୍ମାନଜନକ ଭାରତ ଶକ୍ତି ସପ୍ତାହ (ଆଇଇଡବ୍ଲ୍ୟୁ)ର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି ଗୋଅ ରାଜ୍ୟର ଦକ୍ଷିଣ ଭାଗରେ ଥିବା ଓଏନଜିସି ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ ସେଫ୍ଟି, ହେଲ୍ଥ ଆଣ୍ଡ ଏନଭାଇରନମେଂଟ୍ ମ୍ୟାନେଜମେଂଟ୍‌(ଆଇପିଏସ୍‌ଏଚ୍‌ଇଏମ୍‌)ରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଦେଶର ୩୫,୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍‌ଘାଟିତ ଏହାର ପ୍ରଥମ ସଂସ୍କରଣର ସଫଳତାକୁ ଆଧାର କରି, ଆଇଇଡବ୍ଲ୍ୟୁ ୨୦୨୩ ଶକ୍ତି କ୍ଷେତ୍ରରେ ଭାରତର ସ୍ଥିରତା ପ୍ରଦର୍ଶନ କରି ବ୍ୟାପକ ପ୍ରଶଂସା ଲାଭ କରିଥିଲା । ଏହି ବଡ଼ କାର୍ଯ୍ୟକ୍ରମରେ ୧୪୯ଟି ଦେଶରୁ ପ୍ରାୟ ୩୭,୦୦୦ ଲୋକ ଅଂଶଗ୍ରହଣ କରିଥିଲେ । ପ୍ରଦର୍ଶନୀରେ ୩୨୬ଟି କମ୍ପାନି ଅଂଶଗ୍ରହଣ କରିଥିଲେ ଏବଂ ୮୦ରୁ ଅଧିକ ସମ୍ମିଳନୀ ଅଧିବେଶନରେ ୩୧୫ ଜଣ ବକ୍ତା ଯୋଗଦେଇଥିଲେ ।

ଞଷର ଗ୍ଦସଗ୍ଧର ଜ୍ଞବକ୍ଟ୍ର ଙଘଏଉ ଓଚଝଐଋଗ ଙ୍କଦ୍ଭଙ୍ଖରସକ୍ଷରୟ ବଗ୍ଧ ଗ୍ଧଷର ଓଦ୍ଭୟସବ ଋଦ୍ଭରକ୍ସଶଚ୍ଚ ଡରରଳ ୨୦୨୪ ଚକ୍ସରଗ୍ଦଗ୍ଦ ଉକ୍ଟଦ୍ଭଲରକ୍ସରଦ୍ଭମର

ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତତ୍ୱାଧାନରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ପେଟ୍ରୋଲିୟମ୍ ଇଣ୍ଡଷ୍ଟ୍ରି (ଏଫ୍‌ଆଇପିଆଇ) ଦ୍ୱାରା ଆୟୋଜିତ ଆଇଇଡବ୍ଲ୍ୟୁ ୨୦୨୪ ଶିଳ୍ପ ବିଶେଷଜ୍ଞ, ନୀତି ନିର୍ଧାରକ, ଶିକ୍ଷାବିତ୍ ଏବଂ ଉଦ୍ୟୋଗୀମାନଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ଆଲୋଚନା, ଜ୍ଞାନ ବିନିମୟ ଏବଂ ସହଯୋଗ ପାଇଁ ଏକ ମଂଚ ହେବାକୁ ଯାଉଛି ।
ଆଇଇଡବ୍ଲ୍ୟୁ ୨୦୨୪ ଏକ ବିଶ୍ୱସ୍ତରୀୟ ପ୍ରମୁଖ କାର୍ଯ୍ୟକ୍ରମ ହେବାକୁ ଯାଉଛି, ଯେଉଁଥିରେ ୧୦୦ରୁ ଅଧିକ ଦେଶର ପ୍ରତିନିଧିତ୍ୱ ସହିତ ୩୫,୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ମତଦାନ ହେବ ବୋଲି ଆକଳନ କରାଯାଇଛି । ୩୫୦ରୁ ଅଧିକ ପ୍ରଦର୍ଶକ, ୪୦୦ ବକ୍ତା ଏବଂ ୪୦୦୦ ପ୍ରତିନିଧିଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ମନ୍ତ୍ରୀ, ନେତୃତ୍ୱ ବୈଷୟିକ ଅଧିବେଶନ ଏବଂ ରାଉଣ୍ଡଟେବୁଲ ଆଲୋଚନା ସମୟରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିବେ ।
ଏଫ୍‌ଆଇପିଆଇର ମହାନିର୍ଦେଶକ ଗୁରମିତ୍ ସିଂହ କହିଛନ୍ତି ଯେ, “ଆଇଇଡବ୍ଲ୍ୟୁ ୨୦୨୪ର ଭାରତର ଜଟିଳ ଶକ୍ତି ପରିଦୃଶ୍ୟକୁ ପ୍ରଦର୍ଶିତ କରିବ, ଯେଉଁଥିରେ ବିବିଧ ଶକ୍ତି ମିଶ୍ରଣ, ଅକ୍ଷୟ ଶକ୍ତିର ଦ୍ରୁତ ଅଭିବୃଦ୍ଧି, ଶକ୍ତି ଉପଲବ୍ଧତା, ସହରୀକରଣ ଏବଂ ଅର୍ଥନୈତିକ ବିକାଶ ସମ୍ବନ୍ଧୀୟ ଆହ୍ୱାନ ଆଦିକୁ ଜଳବାୟୁ ପରିବର୍ତନର ମୁକାବିଲା ପରିପ୍ରେକ୍ଷୀରେ ଦର୍ଶାଯାଇଛି ।’’
ଓଏନଜିସି ଆଇପିଏସଇଏମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ସଞ୍ଜୀବ ସିଂଘଲ କହିଛନ୍ତି ଯେ, “ଆଇଇଡବ୍ଲୁ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଆଣିବ ଏବଂ ସୁନ୍ଦର ରାଜ୍ୟ ଗୋଆକୁ ୩୫,୦୦୦ରୁ ଅଧିକ ଲୋକ ଆସିବେ । ବିଶ୍ୱସ୍ତରୀୟ ଭିତିଭୂମି ସହାୟତା, ଟ୍ରାଫିକ ପରିଚାଳନା ଆଦି ପାଇଁ ସମସ୍ତ ସହଯୋଗ ଯୋଗାଇ ଦେଉଥିବା ଗୋଆ ସରକାରଙ୍କ ସହ ଆମେ ଅତି ନିବିଡ଼ ଭାବେ କାର୍ଯ୍ୟ କରୁଛୁ ।’’
ପିଆଇବିର ମହାନିର୍ଦ୍ଦେଶକ ରାଜୀବ ଜୈନ କହିଛନ୍ତି ଯେ, “ଆଇଇଡବ୍ଲ୍ୟୁ ୨୦୨୪ ଆଇଇଡବ୍ଲ୍ୟୁର ପ୍ରଥମ ସଂସ୍କରଣ ଉପରେ ଆଧାରିତ, ଯାହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରି ଭାରତର ଶକ୍ତି କ୍ଷେତ୍ରରେ ଉଭା ହୋଇଥିବା ଅଭୂତପୂର୍ବ ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ଏଥର ଆମେ ସୁନିଶ୍ଚିତ କରିବୁ ଯେ ଏହି କାର୍ଯ୍ୟକ୍ରମ ଭାଗିଦଦାରୀ ଓ ନବସୃଜନକୁ ପ୍ରୋତ୍ସାହିତ କରିବ ଏବଂ ଏପରି ସମାଧାନର ଅନୁସନ୍ଧାନ କରିବ ଯାହା ଭାରତର ଶକ୍ତି କ୍ଷେତ୍ରକୁ ଏକ ସ୍ଥାୟୀ ଏବଂ ଜୀବନ୍ତ ଭବିଷ୍ୟତରେ ପରିଣତ କରିବ ।’’

Share

Leave a Reply

Your email address will not be published. Required fields are marked *

sixteen − three =