ଟିପିଏସ୍‌ଡିଆଇ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସରେ ୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ: ଇନଷ୍ଟିଚ୍ୟୁଟ୍ ସବୁଜ ନିଯୁକ୍ତି ଦକ୍ଷତା ସହ ଭାରତର ଯୁବବର୍ଗଙ୍କୁ ସଶକ୍ତ କରୁଛି

ଭୁବନେଶ୍ୱର: ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଟାଟା ପାୱାର ଦକ୍ଷତା ବିକାଶ ପ୍ରତିଷ୍ଠାନ (ସ୍କିଲ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍‌) (ଟିପିଏସ୍‌ଡିଆଇ) ପକ୍ଷରୁ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଆବଶ୍ୟକ ଓ ସବୁଜ ନିଯୁକ୍ତି ଦକ୍ଷତା ଉପରେ ୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ମାଇଲଖୁଂଟ ହାସଲ କରାଯାଇଛି । ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ ଅନୁଷ୍ଠାନ ଭାବେ ଟିପିଏସ୍‌ଡିଆଇ ପକ୍ଷରୁ ନିଯୁକ୍ତି ହାସଲ ଯୋଗ୍ୟ ତାଲିମ ପ୍ରଦାନ କରି ଯୁବବର୍ଗ ଓ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରାଯାଉଛି । ଅନୁଷ୍ଠାନ ପକ୍ଷରୁ କଂପାନିର “ସଷ୍ଟେନେବଲ୍ ଇଜ୍ ଆଟେନେବଲ୍‌’ ମିସନ୍ ଅନୁସାରେ ଅକ୍ଷୟ ଶକ୍ତି କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ତାଲିମ ଦିଆଯାଉଛି ।
ଯୁବପିଢ଼ିଙ୍କୁ ନିଯୁକ୍ତି, ସମ୍ମାନଜନକ କାର୍ଯ୍ୟ ଓ ଉଦ୍ୟେଗତା ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବାର ଗୁରୁତ୍ୱ ବିଷୟରେ ଜଣାଇବା ଲାଗି ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁଲାଇ ୧୫କୁ ବିଶ୍ୱ ଯୁବ ଦକ୍ଷତା ଦିବସ ଭାବେ ପାଳନ କରାଯାଉଛି । ସାରା ଭାରତରେ ଥିବା ନିଜର ୬ଟି ତାଲିମ କେନ୍ଦ୍ର ସହ ଭାରତୀୟ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଦକ୍ଷତାକୁ ନେଇ ରହିଥିବା ଆହ୍ୱାନର ମୁକାବିଲାରେ ଟିପିଏସ୍‌ଡିଆଇ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ।
ଦୀର୍ଘସ୍ଥାୟୀ ସମାଧାନ ଓ ପରିବେଶ ସଂରକ୍ଷଣର ଚାହିଦା ବଢ଼ୁଥିବାରୁ ସବୁଜ ନିଯୁକ୍ତିର ଚାହିଦାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ୨୦୭୦ ସୁଦ୍ଧା ଭାରତ ନେଟ୍ ଜିରୋ ନିର୍ଗମନ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ୫୦୦ ଗିଗାୱାଟ୍‌ର ଲକ୍ଷ୍ୟ ହାସଲ କରି ସ୍ୱଚ୍ଛ ଶକ୍ତି ଆଡ଼କୁ ଅଗ୍ରସର ହେବାକୁ ଚାହୁଥିବା ବେଳେ ସବୁଜ ନିଯୁକ୍ତିର ଚାହିଦା ବଢ଼ୁଥିବା ଟିପିଏସ୍‌ଡିଆଇ ଜାଣିପାରିଛି । ଦେଶର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁସାରେ ସ୍ୱତନ୍ତ୍ର ତାଲିମ ଓ ସାର୍ଟିଫିକେସନ ପ୍ରୋଗ୍ରାମ୍ ପ୍ରଦାନ କରିବାକୁ ଟିପିଏସ୍‌ଡିଆଇ ପ୍ରତିବଦ୍ଧ ରହିଛି ଏବଂ ବର୍ଦ୍ଧିତ ସବୁଜ ନିଯୁକ୍ତି କ୍ଷେତ୍ରରେ ଆକର୍ଷଣୀୟ କ୍ୟାରିୟର ପାଇଁ ଏହା ବ୍ୟକ୍ତିବିଶେଷମାନଙ୍କୁ ପ୍ରସ୍ତୁତ କରୁଛି ।
“ଏକ ରୂପାନ୍ତରୀତ ଭବିଷ୍ୟତ ପାଇଁ ଦକ୍ଷତା ଓ ପ୍ରଗତିଶୀଳ ଦକ୍ଷତା ଗଠନ ଜରିଆରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ଉପରେ ଟାଟା ପାୱାରରେ ବିଶ୍ୱାସ କରେ । ଆମ ଉଦ୍ୟମଗୁଡ଼ିକ ଆମ ସମାଜର ଯୁବବର୍ଗଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ ରଖିବା ଦିଗରେ କେନ୍ଦ୍ରୀଭୂତ ରହିଛି । ଟିପିଏସ୍‌ଡିଆଇ ଜରିଆରେ ଆମେ ଏକ ବ୍ୟବସ୍ଥା ବିକାଶ କରିଛୁ ଯାହା ସବୁଜ ଓ ସ୍ମାର୍ଟ ଶକ୍ତି ପ୍ରଯୁକ୍ତିକୁ ଧ୍ୟାନରେ ରଖି ଯୁବପିଢ଼ିଙ୍କ୍‌ୁ ତାଲିମ ପ୍ରଦାନ କରି ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ନିଯୁକ୍ତି ଓ ଉଦ୍ୟେଗତାର ସୁଯୋଗ ଖୋଲୁଛି ବୋଲି ଟାଟା ପାୱାରର ମୁଖ୍ୟ-ଏଚ୍‌ଆର୍‌, ସିଏସ୍‌ଆର୍ ଓ ସଷ୍ଟେନେବିଲିଟି ଶ୍ରୀ ହିମଳ ତିୱାରୀ କହିଛନ୍ତି ।’’
ଟିପିଏସ୍‌ଡିଆଇରେ ପ୍ରଶିକ୍ଷାର୍ଥୀମାନଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଲାଗି ତାଲିମ ଅନୁଭୂତିକୁ ଅତି ଯତ୍ନର ସହ ପ୍ରସ୍ତୁତ କରାଯାଇଛି । ବୈଷୟିକ ତାଲିମ ପ୍ରଦାନ କରିବା ବ୍ୟତୀତ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସାଂଖ୍ୟିକ ପ୍ରାଂଜଳତା, ବୈଜ୍ଞାନିକ ବୁଦ୍ଧିମତା, ଆଇଟିରେ ମୌଳିକ ଜ୍ଞାନ, ଶିଳ୍ପ କର୍ମଶାଳା, ପ୍ରଭାବୀ ଯୋଗାଯୋଗ, ଲଘୁ ଦକ୍ଷତା, ବ୍ୟକ୍ତିତ୍ୱ ବିକାଶ, କାର୍ଯ୍ୟ ନୈତିକତା, ଶିଳ୍ପ କ୍ଷେତ୍ର ଅନୁସାରେ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ (ଏସ୍‌ଏଚ୍‌ଇ)ରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ତାଲିମ କାର୍ଯ୍ୟକ୍ରମରେ ଥିଓରି ଜ୍ଞାନ ସହିତ ପ୍ରାକ୍ଟିକାଲ୍ ଦକ୍ଷତାର ମିଶ୍ରଣ ରହିଛି ଯାହା ଏଭଳି ପେସାଦାର ବିକାଶ କରୁଛି ଯେଉଁମାନେ ଉତ୍କର୍ଷର ସହ ଶିଳ୍ପ ଆହ୍ୱାନର ମୁକାବିଲା କରିବାକୁ ପ୍ରସ୍ତୁତ ରହୁଛନ୍ତି ।
ଭାରତର ଯୁବବର୍ଗଙ୍କୁ ସଶକ୍ତ କରିବା ଲାଗି ଅତୁଟ ପ୍ରତିବଦ୍ଧତାକୁ ଜାରି ରଖି ଟିପିଏସ୍‌ଡିଆଇ ନିକଟରେ ସବୁଜ ନିଯୁକ୍ତି ଦକ୍ଷତା ପ୍ରତିଷଦ (ଏସ୍‌ସିଜିଜେ) ଓ ବିଦ୍ୟୁତ କ୍ଷେତ୍ର ଦକ୍ଷତା ପରିଷଦ (ପିଏସ୍‌ଏସ୍‌ସି)ରେ ଏମ୍‌ପ୍ୟାନେଲ୍ ହୋଇଛି ଯାହା ଗୁଣାତ୍ମକ ତାଲିମ ଓ ଶିଳ୍ପ ଆବଶ୍ୟକତା ଅନୁସାରେ ତାଲିମ ପ୍ରଦାନ କରିବା ଲାଗି ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି । ଟିପିଏସ୍‌ଡିଆଇର ତାଲିମ କାର୍ଯ୍ୟକ୍ରମଗୁଡ଼ିକ ଟିପିଏସ୍‌ଡିଆଇ କମ୍ପିଟେନ୍ସି ଫ୍ରେମ୍‌ୱାର୍କକୁ ଅନୁସରଣ କରୁଛି ଯାହାକୁ ଜାତୀୟ ଦକ୍ଷତା କ୍ୱାଲିଟି ଫ୍ରେମ୍‌ୱର୍କ (ଏନଏସ୍‌କ୍ୟୁଏଫ୍‌) ଅନୁସାରେ ପ୍ରସ୍ତୁତ କରାଯାଇଛି । ଏହି ଫ୍ରେମ୍‌ୱାର୍କ ଅଂଶଗ୍ରହଣକାରୀମାନଙ୍କୁ ନିୟୋଜିତ ହୋଇପାରୁଥିବା ଦକ୍ଷତା ହାସଲ କରିବାରେ ସକ୍ଷମ କରୁଥିବା ବେଳେ ସମୟ ଅନୁସାରେ ନିଜ ଦକ୍ଷତାରେ ଉନ୍ନତି ଆଣିବାକୁ ଉତ୍ସାହିତ କରୁଛି । ଭାରତର ସ୍ମାର୍ଟ ଶକ୍ତି ଆବଶ୍ୟକତା ପୂରଣ କରିବା ଲାଗି ଟିପିଏସ୍‌ଡିଆଇ ପକ୍ଷରୁ ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ପାଇଁ ସୋଲାର ଫଟୋଭୋଲଟାଇକ୍‌, ରୁଫ୍‌ଟପ୍ ସୋଲାର ଫଟୋ ଭୋଲଟାଇକ୍‌ର ଇନଷ୍ଟଲେସନ୍ ଓ ରକ୍ଷଣାବେକ୍ଷଣ, ସ୍ମର୍ଟ ମିଟର ସ୍ଥାପନ ଓ ହୋମ୍ ଅଟୋମେସନ ଉପରେ ଦକ୍ଷତା ବିକାଶ ପାଠ୍ୟକ୍ରମ ଉନ୍ମୋଚନ କରାଯାଇଛି ।
ଆର୍ଟିଫିସିଆଲ ଇଂଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ ଓ ଶକ୍ତି କନସଲଟିଂ ଆଦି ଉନ୍ନତ କ୍ଷେତ୍ରରେ ପାଠ୍ୟକ୍ରମ ଶୁଭାରମ୍ଭ କରିବା ଲକ୍ଷ୍ୟ ସହ ଟିପିଏସ୍‌ଡିଆଇ ଆଗକୁ ବଢ଼ିବା ଭଳି ଦୃଷ୍ଟିକୋଣ ରଖିଛି । ଏହି ପ୍ରତ୍ୟକ୍ଷ ଆଭିମୁଖ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ଶକ୍ତି କ୍ଷେତ୍ର ପ୍ରଯୁକ୍ତିରେ ହେଉଥିବା ଉନ୍ନତିରେ ଆଗରେ ରଖିବା ସୁନିଶ୍ଚିତ କରୁଛି । ଭାରତ ଏହାର ଦାୟିତ୍ୱ ଓ ଭୂମିକା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଥିବାରୁ, ସ୍ୱାଧୀନତାର ପରବର୍ତୀ ୨୫ ବର୍ଷକୁ “କର୍ତବ୍ୟ କାଳ’ ଭାବେ ଅଭିହିତ କରାଯାଇଛି, ଯାହାର ବେଶ ଗୁରୁତ୍ୱ ରହିଛି । ସ୍ୱାଧୀନତା ୧୦୦ ବର୍ଷ ଆଡ଼କୁ ଭାରତର ଯାତ୍ରା ପ୍ରତି ଅବଦାନ ପ୍ରଦାନ କରିବା ଏବଂ ଉତ୍କର୍ଷ ଓ ଦାୟିତ୍ୱର ଏକ ଯୁଗକୁ ଗ୍ରହଣ କରିବା ପାଇଁ ରହିଥିବା ଲକ୍ଷ୍ୟ ଅନୁସାରେ ଟିପିଏସ୍‌ଡିଆଇ ତାଲିମ ପ୍ରଦାନ କରୁଛି ।
ଟାଟା ପାୱାର ସ୍କିଲ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ (ଟିପିଏସ୍‌ଡିଆଇ) ଓ ଏହାର ବ୍ୟାପକ ତାଲିମ କାର୍ଯ୍ୟକ୍ରମ ବିଷୟରେ ଅଧିକ ବିବରଣୀ ପାଇଁ ଦୟାକରୀ ପରିଦର୍ଶନ କରନ୍ତୁ: ଙ୍ଗଙ୍ଗଙ୍ଗ.ଗ୍ଧକ୍ଟ୍ରଗ୍ଦୟସ.ମକ୍ଟଜ୍ଞ.

Share

Leave a Reply

Your email address will not be published. Required fields are marked *

13 + eight =