କାହିଁକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଅଧିକ ଲାଭଦାୟୀ: ଟ୍ବିଟରେ ବୁଝାଇଲେ ପ୍ରଣବ

ଭୁବନେଶ୍ବର () ବାରମ୍ବାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦାବି କରୁଛନ୍ତି କେନ୍ଦ୍ର ମନ୍ତ୍ରୀମାନେ । କିନ୍ତୁ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାଁନ୍ତି । ବରଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପରିସୀମା ବୃଦ୍ଧି କରିଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦାବିକୁ ପୁଣି ଥରେ ଦୋହରାଇବା ପରେ କେନ୍ଦ୍ର ଓ ରାଜ୍ୟ ଯୋଜନା ମଧ୍ୟରେ ଥିବା ତାରତମ୍ୟକୁ ଗୋଟି ଗୋଟି କରି ବୁଝାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ରାଜ୍ୟର ଅନେକ ଜନକଲ୍ୟାଣ ଯୋଜନାକୁ ପରବର୍ତ୍ତିୀ ସମୟରେ ଅନ୍ୟରାଜ୍ୟ ଓ ପୁରା ଦେଶ ଗ୍ରହଣ କରିଛି । ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯେଉଁ ନୂଆରୂପ ନେଇଛି ତାହା ବି ଦେଶ ପାଇଁ ରୋଲ ମଡ଼େଲ । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲୋକମାନଙ୍କୁ ଡ଼ିଜିଟାଲ ହେଲଥ କାର୍ଡ଼ ଯୋଗାଇଛି।  ଯେଉଁଥିରେ ପ୍ରତ୍ୟେକ ପରିବାରକୁ ୨ଟି କାର୍ଡ଼ ମିଳିଳି ।  ରାଜ୍ୟର ୯୫ ଲକ୍ଷ ପରିବାର ଓ ସାଢେ ୩କୋଟି  ଓଡ଼ିଆବାସୀ ଉପକୃତ ହେବେ ।  ଯେଉଁଥିରେ ପରିବାରକୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଚିକିତ୍ସା ସୁବିଧା ପ୍ରତିବର୍ଷ  ମିଳିବ ।

ଏବେ ସମୟ ଆସିଛି ଭାରତ ସରକାର ଏହି ଯୋଜନାକୁ ଲାଗୁ କରନ୍ତୁ  । କାରଣ ପୂର୍ବରୁ  ଓଡ଼ିଶା କରିଥିବା ମମତା, କାଳିଆ ଭଳି ଅନେକ  ଯୋଜନାକୁ କେନ୍ଦ୍ର ଗ୍ରହଣ କରିଛି । ତେଣୁ  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମଧ୍ୟ  ଆପଣ ଲାଗୁ କରିବେ ସୁନିଶ୍ଚିତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଇବୋଲି ସମ୍ବୋଦିତ କରି ଓଡ଼ିଶାବାସୀଙ୍କ ପାଇଁ ଏପରି ପରାମର୍ଶ ଦେଇଛନ୍ତି ବିଜେଡ଼ି ସାଂଗଠନିକ  ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଏପରି ତଥ୍ୟ ଭିତ୍ତିକ ଓ ସରଳ ଭାବରେ ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟରେ ଫରକ  ଏବେ ଚର୍ଚ୍ଚାର ବିଷୟ ।

ପ୍ରଣବଙ୍କ ଟ୍ୱିଟ ଗୋଟିଏ  ବାର୍ତ୍ତା ଦେଉଛି ଯେ ଜନହିତ ପାଇଁ ଯେଉଁ ଯୋଜନାକୁ କରାଯାଉଛି ତାହାକୁ ନେଇ ରାଜନୀତି ନକରୁ ବିଜେପି । ବଂର ରାଜ୍ୟ ସରକାର କରୁଥିବା ଏହି ମଡ଼େଲକୁ କେନ୍ଦ୍ର ଗ୍ରହଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଯେଉଁଥି ପାଇଁ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କକୁ ଭାଇ ସମ୍ବୋଦିତ କରି ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ଼  ମଧ୍ୟର ଫରକ କଣ ତାହା ବୁଝାଇଛନ୍ତି ବିଜେଡ଼ି ସାଗଂଠନିକ ସମ୍ପାଦକ ପ୍ରଣବ ପ୍ରକାଶ । କାହିକିଁ  ଆୟୁଷ୍ମାନ ଭାରତ ଅପେକ୍ଷା ବିଜୁସ୍ୱାସ୍ଥ୍ୟକାର୍ଡ଼  ଭଲ ତାହା  ତାର ଏକ ତୁଳନାତ୍ମକ ତଥ୍ୟ ଦେଇ ଟ୍ୱିଟରେ ବୁଝାଇଦେଇଛନ୍ତି ।

ପ୍ରଣବ ନିଜ ଟ୍ୱିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଇ କହିଛନ୍ତି ଯେ  ଆୟୁଷ୍ମାନ ଯୋଜନାରେ ମା ମାନଙ୍କକ ପାଇଁ  ଶନ୍ୟସୁବିଧା ରହିଛି । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଆ ମାନଙ୍କ ପାଇଁ  ୧୦ଲକ୍ଷ ପର୍ଯ୍ୟନ୍ତ ସୁବିଧା ଅଛି । ସେହିପରି ଆୟୁଷ୍ମାନ ଭାରତ ଯୋଜନା କେବଳ ସରକାରଙ୍କ ହସ୍ପିଟାଲରେ ସୀମିତ , ହେଲେ ବିଜୁ ସ୍ୱାସ୍ଥ୍ୟ  କଲ୍ୟାଣ ଯୋଜନା ଉଭୟ ସରକାର ଓ ବେସରକାରୀ  ହସ୍ପିଟାଲରେ ମିଳିବ ସୁବିଧା । ଯାହାର ସରକାରଙ୍କ ହସ୍ପିଟାଲରେ କୌଣସି ସୀମା ନାହିଁ । ସେହିପରି ଆୟୁଷ୍ମାନ ଯୋଜନାରେ ୬୦ ଲକ୍ଷ ହିତାଧିକାରୀ ଭିତରେ ସୀମିତ ହେଲେ ବିଜୁ  ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହାତାଧିକାରୀ ହେଉଛନ୍ତି ୯୬ଲକ୍ଷ ପରିବାର । ତେଣୁ ସରଳଭାଷାରେ କହିଲେ ଆୟୁଷ୍ମାନ ଭାରତ ହେଉଛି ଏକ ଇନ୍ସୁରାନ୍ସ କିନ୍ତୁ ବିଜୁ ସ୍ୱାସ୍ଥ୍ର‌୍ୟ କଲ୍ୟାଣ ଯୋଜନା ହେଉଛି ଏସୁରାନ୍ସ । ଯାହାକି ସଂପୂର୍ଣ୍ଣ  ସ୍ୱାସ୍ଥ୍ୟସେବାର ଭରଷା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତଥ୍ୟ ସହ ବୁଝାଇଛନ୍ତି ପ୍ରଣବ ।

Share

Leave a Reply

Your email address will not be published. Required fields are marked *

fourteen − 7 =