ସାବଧାନ ଦୁର୍ନୀତିଖୋର : ପୂର୍ତ୍ତ ବିଭାଗର ଦୁଇ ଯନ୍ତ୍ରୀ ଓ ଜଣେ ଡିଏଫଓଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର () ପ୍ରଶାସନକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ଆଜି ଆଉ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନେ ହେଲେ ଆଠଗଡ ଡିଏଫଓ ସୁଧାଂଶୁ ଶେଖର ମିଶ୍ର, ଅନୁଗୁଳ ରୁରାଲ ୱାର୍କସ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ଓ ତୁଷୁରା ଆର ଆଣ୍ଡ ବି ଡିଭିଜନର ଉମେଶ ଚନ୍ଦ୍ର ତ୍ରିପାଠୀ । ସୁଧାଂଶୁ ଶେଖରଙ୍କ ବିରୋଧରେ ଜଙ୍ଗଲ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ପୂର୍ତ୍ତ ବିଭାଗର ଦୁଇ ଯନ୍ତ୍ରୀଙ୍କ ବିରୋଧରେ ବିଭାଗୀୟ ସଚିବ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସୁଧାଂଶୁ ଶେଖର ଆଠଗଡ ଡିଏଫଓ ଭାବେ 2016ରେ ଯୋଗ ଦେଇଥିଲେ । ଆୟବର୍ହିଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତାଙ୍କର ଓ ତାଙ୍କ ପରିବାର ନାଁରେ 5 କୋଟି 50 ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି । ଘରେ ଚଢାଉ ସମୟରେ ଏକ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ମିଳିଥିଲା । ବିଭିନ୍ନ ବ୍ୟାଙ୍ଗରେ 3 କୋଟି 46 ଲକ୍ଷ ଟଙ୍କାରୁ ଅଧିକ ଜମା ରହିଥିଲା । ଜଙ୍ଗଲ ବିଭାଗର ସେ ସବୁଠାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀ ହୋଇଥିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ପ୍ରସନ୍ନ କୁମାର ପ୍ରସାଦ ଦୁଇ ଦୁଇ ଥର ଲାଞ୍ଚ ନେବା ସମୟରେ ଧରା ପଡିଥିଲେ । କଟକ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା 2015ରେ ଏବଂ ଦ୍ବିତୀୟ ଥର 2018ରେ ଭୁବନେଶ୍ବର ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ସେହିଭଳି ଉମେଶ ଚନ୍ଦ୍ର ତ୍ରିପାଠୀ କୋରାପୁଟରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନକରିବା, ଜମି ମାପରେ ଜାଲିଆତି କରି ସରକାରୀ ଅର୍ଥ ହରିଲୁଟ କରିବା ଅଭିଯୋଗରେ ତାଙ୍କ ବିରୋଧରେ ତିନୋଟି ଭିନ୍ନ ଭିନ୍ନ ମାମଲା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିମୁକ୍ତ ପ୍ରଶାସନ ନାରାକୁ ବିଭାଗୀୟ ମୁଖ୍ୟମାନେ ଗୁରୁତ୍ତର ସହ ନେବା ସହ ଏଣିକି ଆଉ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେଉଥିବା ଅଧିକାରୀଙ୍କୁ ନିସ୍ତାର ମିଳୁନି ।

ଏହି ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ଆଜ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ପୂର୍ବରୁ 5ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସହ ଜଣଙ୍କୁ ବରଖାସ୍ତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

twenty − 2 =