କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଓ ସାଲେପୁର ଥାନାକୁ ଅଚାନକ ଗସ୍ତ

ଭୁବନେଶ୍ବର () ରାଜ୍ୟର ବିଭିନ୍ନ ଜିଲ୍ଲାର ଡାକ୍ତରଖାନାରେ ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରିତାର ଅନୁଧ୍ୟାନ କରୁଥିବା 5-ଟି ସଚିବ ଆଜି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପହଁଚିଛନ୍ତି । ସାଙ୍ଗରେ ଥିଲା ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନେ ବିଭିନ୍ନ ରୋଗୀଙ୍କ ସହ ରୋଗୀସେବା ସମ୍ପର୍କରେ ପଚାରି ବୁଝିଥିଲେ । ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମଧ୍ୟ ଡାକ୍ତରଙ୍କ ବ୍ୟବହାର ଓ ମାଗଣା ଔଷଧ ବାବଦରେ କଥା ହୋଇଥିଲେ । ଜିଲ୍ଲାପାଳ ସାମର୍ଥ ବର୍ମା ମଧ୍ୟ ସେ ସମୟରେ ଉପସ୍ଥିତ ଥିଲେ । 5-ଟି ସଚିବ ସେଠାରେ ଜିଲ୍ଲା ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏକ ସଂକ୍ଷିପ୍ତ ଆଲୋଚନା ମଧ୍ୟ କରିଥିଲେ ।

ବାଟରେ ସେ ସାଲେପୁର ପୋଲିସ ଷ୍ଟେସନକୁ ଅଚାନକ ଗସ୍ତରେ ଯାଇଥିଲେ । ସେଠାରେ ପହଁଚି ସେ ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରିତାର ଅନୁଧ୍ୟାନ କରିବା ସହ ଥାନାକୁ ଅଭିଯୋଗ କରିବାକୁ ଆସିଥିବା କିଛି ସ୍ଥାନୀୟ ଲୋକଙ୍କୁ ଥାନା ବାବୁଙ୍କ କାର୍ଯ୍ୟ ଉପରେ ପଚାରି ବୁଝିଥିଲେ ।

Share

Leave a Reply

Your email address will not be published. Required fields are marked *

sixteen − 4 =