ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ, କ୍ରିଷନ କୁମାର ଶ୍ରୀମନ୍ଦିର ପ୍ରଶାସକ

ଭୁବନେଶ୍ବର () : ରାଜ୍ୟ ସରକାର ଆଇଏଏସ ସ୍ତରରେ ପୁଣି ଏକ ଅଦଳବଦଳ କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପରେ 1983 ବ୍ୟାଚର ଆଇଏଏସ ଅଫିସର ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ମିଳିଛି । ଆସନ୍ତା 19 ତାରିଖରେ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ଶ୍ରୀ ପାଢ଼ୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେହିଦିନ ସେ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିବେ । ତାଙ୍କ ନୂଆ ନିଯୁକ୍ତିକୁ ମଧ୍ୟ ରାଜ୍ୟପାଳଙ୍କ ଅନୁମୋଦନ ମିଳିସାରିଛି ।

ଏଥିସହିତ ରାଜ୍ୟ ପ୍ରଶାସନ ଜଣେ ଦକ୍ଷ ଓ ଯୁବ ପ୍ରଶାସକ ଭାବେ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାରଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ସେହିପରି ସୁରେଶ ମହାପାତ୍ରଙ୍କୁ ନୂତନ ଉନ୍ନୟନ କମିସନର ଭାବେ ଦାୟିତ୍ବ ମିଳିଛି । ଏଥିସହିତ ସେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ । ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିସନର ଭାବେ ଅବସ୍ଥାପିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen − sixteen =