ଶାହାଙ୍କ ଟାର୍ଗେଟରେ ନବୀନ

୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ବିଜେପି ଫୋକସରେ ରହିଛି ଓଡିଶା । ନିକଟରେ ଓଡିଶା ଗସ୍ତରେ ଆସିଥିବା ଦଳର ମୁଖିଆ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ରହିଥିବା ଆକ୍ରମଣାତ୍ମକ ମନୋଭାବରୁ ସ୍ପଷ୍ଟ ବାରିହୋଇଯାଉଥାଏ କି ବିଜେପିର ଫୋକସରେ ବର୍ତ୍ତମାନ ଓଡିଶା ରହିଛି । ସେହିଭଳି ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଅମିତ ଶାହାଙ୍କଠାରେ ମଧ୍ୟ ଅନୁରୁପ ଭାବନା ଦେଖିବାକୁ ମିଳିଛି । ଓଡିଶାରେ ପାଦ ରଖୁ ରଖୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଥିଲେ ଶାହା ।

ଗଜପତି କାଶୀନଗର ବିଜୟ ସଂକଳ୍ପ ସମାବେଶରେ ଶାହା ସିଧାସଳଖ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଶାହା । ଭାଷଣ ଆରମ୍ଭରୁ ନବୀନଙ୍କ ଉପରେ ବର୍ଷିଥିଲେ ଶାହା । ଉତ୍କଳ ଦିବସ ଉପଲକ୍ଷେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ଏଠିକାର ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁନାହାନ୍ତି ବୋଲି କଟାକ୍ଷ କରିଛନ୍ତି ଶାହା । ନବୀନ ୧୯ ବର୍ଷ ଶାସନ କଲେ କିନ୍ତୁ ବିକାଶ ପାଇଁ କିଛି କାମ କରିନାହାନ୍ତି ବୋଲି ଶାହା ଅଭିଯୋଗ ଆଣିଛନ୍ତି ।

ସେହିଭଳି ଓଡିଶାମାଟିରୁ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ସହ ଓଡିଶାର ବିକାଶ ଡବଲ୍ ଇଂଜିନର ସରକାର ଆଣିବାକୁ ଶାହା ଆହ୍ୱାନ ଦେଇଛନ୍ତି । ଶାହା କହିଛନ୍ତି କି, ରାହୁଲ ଗାନ୍ଧି ଆଜିକାଲି ଓଡିଶାକୁ ପରିବର୍ତ୍ତନ କରିବାକୁ ଆସୁଛନ୍ତି । ସୋନିଆ ଏବଂ ମନମୋହନ ୧୦ ବର୍ଷ ସରକାରରେ ଥିଲେ କିନ୍ତୁ କଂଗ୍ରେସ ସରକାର ଓଡିଶାକୁ ୮୦ହଜାର କୋଟି ଦେଇଥିଲା । ହେଲେ ମୋଦୀ ସରକାର ୫ବର୍ଷରେ ୫ଲକ୍ଷ ୫୬ହଜାର ୫୬୫କୋଟି ଟଙ୍କା ଦେଇଛନ୍ତି । ସେହିଭଳି ଉଜ୍ଜଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ମିଳିଛି । ୪୮ଲକ୍ଷ ମହିଳାଙ୍କୁ ଓଡିଶାରେ ମାଗଣା ଗ୍ୟାସ ମିଳିଛି ।

Share

Leave a Reply

Your email address will not be published. Required fields are marked *

15 + 8 =