ଆଜି ୧୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୫ଟି ପର୍ଯ୍ୟାୟରେ ୧୦୮ ବିଧାୟକ କରିବେ ପରିଦର୍ଶନ

ଭୁବନେଶ୍ୱର: ଶେରଗଡ଼ ଓ ହିଞ୍ଜିଳିକାଟୁର ୫ଟି ଲେଖାଏଁ ରୂପାନ୍ତରୀକରଣ ସ୍ମାର୍ଟ ହାଇସ୍କୁଲକୁ ଶନିବାର ଭର୍ଚୁଆଲ୍ ମୋଡ୍ରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୧ ତାରିଖଠାରୁ ୩୦ ତାରିଖ ମଧ୍ୟରେ ୫ ଦିନ ବ୍ୟାପି କାର୍ୟ୍ୟକ୍ରମରେ ୫୦ଟି ସ୍ମାର୍ଟ ସ୍କୁଲକୁ ପ୍ରତିଦିନ ଅନ୍ତରରେ ୧୦ଟି ଲେଖାଏଁ ଲୋକାର୍ପଣ କାର୍ୟ୍ୟକ୍ରମ ରହିଛି । କାର୍ୟ୍ୟକ୍ରମରେ ରାଜ୍ୟର ୨୦ ଜଣ ମନ୍ତ୍ରୀ ସମେତ ୧୦୮ ବିଧାୟକ ଉପସ୍ଥିତ ରହିବେ । ପ୍ରତିଦିନ ଗୋଟିଏ ଲେଖାଏଁ ସ୍କୁଲରେ ୨ ଜଣ ଲେଖାଏଁ ବିଧାୟକ ଯୋଗଦେଇ ପଞ୍ଚାୟତ ପ୍ରତିନିଧି, ସ୍କୁଲ ମନିଟରିଂ କମିଟି, ଶିକ୍ଷକ ଓ ପିଲାମାନଙ୍କ ସହ ଆଲୋଚନା କରିବେ ।

ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ବାବଦରେ ପ୍ରତି ହାଇସ୍କୁଲକୁ କର୍ପୋରେଟ୍ ସୋସିଆଲ ରେସ୍ପନ୍ସବିଲିଟି (ସିଏସ୍ଆର୍) ପାଣ୍ଠିରୁ ୧୫ ଲକ୍ଷ ଓ ମୋ ସ୍କୁଲ ପାଣ୍ଠିରୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । ଏହାସହିତ ପଞ୍ଚାୟତ ଓ ବ୍ଲକ୍ ପାଣ୍ଠି ବିନିଯୋଗ ହୋଇଛି । ପ୍ରତି ହାଇସ୍କୁଲର ୨/୩ଟି ସ୍କାର୍ଟ କ୍ଲାସରୁମ୍ ନିର୍ମାଣ କରାଯାଇଛି । ଏଥିରେ କ୍ଲାସ୍ରୁମ୍ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ କରାଯିବା ସହ ଇ-ଲାଇବ୍ରେରୀ, ଇ-ଲାବୋରେଟାରୀ, ଅତ୍ୟାଧୁନିକ ଶୌଚାଳୟ, ପିଇବା ପାଣି ଓ ଖେଳପଡ଼ିଆ ସହିତ ଚାରାରୋପଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନ୍ଙ୍କ ଓ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ତତ୍ତ୍ୱାବଧାନରେ ସମସ୍ତ ବରିଷ୍ଠ ପ୍ରାଶାସନିକ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ର ସଂଘ ଓ ପଞ୍ଚାୟତ ପ୍ରତିନିଧି ଏହି କାର୍ୟ୍ୟକ୍ରମର ସଫଳତା ନିମନ୍ତେ ଉଦ୍ୟମ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − 8 =