ବିକାଶ ଏଜେଣ୍ଡା ବନାମ ଫମ୍ପା ଆବାଜ

ଭୁବନେଶ୍ୱର : ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶର ଏଜେଣ୍ଡା ବନାମ ବିରୋଧୀଙ୍କ ଫମ୍ପା ଆବାଜ ମଧ୍ୟରେ ଚାଲିଛି ଲଢେଇ । ଆଉ ଏହି ଲଢେଇରେ ନବୀନଙ୍କ ମଙ୍ଗୁଆଳ ନେତାମାନେ ଲୋକଙ୍କ ପାଖରେ ବିକାଶର ନୂଆ ମନ୍ତ୍ର ପହଞ୍ଚାଇବାର ଭାରା ଧରିଛନ୍ତି । ଭୋଟ ରାଜନୀତି ଅପେକ୍ଷା ବିଜେଡି ପାଇଁ ବିକାଶ ମହତ୍ୱପୂର୍ଣ୍ଣ, ଏହି ବାର୍ତ୍ତା ଧରି ବିଜେଡି ନେତାମାନେ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେବାକୁ ଚେଷ୍ଟା ଚଳାଇଛି ।

ରାଜ୍ୟ ପାଇଁ ନବୀନ ସରକାର କଣ କରିଛନ୍ତି । ସମାଜର ସବୁ ବର୍ଗ ପାଇଁ କି ଯୋଜନା କରିଛନ୍ତି ରାଜ୍ୟ ସରକାର । ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ କଣ ଆଉ ରହିଛି ? ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା କଣ ? ଏସବୁ ଏବେ ବିଜେପୁର ନିର୍ବାଚନୀ ମଣ୍ଡଳୀର ବୃଦ୍ଧିଜୀବୀ, ଯୁବକ, ମହିଳା, ଛାତ୍ର ଓ ବିଭିନ୍ନ ସାମାଜିକ ସଂଗଠନକୁ ବୁଝାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ।

ସରକାରୀ ଯୋଜନାର କିପରି ଲୋକମାନେ ଭରପୁର ଫାଇଦା ପାଇବେ ସେ ସର୍ମ୍ପକରେ ମଧ୍ୟ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ସାଧାରଣ ଲୋକ ସରକାରୀ ଯୋଜନାରୁ ବଂଚିତ ହେଲେ କିପରି ମୋ ସରକାର ଯୋଜନାର ସୁଫଳ ନେଇପାରିବେ । ଏସବୁ ବିଜେପୁର ନିର୍ବାଚନୀ ମଣ୍ଡଳୀର ଜଗନ୍ନାଥ ନଗର, ବରପାଲି, ଗାଇସିଲଟ, ବିଜେପୁରରେ ଅଂଚଳରେ ସଚେତନ ବିଜେପୁରବାସୀଙ୍କୁ ବୁଝାଉଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ । ଏଥିସହିତ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ମଧ୍ୟ ଭୋଟ ଭିକ୍ଷା କରୁଛନ୍ତି । ବିଜେପୁର ନିର୍ବାଚନୀ ମଣ୍ଡଳୀର ୩ଟି ବ୍ଲକ ଓ ୨ଟି ଏନଏସିରେ ପ୍ରଣବ(ବବି) ବିଜେଡ଼ିର ବରିଷ୍ଠ ଓ ଛାମୁଆ ସଂଗଠନର ନେତାମାନେଙ୍କ ସହ ଯୋଗାଯୋଗ କରି ବିଜେଡ଼ିର ପ୍ରଚାରକୁ ଜୋରଦାର କରିବା ସହ ଭୋଟର ପୂର୍ବ ଆକଳନ କରିଛନ୍ତି ।

ଆସନ୍ତା ୧୭ ଓ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁରରେ ଦୁଇଦିନ ପ୍ରଚାର କରିବେ । ସୁପ୍ରିମୋଙ୍କ ପ୍ରଚାର କିପରି ସଫଳ ହେବ ସେନେଇ ମଧ୍ୟ ନେତାଙ୍କ ସହ ଆଲୋଚନା କରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବବି । ବିଭିନ୍ନ ସଭାରେ ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଅଭିଭାଷଣରେ କହୁଛନ୍ତି ଯେ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ହିଁ ରୀତା ସାହୁଙ୍କୁ ବିଜେପୁରରେ ବିଜୟ କରାଇବ । ତେଣୁ ସମସ୍ତ ବିଜେଡ଼ି କର୍ମୀ ଓ ବିଜେପୁରବାସୀଙ୍କ ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ୨୦୧୮ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ବିଜେପୁର ବାଜି ଜିତିଛି । ଏଥର ମଧ୍ୟ ଦଳ ବିଜେପୁରରେ ଭଲ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ଶାସକ ଦଳର ନେତାଏ ଯୁକ୍ତି ବାଢୁଛନ୍ତି । ତେତେ ଆସନ୍ତା ୨୪ ତାରିଖରେ ସ୍ପଷ୍ଟ ହେବ ବିଜେପୁରବାସୀ କାହା କଥାକୁ ବିଶ୍ୱାସକୁ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − eleven =