ସୋନିର ନୂଆ କମ୍ପାକ୍ଟ ଓୟାରଲେସ୍ ସ୍ପିକର ଏସ୍‌ଆର୍‌ଏସ୍‌-ଏକ୍ସବି୧୦୦ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ କ୍ଷୁଦ୍ର ଓୟାରଲେସ୍ ସ୍ପିକର ଏସ୍‌ଆର୍‌ଏସ୍‌-ଏକ୍ସବି୧୦୦କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ରହିଛି ଶକ୍ତିଶାଳୀ ଓ ସ୍ପଷ୍ଟ ସାଉଣ୍ଡ୍ । କୌଣସି ପାର୍ଟିକୁ ଉପଭୋଗ କରିବା ସମୟରେ କିମ୍ବା ନିଜ ପସନ୍ଦର ସିନେମା ଓ ଟିଭି ସୋ’କୁ ଦେଖିବା ବେଳେ ଏହି ସ୍ପିକର ଶ୍ରବଣ ଅନୁଭୂତିରେ ଉନ୍ନତି ଆଣିବ । ଏହା ମାଧ୍ୟମରେ ସମ୍ପୂର୍ଣ୍ଣ କୋଠରିରେ ସମାନ ଭାବେ ସାଉଣ୍ଡ୍ ପହଂଚିବ ।
ଶକ୍ତିଶାଳୀ ସାଉଣ୍ଡ୍ ପ୍ରଦାନ କରିବା ଲାଗି ଏଥିରେ ରହିଛି ପରୋକ୍ଷ ରେଡିଏଟର । ସାଉଣ୍ଡ୍ ଡିଫ୍ୟୁଜନ ପ୍ରୋସେସର (ଡିଏସ୍‌ପି) ପ୍ରଯୁକ୍ତି ଜରିଆରେ ଏହା ଯେକୌଣସି ସ୍ଥାନରେ ସାଉଣ୍ଡ୍‌କୁ ସମ୍ପ୍ରସାରଣ କରିପାରିବ । ଷ୍ଟେରିଓ ସାଉଣ୍ଡ୍ ପାଇଁ ଏଥିରେ ଦ୍ୱିତୀୟ ସ୍ପିକର ରହିଛି । ଡିଏସ୍‌ପି ପ୍ରଯୁକ୍ତି ଏଭଳି ଏକ ଦୁନିଆକୁ ନେଇଯିବ ଯେଉଁଥିରେ ସାଉଣ୍ଡର କୌଣସି ପରିସୀମା ରହିବ ନାହିଁ ।
ଏସ୍‌ଆର୍‌ଏସ୍‌-ଏକ୍ସବି୧୦୦କୁ ୱାଟରପ୍ରୁଫ୍ ଓ ଧୂଳିକଣା ମୁକ୍ତ ଡିଜାଇନ୍ ପ୍ରଦାନ କରାଯାଇଥିବା ବେଳେ ଏଥିରେ ଆଇପି୬୭ ରେଟିଂ ରହିଛି ଯାହା ଦୀର୍ଘସ୍ଥାୟିତ୍ୱକୁ ସୁନିଶ୍ଚିତ କରିବ ଏବଂ ଯେକୌଣସି ପରିବେଶରେ ତାହା ସ୍ପିକରକୁ ସୁରକ୍ଷା ପ୍ରଦାନ କରିବ । ଏଥିରେ ଥିବା ବ୍ୟାଟେରି ଫୁଲ ଚାର୍ଜ ହେଲେ ୧୬ ଘଂଟା କାର୍ଯ୍ୟ କରୁଛି । ତେଣୁ ଏହାକୁ ସ୍ୱିମିଂ ପୁଲ, ନଦୀ ଓ ପାର୍କ ଆଦି ଯେକୌଣସି ସମୟରେ ବ୍ୟବହାର କରିପାରିବେ । ୟୁଏସ୍‌ବି ଟାଇପ୍‌-ସି ଚାର୍ଜର ପୋର୍ଟ ଜରିଆରେ ତାହାକୁ ଚାର୍ଜ କରିହେବ ।
ଏହା ଆକାରରେ କ୍ଷୁଦ୍ର ହୋଇଥିବା ବେଳେ ସେଥିରେ ଏକ ବିବିଧ ଷ୍ଟ୍ରାପ୍ ଲାଗିଛି, ତେଣୁ ତାହାକୁ ଯେକୌଣସି ସ୍ଥାନକୁ ଅତି ସହଜରେ ନିଆଯାଇପାରିବ । ବ୍ୟାଗ୍ କିମ୍ବା ବ୍ୟାକ୍‌ପ୍ୟାକ୍‌ରେ ତାହାକୁ ବିଭିନ୍ନ ସ୍ଥାନକୁ ନେଇ ସଙ୍ଗୀତକୁ ଉପଭୋଗ କରାଯାଇପାରିବ । ଦ୍ୱିତୀୟ ସ୍ପିକର ସହ ଯୋଡ଼ି ହେବା ଲାଗି ଏସ୍‌ଆର୍‌ଏସ୍‌-ଏକ୍ସବି୧୦୦ କମ୍ପାଟିବଲ୍ ଏବଂ ସେଥିରେ ଉନ୍ନତ ସଙ୍ଗୀତକୁ ଉପଭୋଗ କରାଯାଇପାରିବ । ଏଥିରେ ଥିବା ନିରବଚ୍ଛିନ୍ନ ବ୍ଲୁଟୁଥ୍ ପ୍ରଯୁକ୍ତି ଜରିଆରେ ଆପଣ ନିଜ ପସନ୍ଦର ସଙ୍ଗୀତକୁ ଉପଭାଗ କରିପାରିବେ । ଏଥିରେ ଏକ ମାଇକ୍ରୋଫେଶନ୍ ଓ ଉନ୍ନତ ଇକୋ କ୍ୟାନ୍‌ସେଲିଂ ପ୍ରଯୁକ୍ତି ରହିଛି ଯାହା ହ୍ୟାଣ୍ଡ୍‌ସ-ଫ୍ରି କଲ୍ ସମୟରେ ସ୍ପଷ୍ଟ ସାଉଣ୍ଡ୍ ପ୍ରଦାନ କରିବ ।
ପରିବେଶକୁ ଦୃଷ୍ଟିରେ ରଖି ରିସାଇକଲ୍ ପ୍ଲାଷ୍ଟିକ୍ ଉପକରଣରେ ଏହାକୁ ପ୍ରସ୍ତୁତ କରାଯାଇଛି । ବ୍ଲାକ୍‌, ବ୍ଲୁ ଲାଇଟ୍ ଗ୍ରିନ୍ ଓ ଅରେଂଜ୍ ରଙ୍ଗରେ ୪,୯୯୦ ଟଙ୍କାରେ ୨୦୨୩ ଜୁଲାଇ ୨୦ରୁ ଏହା ସମସ୍ତ ସୋନି ରିଟେଲ୍ ଷ୍ଟୋର୍‌, ସପଆଟ୍‌ଏସ୍‌ସି ଡଟ୍ କମ ପୋର୍ଟାଲ, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍ ଓ ଇ-କମର୍ସ ସାଇଟ୍‌ରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

3 × four =