‘ମୋଦି ସବୁଠୁ ବଡ ମିଛୁଆ, ସବୁଦିନ ମିଛ କହୁଛନ୍ତି’

ଭୁବନେଶ୍ବର ():ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ଼ ମିଛୁଆ, ସେ ଦେଶବାସୀଙ୍କୁ ପ୍ରତ୍ୟେକ ଦିନ ମିଛ କହୁଛନ୍ତି। ସେ ଦେଶବାସୀଙ୍କ ସମ୍ମୁଖରେ ଅଭିନୟ କରୁଛନ୍ତି। କଳାକାରମାନଙ୍କଠୁ ବଳି ସେ ଅଭିନୟ କରିପାରନ୍ତି। ପ୍ରକୃତରେ ଆମ ଦେଶ ସମ୍ବିଧାନ ଦ୍ବାରା ହିଁ ପରିଚାଳିତ ହେବ। କୌଣସି ବାଇବେଲ୍‌, କୋରାନ, ଗୀତା କି ବେଦ ଦ୍ବାରା ଦେଶ ପରିଚାଳିତ ହୋଇପାରିବ ନାହିଁ ବୋଲି ଏପରି ବୟାନ ଦେଇଛନ୍ତି ଫିଲ୍ମ ଅଭିନେତା ପ୍ରକାଶ ରାଜ।

ମୋଦି ଗଣତନ୍ତ୍ର ପାଇଁ ଭିଲେନ୍ ବୋଲି ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ଅଭିନେତା ପ୍ରକାଶ ରାଜ୍‌ କହିଛନ୍ତି। ଓଡ଼ିଶା ଜନଚେତନା ମଞ୍ଚ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ମୋଦିଙ୍କୁ କଡ଼ା ସମାଲୋଚନା କରିଥିଲେ।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ରହୁ ନଥିବା ଜଣେ ରାଜନେତା। ବିଧାନସଭା ନିର୍ବାଚନ ଆସିଲେ ହିଁ ତାଙ୍କୁ ଦେଖିବାକୁ ମିଳେ। ମୋଦିଙ୍କୁ ଦେଖିଲେ ମୋତେ ବିକ୍ରମ ବେତାଳଙ୍କ କାହାଣୀ ମନେ ପଡ଼ିଯାଏ। ମୋଦି ସବୁଠାରୁ ବଡ଼ ମିଛୁଆ, ସେ ଦେଶବାସୀଙ୍କୁ ପ୍ରତ୍ୟେକ ଦିନ ମିଛ କହୁଛନ୍ତି। ସେ ଦେଶବାସୀଙ୍କ ସମ୍ମୁଖରେ ଅଭିନୟ କରୁଛନ୍ତି, ହେଲେ ତାଙ୍କ ପାଖରେ ସାଧାରଣ ଜନତାଙ୍କ ଦୁଃଖ ଶୁଣିବାକୁ ସମୟ ନାହିଁ। କଳାକାରମାନଙ୍କଠୁ ବଳି ଅଭିନୟ କରିପାରନ୍ତି ସେ।

ତାଙ୍କ ସମ୍ବୋଧନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗଣତନ୍ତ୍ରରେ ଏକଚ୍ଛତ୍ରବାଦର କୌଣସି ସ୍ଥାନ ନାହିଁ। ହିଟଲରଙ୍କୁ ଦୁନିଆ ଦେଖିସାରିଛି। ଆଉ ଗୋଟିଏ ହିଟଲର ସୃଷ୍ଟି ନକରିବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି। କିନ୍ତୁ ଭାରତବର୍ଷରେ କ୍ଷମତାସୀନ ସରକାର ଅଣତାନ୍ତ୍ରିକ କାମ କରିଚାଲିଛି। ଜନସାଧାରଣ ୫ବର୍ଷ ତଳେ କରିଥିବା ଭୁଲ୍ ଆଗାମୀ ନିର୍ବାଚନରେ ଦୋହରାଇବେ ନାହିଁ ବୋଲି ମୁଁ ଆଶା କରୁଛି ବୋଲି କହିଛନ୍ତି ପ୍ରକାଶ।

ପ୍ରକାଶ ରାଜ୍‌ ପରିଶେଷରେ କହିଥିଲେ ସରକାରଙ୍କୁ ପ୍ରତିଟି ପଦକ୍ଷେପରେ ପ୍ରଶ୍ନ ପଚାରିବା ସାଧାରଣ ଜନତାଙ୍କର ଅଧିକାର। ଯଦି ଆମେ କିଛି ପଚାରିବାନି, ସରକାର ଆମକୁ ମୂର୍ଖ ବନେଇଚାଲିବେ।

Share

Leave a Reply

Your email address will not be published. Required fields are marked *

2 + 5 =