ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ଭାରତରେ ନୂଆ ନୋକିଆ ୧୩୦ ମ୍ୟୁଜିକ୍ ଓ ନୋକିଆ ୧୫୦ ଉନ୍ମୋଚିତ

ଭୁବନେଶ୍ୱର: ନୋକିଆର ଘର ଭାବେ ପରିଚିତ ଏଚ୍‌ଏମ୍‌ଡି ଗ୍ଲୋବା୍‌ଲ୍ ପକ୍ଷରୁ ସଙ୍ଗୀତ ପ୍ରେମୀଙ୍କ ପାଇଁ ନୂଆ ନୋକିଆ ୧୩୦ ମ୍ୟୁଜିକ୍‌କୁ ଉନ୍ମୋଚନ କରାଯାଇଛି । ଏଥିରେ ରହିଛି ଦୀର୍ଘ ସମୟ ରହୁଥିବା ବ୍ୟାଟେରି ଏବଂ ବହୁ ସୁବିଧା ସୁଯୋଗ । ଏହା ଯେକୌଣସି ଲୋକଙ୍କ ଶ୍ରେଷ୍ଠ ବନ୍ଧୁ କାରଣ ତାହା ଆପଣଙ୍କୁ ଯୋଗାଯୋଗରେ ରଖିବା ସହିତ ମନୋରଂଜନ ମଧ୍ୟ ପ୍ରଦାନ କରିବ । ଏଥି ସହିତ କଂପାନି ପକ୍ଷରୁ ଗର୍ବର ସହିତ ପ୍ରିମିୟମ୍ ଫିଚର ଫୋନ୍ ନୋକିଆ ୧୫୦କୁ ଉନ୍ମୋଚନ କରାଯାଇଛି । ଏହାର ଆକର୍ଷଣୀୟ ଡିଜାଇନ୍ ଓ ଦୀର୍ଘସ୍ଥାୟୀ ଗଠନଶୈଳୀ ଲୋକମାନଙ୍କ ମୋବାଇଲ୍ ଅନୁଭୂତିରେ ବୈପ୍ଳବିକ ପରିବର୍ତନ ଆଣିବ ।
ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ଉପସଭାପତି-ଭାରତ ଓ ଏପିଏସି ରବି କନୱର କହିଛନ୍ତି ଯେ, “ଦୁନିଆ ସାମ୍ନାରେ ଆମେ ନୋକିଆ ୧୩୦ ମ୍ୟୁଜିକ୍ ଓ ନୋକିଆ ୧୫୦କୁ ଉନ୍ମୋଚନ କରିଥିବାରୁ ଆମେ ଏଭଳି ଏକ ଫୋନ୍ ଉପସ୍ଥାପନ କରି ରୋମାଂଚିତ ମନେ କରୁଛୁ ଯାହା ସମ୍ପୂର୍ଣ୍ଣ ଅଲଗା । ସମ୍ପୂର୍ଣ୍ଣ ନୂଆ ଡିଜାଇନ୍ ଓ ସମୃଦ୍ଧ ସଙ୍ଗୀତ ବୈଶିଷ୍ଟ୍ୟ ସହିତ ବର୍ଦ୍ଧିତ ଟକ୍‌ଟାଇମ୍ ପାଇଁ ଉନ୍ନତ ବ୍ୟାଟେରି ଏବଂ ଆକର୍ଷଣୀୟ ଡିଜାଇନକୁ ନେଇ ନୋକିଆ ୧୩୦ ମ୍ୟୁଜିକ୍ ଓ ନୋକିଆ ୧୫୦ ହେଉଛି ଦୀର୍ଘସ୍ଥ୍ରାୟୀ ସଂଯୋଗ ଓ ସୁବିଧାର ଭାବ । ଭରସାଯୋଗ୍ୟ ଓ ଅଭିନବ ଡିଜାଇସ୍ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ଫୋନ୍ ଯାହା ଗ୍ରାହକମାନଙ୍କ ଜୀବନରେ ଉନ୍ନତିି ଆଣିବ ।’’
ନୋକିଆ ୧୩୦ ମ୍ୟୁଜିକ୍‌ରେ ରହିଛି ଏକ ଶକ୍ତିଶାଳୀ ଲାଉଡ୍ ସ୍ପିକର ଓ ଏମ୍‌ପି୩ ପ୍ଲେୟାର ରହିଛି ଯାହା ଜରିଆରେ ଆପଣମାନେ ସଙ୍ଗୀତକୁ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଉପଭୋଗ କରିପାରିବେ । ଏଥିରେ ମାଇକ୍ରୋ ଏସ୍‌ଡି କାର୍ଡ ଭର୍ତି କରିହେବ । ଏଥିରେ ଏଫ୍‌ଏମ୍ ରେଡିଓ, ୨.୪ ଇଂଚ୍ ଡିସ୍‌ପ୍ଲେ, ଡୁଆଲ୍ ବ୍ୟାଣ୍ଡ୍ ଜିଏସ୍‌ଏମ୍ ନେଟ୍‌ୱର୍କ, ମାଇକ୍ରୋ ୟୁଏସ୍‌ବି ପୋର୍ଟ, ୩.୫ ଏମ୍‌ଏମ୍ ଅଡିଓ ହେଡ୍‌ଫୋନ୍ ଜ୍ୟାକ୍ ଓ ଏକ ତାର ଲାଗିଥିବା ହେଡ୍‌ଫୋନ୍ ରହିଛି । ନୋକିଆ ୧୩୦ ମ୍ୟୁଜିକ୍‌ରେ ୧୪୫୦ ଏମଏଏଚ୍ ବ୍ୟାଟେରି ରହିଛି ଯାହାକୁ ଥରେ ଚାର୍ଜ କଲେ ଷ୍ଟାଣ୍ଡ୍‌ବାଏ ମୋଡ୍‌ରେ ୩୪ ଦିନ ରହିବ । ସେଥିରେ ୨୦୦୦ କଂଟାକ୍ଟ ଓ ୫୦୦ ଏସ୍‌ଏମ୍‌ଏସ୍ ରହିପାରିବ । ଏହା ଡାର୍କ ବ୍ଲୁ, ପର୍ପଲ ଓ ଲାଇଟ୍ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହୋଇଛି ।
ପ୍ରିମିୟମ୍ ଫିଚର ଫୋନ୍ ନୋକିଆ ୧୫୦ରେ ରହିଛି ୧୪୫୦ ଏମ୍‌ଏଏଚ୍ ବ୍ୟାଟେରି ଯାହାକୁ ଫୁଲ୍ ଚାର୍ଜ କଲେ ୨୦ ଘଂଟା କଥାବାର୍ତା ହୋଇପାରିବ ଏବଂ ଷ୍ଟାଣ୍ଡ୍‌ବାଏ ମୋଡ୍‌ରେ ତାହା ୩୪ ଦିନ ରହିବ । ଏହାର ପଛରେ ଜିଭିଏ କ୍ୟାମେରା ସହ ଫ୍ଲାସ୍ ଏବଂ ସେଥିରେ ୨.୪ ଇଂଚ୍‌ର ଡିସ୍‌ପ୍ଲେ ରହିଛି । ଏଥି ସହିତ ଶକ୍ତିଶାଳୀ ଲାଉଡ୍ ସ୍ପିକର ଓ ଏମ୍‌ପି୩ ପ୍ଲେୟାର ମଧ୍ୟ ରହିଛି । ନୋକିଆ ୧୩୦ ମ୍ୟୁଜିକ୍‌ର ଦାମ୍ ୧୮୪୯-୧୯୪୯ ଟଙ୍କା ଥିବା ବେଳେ ନୋକିଆ ୧୫୦ର ଦାମ୍ ୨୬୯୯ ଟଙ୍କା ରହିଛି । ଏହା ଚାର୍‌କୋଲ୍‌, ସିୟାନ୍ ଓ ଲାଲ୍ ରଙ୍ଗରେ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

eleven + 19 =