ଟାଟା ଷ୍ଟିଲ୍ ମାଇନିଂକୁ କଳିଙ୍ଗ ସିଏସ୍‌ଆର୍ ପୁରସ୍କାର

ଭୁବନେଶ୍ୱର: ଶୁକ୍ରବାର ସହରର ଏକ ହୋଟେଲ୍‌ରେ ଆୟୋଜିତ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଭିଯାନ-୨୦୨୩ ର ସପ୍ତମ ଜାତୀୟ ସେମିନାର ଉଦ୍‌ଘାଟନୀ ସମାରୋହରେ ଟାଟା ଷ୍ଟିଲ୍ ମାଇନିଂ ସମ୍ମାନଜନକ ‘କଳିଙ୍ଗ ସିଏସ୍‌ଆର୍ ପୁରସ୍କାର-୨୦୨୧’ ହାସଲ କରିଛି ।
ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଏଟଂରପ୍ରାଇଜ୍‌, ହାଇଦ୍ରାବାଦ ସହଯୋଗରେ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭାର୍ଣ୍ଣମେଂଟ୍ ମ୍ୟାନେଜ୍‌ମେଂଟ୍ ସର୍ଭିସେସ୍ (ଆଇକ୍ୟୁଇଏମ୍‌ଏସ୍‌) ପକ୍ଷରୁ ଏହି ପୁରସ୍କାରକୁ ଆରମ୍ଭ କରାଯାଇଛି । ଟାଟା ଷ୍ଟିଲ୍ ମାଇନିଂର ଉଲ୍ଲେଖନୀୟ ସିଏସ୍‌ଆର୍ ପଦକ୍ଷେପ ଓ ସିିଏସ୍‌ଆର୍‌ରେ ଉତ୍କର୍ଷ ହାସଲ କରିବା ପାଇଁ ଗ୍ରହଣ କରାଯାଇଥିବା ଶ୍ରେଷ୍ଠ ପ୍ରଥାକୁ ବିଚାରକୁ ନେଇ କଂପାନିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ବିଭିନ୍ନ ସିଏସ୍‌ଆର୍ ପଦକ୍ଷେପ ପାଇଁ ସମ୍ମାନଜନକ କଳିଙ୍ଗ ସିଏସ୍‌ଆର୍ ପୁରସ୍କାର ହାସଲ କରିବା ଆମ ପାଇଁ ନିଶ୍ଚିତ ଭାବେ ଏକ ଖୁସିର ବିଷୟ । ଆମ କାର୍ଯ୍ୟକ୍ଷେତ୍ର ପାରିପାଶ୍ୱିର୍କ ସମାଜର ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବା ପାଇଁ ଆମ ଅଦମ୍ୟ ପ୍ରତିବଦ୍ଧତା ହିଁ ଆମକୁ ଏହି ଦିଗରେ ଆଗକୁ ବଢି଼ବାକୁ ଶକ୍ତି ଯୋଗାଉଛି । ଏହି ସମ୍ମାନ ଆମ ସମର୍ପିତ ଭାବର ପ୍ରତିଫଳନ ଏବଂ ଏହା ଆମକୁ ଆମେ ସେବା ପ୍ରଦାନ କରୁଥିବା ପ୍ରତିଟି ଜୀବନରେ ଉଲ୍ଲେଖନୀୟ ପ୍ରଭାବ ସୃଷ୍ଟି କରିବା ଲାଗି ଅନୁପ୍ରାଣିତ କରିବ ।’’
ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଓଡ଼ିଶା ସରକାରଙ୍କ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଠାରୁ ଟାଟା ଷ୍ଟିଲ୍ ମାଇନିଂର ବରିଷ୍ଠ ମହାପ୍ରବନ୍ଧକ ସୁଶାନ୍ତ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ଏକ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଦାୟିତ୍ୱ ସମ୍ପନ୍ନ କଂପାନି ଭାବେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଜରିଆରେ ଲୋକମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ଟିଏସ୍‌ଏମ୍‌ଏଲ୍ ନିରନ୍ତର ଭାବେ କାର୍ଯ୍ୟ କରୁଛି ।

Share

Leave a Reply

Your email address will not be published. Required fields are marked *

four × 1 =