ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଚୋରି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଏହାର ପ୍ରବର୍ତନ ଟିମ୍ ଜରିଆରେ ବିଦ୍ୟୁତ୍ ଚୋରି ବିରୋଧରେ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି ।
ବିଦ୍ୟୁତ ଚୋରିରେ ବୃଦ୍ଧି କାରଣରୁ ରାଜସ୍ୱ ହାନି ହେଉଥିବା ବେଳେ ନେଟୱାର୍କ ଉନ୍ନତିକରଣରେ ନିବେଶ କରିବାରେ ୟୁଟିଲିଟିର କ୍ଷମତାକୁ ମଧ୍ୟ ପ୍ରଭାବିତ କରୁଛି । ଏଥି ସହିତ ସେବାର ଗୁଣବତା ଏବଂ ଉପଭୋକ୍ତା ନିରାପତା ପ୍ରତି ବିପଦ ସୃଷ୍ଟି କରୁଛି । ସେବାରେ ଉନ୍ନତି ପାଇଁ ଟିପିସିଓଡିଏଲ୍‌ର ପ୍ରୟାସ ସତ୍ୱେ ବଢୁଥିବା ବିଦ୍ୟୁତ ଚୋରି ମାମଲା ଏହାର ପରିଚାଳନା ଉତ୍କର୍ଷତାରେ ବାଧା ସୃଷ୍ଟି କରୁଛି ।
ନିମାପଡ଼ା ବିଦ୍ୟୁତ ଡିଭିଜନର ଗୋପ ସେକ୍ସନ ଅଂଚଳରେ ଯାଂଚ ବେଳେ ଟିପିସିଓଡିଏଲ୍ ଟିମ୍ ଏକ କୁକୁଡ଼ା ଫାର୍ମ ବେଆଇନ ଭାବେ ବିଦ୍ୟୁତ୍ ବ୍ୟବହାର କରୁଥିବା ଦେଖିବାକୁ ପାଇଥିଲେ । ସେମାନେ ନିକଟସ୍ଥ ଏଲଟି ଖୁଂଟରୁ ବିଦ୍ୟୁତ ସଂଯୋଗ ନେଇ ଦୈନିକ ୧୦ କିଲୋୱାଟ୍ ବ୍ୟବହାର କରୁଥିଲେ । ସେହିପରି ଜଟଣୀ ଅଂଚଳରେ ଏକ ୱେଲ୍‌ଡିଂ ଦୋକାନ ଓ ରାଇସ୍ ହଲର୍ ୧୫ କିଲୋୱାଟ୍ ଲୋଡ୍ ଚଳାଇବା ପାଇଁ ନିକଟସ୍ଥ ଏଲ୍‌ଟି ଖୁଂଟରୁ ସମାନ୍ତରାଳ ହୁକ ଜରିଆରେ ବିଦ୍ୟୁତ୍ ଯୋଗାଣ ନେଇଥିବା ଦେଖିବାକୁ ମିଳିଥିଲା ।
ପୁରୀ ଅଂଚଳରେ ଯାଂଚ ଅଭିଯାନ ଚାଲିଥିବା ବେଳେ ବ୍ରହ୍ମଗିରିସ୍ଥିତ ଟିପିସିଓଡିଏଲ୍ ଟିମ୍ ଜଣେ ମୋବାଇଲ୍ ଟାୱାର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଯିଏ ୩ ଲକ୍ଷ ଟଙ୍କା ମୂଲ୍ୟର ୮ କିଲୋୱାଟ୍ ଲୋଡ୍ ପାଇଁ ବାହ୍ୟ ସର୍କିଟରୁ ବିଦ୍ୟୁତ ଯୋଗାଣ କରୁଥଲେ । ମାର୍ଶାଘାଇ ବିଦ୍ୟୁତ୍ ଡିଭିଜନରେ ପ୍ରତ୍ୟକ୍ଷ ଯାଂଚ ସମୟରେ ଜଣେ ରାଇସ୍ ହଲର୍ ମାଲିକ ୩.୫ ଲକ୍ଷ ଟଙ୍କାର ଅନଧିକୃତ ଭାବେ ୮ କିଲୋୱାଟ୍ ଲୋଡ୍ ଥିବା ଅନଧିକୃତ ବିଦ୍ୟୁତ୍ ଯୋଗାଣ ବ୍ୟବହାର କରି ମିଟରରେ ହେରଫେର କରିଥିବା ଜଣାପଡ଼ିଥିଲା ।
ନିକଟରେ ପୁରୀ ବିଦ୍ୟୁତ୍ ଡିଭିଜନରେ ଏକ ହୋଟେଲ ବିଦ୍ୟୁତ୍ ବ୍ୟବହାର ରେକର୍ଡିଂରେ ହେରଫେର କରୁଥିବା ଜଣାପଡ଼ିଥିଲା । ଟିପିସିଓଡିଏଲ୍ ଏନ୍‌ଫୋର୍ସମେଂଟ୍ ଟିମ୍‌ର ଯାଂଚ ସମୟରେ ୧୮ଟି ହେରଫେର କରିଥିବା ମିଟର ମାଧ୍ୟମରେ ୩୨ ଲକ୍ଷ ଟଙ୍କାର ବିଦ୍ୟୁତ୍ ଚୋରି ହୋଇଥିବା ଜଣାପଡ଼ିଛି ।
ଏହି ଅସାଧୁ ଗ୍ରାହକମାନେ ଆମର ସଚ୍ଚୋଟ ଗ୍ରାହକଙ୍କ ମନୋବଳକୁ ଦୁର୍ବଳ କରନ୍ତି । ସଚ୍ଚୋଟ ଗ୍ରାହକମାନେ ନିଷ୍ଠାର ସହ ଠିକ୍ ସମୟରେ ଦେୟ ପଇଠ କରନ୍ତି । ଟିପିସିଓଡିଏଲ୍ ଏହାର ସଚ୍ଚୋଟ ଗ୍ରାହକଙ୍କ ଭାବନା ଏବଂ ସଂକଳ୍ପର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ । ସଚ୍ଚୋଟ ଓ ଅସାଧୁ ଗ୍ରାହକଙ୍କ ମଧ୍ୟରେ ସାମାଜିକ ବିଭାଜନ ସୃଷ୍ଟିକୁୁ ରୋକିବା ପାଇଁ \”ବିଜୁଳି ଚୋରି’କୁ ଦୂର କରିବାର ଆବଶ୍ୟକତା ରହିଛି ।
ବୈଧ ଗ୍ରାହକଙ୍କୁ ସୁରକ୍ଷା ଦେବା ଏବଂ ବେଆଇନ ସଂଯୋଗକୁ ରୋକିବା ପାଇଁ ଟିପିସିଓଡିଏଲ୍ ବ୍ୟାପକ ଅଭିଯାନ ଚଳାଇଛି । ମିଟର ଯାଂଚ, ଅନଧିକୃତ ଗ୍ରାହକଙ୍କୁ ଚିହ୍ନଟ ଏବଂ ଅସାଧୁ ଗ୍ରାହକଙ୍କ ସଂଯୋଗ ବିଚ୍ଛିନ୍ନ କରୁଛି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ ହେଉଛି ଚୋରି ରୋକିବା ଏବଂ ମୋଟ ବୈଷୟିକ ଏବଂ ବାଣିଜ୍ୟିକ (ଏଟିଆଣ୍ଡ୍‌ସି) କ୍ଷତିକୁ ହ୍ରାସ କରିବା ସହ ସଚ୍ଚୋଟ ଗ୍ରାହକଙ୍କୁ ଆର୍ôଥକ ଚାପରୁ ମୁକ୍ତି ପ୍ରଦାନ କରିବା ।
ଭାରତୀୟ ବିଦ୍ୟୁତ ଆଇନ ୨୦୦୩ ଅନୁଯାୟୀ ବିଦ୍ୟୁତ୍ ଚୋରିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିପିସିଓଡିଏଲ୍ ବାଧ୍ୟ । ନିୟମର ଧାରା ୧୩୫ ଅନୁଯାୟୀ, ବିଦ୍ୟୁତ୍ ଚୋରି ଏକ ଦଣ୍ଡନୀୟ ଅପରାଧ ଏବଂ ବାରମ୍ବାର ଅପରାଧ ପାଇଁ ଜଣେ ବ୍ୟକ୍ତିଙ୍କୁ ଜେଲ୍ ମଧ୍ୟ ହୋଇପାରେ । ଏଥି ସହିତ ବିଦ୍ୟୁତ୍ ଚୋରି ସମ୍ପର୍କରେ ସୂଚନା ଦେଉଥିବା ଗ୍ରାହକଙ୍କୁ ପୁରସ୍କୃତ କରାଯିବ ।
ଗ୍ରାହକମାନେ ହ୍ୱାଟସ୍‌ଆପ୍, 9437158670, [email protected], ଟିପିସିଓଡିଏଲ୍ ମିତ୍ର ଆପ୍ କିମ୍ବା ଟିପିସିଓଡିଏଲ୍ ୱେବସାଇଟ୍‌ରେ ବିଦ୍ୟୁତ୍ ଚୋରି ସମ୍ପର୍କରେ ଅଭିଯୋଗ କରିପାରିବେ ।

Share

Leave a Reply

Your email address will not be published. Required fields are marked *

5 × three =