ନବୀନଙ୍କ ପ୍ରଶଂସାରେ କମଲ ହାସନ

ଭବନେଶ୍ବର ()  ଦକ୍ଷିଣୀ ସୁପରଷ୍ଟାର କମଲ ହାସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ବୁଧବାର ଏହି ସୁପରଷ୍ଟାର ତଥା ଏମଏନଏମ ପାର୍ଟିର ପ୍ରତିଷ୍ଠାତା ନବୀନଙ୍କୁ ଭେଟି ପ୍ରଶଂସା କରିବା ସହ ସେ ତାଙ୍କ ପରାମର୍ଶ ଗ୍ରହଣ କରିବାକୁ ଆସିଥିବା କହିଥିଲେ । ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ମେକ ଇନ ଓଡିଶା କନକ୍ଲେଭ ପାଇଁ ଶିଳ୍ପପତିଙ୍କ ସହ ଆଲୋଚନା କରୁଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସାମ୍ବାଦିକଙ୍କୁ କମଲ ହାସନ କହିଥିଲେ ଯେ, ନବୀନ ପଟ୍ଟନାୟକ ରାଜନୀତିରେ ତାଙ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁ ସମାଲୋଚନାର ଶିକାର ହେଉଥିଲେ । କାରଣ ସେ ସମୟରେ ସେ ରାଜନୀତିରେ ସଂପୂର୍ଣ୍ଣ ନୂଆ ଥିଲେ । କିନ୍ତୁ ପରବର୍ତ୍ତି ସମୟରେ ସେ ରାଜନୀତିରେ ଏଭଳି ସଫଳତା ପାଇଛନ୍ତି ଯାହା ଜଣେ ଅଭିଜ୍ଞ ରାଜନୀତିଜ୍ଞ ବି ପାଇପାରିନାହାଁନ୍ତି । ନବୀନଙ୍କୁ ସେ ଉତ୍ତମ ପ୍ରଶାସନ ପାଇଁ ପ୍ରଶଂସା କରିଥିଲେ ।

କମଲ କହିଥିଲେ ଯେ, ନବୀନ ପଟ୍ଟନାୟକ ଓଡିଶାରେ ଅନେକଗୁଡିଏ ଜନ କଲ୍ୟାଣକାରୀ  ଯୋଜନା  ପ୍ରଣୟନ କରୁଛନ୍ତି । ସେମଧ୍ୟରୁ ଏମିତି କିଛି ଯୋଜନା ରହିଛି ଯାହା ସର୍ବଭାରତୀୟ ସ୍ତରରେ ପ୍ରଥମ । ବିପର୍ଯ୍ୟୟ ପ୍ରଶମନରେ ଓଡିଶାର ସଫଳତା ନିଶ୍ଚିତ ଭାବେ ପ୍ରଶଂସନୀୟ ।

Share

Leave a Reply

Your email address will not be published. Required fields are marked *

3 × 3 =