ଏଣିକି ବ୍ଲକରେ ଗଣାହେବ ପଞ୍ଚାୟତ ଭୋଟ୍

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପୂର୍ବରୁ ନୂଆ ନିୟମ ଲାଗୁ କରାଯାଇଛି । ପଞ୍ଚାୟତ ଭୋଟ ଗଣତି ନେଇ ନୂଆ ନିୟମ ଲାଗୁହେବ । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଛି । ୧୫ ଦିନ ମଧ୍ୟରେ ମତାମତ ଦେବାକୁ ସରକାରଙ୍କ ପକ୍ଷରୁ ସମୟ ନିର୍ଦ୍ଧାରଣ କରାଯାଇଥିବା ଜଣାପଡ଼ିଛି ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏଣିକି ମତଦାନ କେନ୍ଦ୍ରରେ ନୁହେଁ, କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ହେବ । ବିଧାନସଭା ଓ ଲୋକସଭା ଭଳି ପଞ୍ଚାୟତ ଭୋଟ ଗଣତିରେ ଏହି ନିୟମ ଲାଗୁ ହେବ । ଗଣତି କେନ୍ଦ୍ରରେ ସମସ୍ତଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସ ଖୋଲାଯିବ । ପୂର୍ବ ଭଳି ଆଉ ବୁଥରେ ଭୋଟ ଗଣତି ନହୋଇ ବ୍ଲକମାନଙ୍କରେ ହେବ । ପ୍ରାର୍ଥୀ ଓ ପୁଲିସ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସକୁ ସିଲ୍ କରାଯିବ । ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ ଏହି ନୂଆ ନିୟବ ଲାଗୁ କରାଯିବ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

seven + eleven =