ଜାଡେଜାଙ୍କ ଦମଦାର ପ୍ରଦର୍ଶନ ଆଗରେ ପରାସ୍ତ ହେଲା ବିରାଟ ସେନା

ମୁମ୍ବାଇ : ମାଷ୍ଟର ଧୋନୀଙ୍କ ଆଗରେ ଫିକା ପଡ଼ିଲେ କୋହଲି । କୋହଲିଙ୍କ ବିଜୟ ରଥରେ ଲାଗିଲା ବ୍ରେକ । ସୁପରସଣ୍ଡେର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ୬୯ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି । ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୧୯୧ ରନ ସଂଗ୍ରହ କରିଥିଲା । ଜବାବରେ ଆରସିବି ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା ।

ଚେନ୍ନାଇ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ଅ।ସିଥିବା ଋତୁରାଜ ଗାଏକ୍ୱାଡ୍ ଏବଂ ଫାଫ୍ ଡୁ ପ୍ଲେସି ଭଲ ଅ।ରମ୍ଭ କରିଥିଲେ । ଗାଏକୱାଡ୍ ଦମଦାର ବ୍ୟାଟିଂ କରି ୨୫ ବଲରୁ ଗୋଟିଏ ଛକା ଏବଂ ୪ଟି ଚୌକା ସହାୟତାରେ ୩୩ ରନ ଅ ।ଉଟ ହୋଇଥିଲେ । ସେହିଭଳି ଡୁ ପ୍ଳେସିସ୍ ୪୧ ବଲ ଖେଳି ଗୋଟିଏ ଛକା ଏବଂ ୫ଟି ଚୌକା ସହାୟତାରେ ୫୦ ରନ କରି ଅ ।ଉଟ ହୋଇଛନ୍ତି । ଏହା ପରେ ସୁରେଶ ରୈନା ବିସ୍ଫୋରକ ଅ ।ରମ୍ଭ କରି ୩ଟି ଛକା ଏବଂ ଗୋଟିଏ ଚୌକା ସହାୟତାରେ ୨୪ରନ, ଅମ୍ବାତି ରାୟୁଡୁ ୧୪ ରନ କରି ଅ ।ଉଟ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୮ ବଲ ଖେଳି ୫ ଛକା ଓ ୪ ଚୌକା ସହାୟତାରେ ସହାୟତାରେ ୬୨ ଏବଂ ମହେନ୍ଦ୍ର ସିଂ ଧୋନୀ ୨ ରନ କରି ଅପରାଜିତ ଥିଲେ ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ହର୍ଷଲ ପଟେଲ ୪ ଓଭରରେ ୫୧ ରନ ଦେଇ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି । ସେହିଭଳି ମହମ୍ମଦ ସିରାଜ ୪ ଓଭରରେ ୩୨ ରନ, କାଏଲ ଜିମିସନ୍ ୩ ଓଭରରେ ୩୧ ରନ, ୟୁଜବେନ୍ଦ୍ର ଚହଲ ୩ ଓଭରରେ ୨୪ ରନ ୧ ୱିକେଟ୍, ନବଦୀପ ସାଇନୀ ୨ ଓଭରରେ ୨୭ ରନ, ଡାନ୍ କ୍ରିଷ୍ଟିୟାନ୍ ୨ ଓଭରରେ ୧୨ ରନ ଏବଂ ୱାଶିଂଟନ୍ ସୁନ୍ଦର ୨ ଓଭରରେ ୧୩ ରନ ଦେଇଛନ୍ତି ।

ଜବାବରେ ଆରସିବି ପ୍ରାରମ୍ଭରୁ କୋହଲିଙ୍କ (୮)ଙ୍କ ୱିକେଟ ହରାଇଥିଲା । ପରେ ୱାଂଶିଟନ୍ ସୁନ୍ଦର (୭), ଏବିଡି ଡିଭିଲିୟର୍ସ (୪), କି୍ରଷ୍ଟିଆନ୍ (୧) ଙ୍କ ୱିକେଟ ହରାଇ ବିପଦରେ ପଡ଼ିଥିଲା । ଅନ୍ୟତମ ଓପନର ତଥା ଗତ ମ୍ୟାଚର ହିରୋ ଦେବଦତ ପାଡିକଲ୍ ୧୫ ବଲରୁ ୩୪ ରନ୍ (୪ ଚୌକା, ୨ ଛକା), ମ୍ୟାକ୍ସୱେଲ୍ ୧୫ ବଲରୁ ୨୨ ରନ୍ କିଛିଟା ମ୍ୟାଚକୁ ରୋମାଂଚକସ୍ଥିତିକୁ ନେଇଥିଲେ । ତେବେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ଷେତ୍ରରକ୍ଷଣ ଆଗରେ ହାର୍ ମାନିଥିଲେ କୋହଲି ବାହିନୀ । ଦଳ ଶେଷରେ ୨୦ ଓଭରରେ ୯ ୱିକେଟ ୧୨୨ ରନ୍ କରିଥିଲା । ରବିନ୍ଦ୍ର ଜାଡେଜା ୧୩ ରନ୍ ଦେଇ ୩ ୱିକେଟ ହାସଲ କରିଛି । ତାହିର ୧୬ ରନ୍ ଦେଇ ୨ ୱିକେଟ ହରାଇଛି ।

 

Share

Leave a Reply

Your email address will not be published. Required fields are marked *

3 × five =