ରୁଙ୍ଗ୍‌ଟା ପକ୍ଷରୁ କଟକରେ ଡିଲର ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ୱିତ ଇସ୍ପାତ ଏବଂ ଟିଏମଟି ବାର ଉତ୍ପାଦନକାରୀ ରୁଙ୍ଗଟା ଷ୍ଟିଲ ଚ୍ୟାନେଲ ପାର୍ଟନର ଆରଏଲ୍ ମୋଦୀ ଆଣ୍ଡ୍ ସନ୍ସ ସହଯୋଗରେ କଟକ ସହରରେ ଏକ ଡିଲର ସମ୍ମିଳନୀ ଆୟୋଜନ କରିଥିଲ । ଅଂଶୀଦାର ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବଜାରରେ କମ୍ପାନୀର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ କାର୍ଯ୍ୟ କରିଥିଲା ।
ପ୍ରମୋଦ କନ୍‌ଭେନ୍‌ସନ୍ ଆଣ୍ଡ୍ କ୍ଲବ୍ ରିସୋର୍ଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦ରୁ ଅଧିକ ଡିଲର ଯୋଗଦେଇଥିଲେ ଯାହା ର ସମ୍ପର୍କ ବୃଦ୍ଧି ଏବଂ ଡିଲର ନେଟୱାର୍କକୁ ଅତୁଟ ସମର୍ଥନ ପ୍ରଦାନ କରିବା ପାଇଁ ରୁଙ୍ଗଟା ଷ୍ଟିଲର ଉତ୍ସର୍ଗୀକୃତ ମନୋଭାବକୁ ପ୍ରଦର୍ଶନ କରିଥିଲା ।
ରୁଙ୍ଗଟା ଷ୍ଟିଲ୍‌ର ଏଭିପି ତଥା ସେଲ୍ସ ଆଣ୍ଡ ମାର୍କେଟିଂ (ଟିଏମଟି ଆଣ୍ଡ ୍ ୱାୟାର ରଡ୍‌) ମୁଖ୍ୟ ଅରବିନ୍ଦ କୁମାର କହିଛନ୍ତି ଯେ, “ରୁଙ୍ଗଟା ଷ୍ଟିଲ୍‌ରେ ଆମେ ଏହା ଭଲ ଜାଣିଛୁ ଯେ ସଫଳତାର ନୂତନ ଶିଖରରେ ପହଂଚିବାରେ ଆମ ଯାତ୍ରା ଆମ ସହଯୋଗୀମାନଙ୍କ ସହ ଯୋଡ଼ିହୋଇରହିଛି । ଆପଣମାନଙ୍କ ସହଯୋଗିତା କେବଳ ମୂଲ୍ୟବାନ ନୁହେଁ, ଏହା ଆମ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଶ୍ରୀ କୁମାର କହିଛନ୍ତି ଯେ, ‘ଆମେ କେବଳ ଇସ୍ପାତ ଉ୍‌ପାଦନ ବ୍ୟବସାୟରେ ନାହୁଁ, ଆମେ ହେଉଛୁ ଅଭିବୃଦ୍ଧିର ସ୍ଥପତି । ଇସ୍ପାତ ବଜାରର ସୁଦୃଢ଼ ଭବିଷ୍ୟତ ଗଠନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ । କେବଳ ଉତ୍ପାଦ ପ୍ରଦାନ କରିବା ନୁହେଁ ବରଂ ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଆମେ ସଂକଳ୍ପବଦ୍ଧ । ଏହା ହେଉଛି ଉତ୍କର୍ଷ ପାଇଁ ନିରନ୍ତର ଅନୁସନ୍ଧାନରେ ଗୁଣାତ୍ମକ ମାନ, ନବସୃଜନ ପ୍ରତି ଆମ ଅତୁଟ ପ୍ରତିବଦ୍ଧତାର ପ୍ରମାଣ ।’’
ଗୁରୁତ୍ୱପୂର୍ଣ୍ଣ ସୂଚନା ଜରିଆରେ ଡିଲରମାନେ ସମୃଦ୍ଧ ହୋଇଥିଲେ ଯାହା ଆଗାମୀ ଦିନରେ ପଥକୁ ଆଲୋକିତ କରିବ । ରୁଙ୍ଗଟା ଷ୍ଟିଲର ଉଚ୍ଚ ମାନର ଇସ୍ପାତ ଉତ୍ପାଦ ସାରା ରାଜ୍ୟରେ ବ୍ୟବସାୟ ଓ ଶିଳ୍ପର ବିଶ୍ୱାସ ଓ ପ୍ରଶଂସା ହାସଲ କରିିଛି ।

Share

Leave a Reply

Your email address will not be published. Required fields are marked *

2 × three =