ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |ରାଜ୍ୟର କୋଭିଡ ସ୍ଥିତି ନେଇ ସମ୍ବୋଧନ କରିବେ ନବୀନ | ସେହିଭଳି ଟିକା ଦରକୁ ନେଇ ମଧ୍ୟ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ।ଏହି ମଧ୍ୟରେ ଦେଶରେ ଟିକା ଯୋଗାଉଥିବା ୨ କମ୍ପାନୀ ଭ୍ୟାକ୍ସିନର ଦର ଘୋଷଣା କରିଛନ୍ତି ।

ଏହି ମଧ୍ୟରେ ଛତିଶଗଡ଼,ମହାରାଷ୍ଟ୍ର,ଉତ୍ତରପ୍ରଦେଶ,ଆସାମ,ପଶ୍ଚିମବଙ୍ଗ ଭଳି ଅଧିକାଂଶ ରାଜ୍ୟ ସମସ୍ତଙ୍କୁ ମାଗଣା ଟିକାକରଣ କରିବେ ବୋଲି ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର ମଧ୍ୟ ସମସ୍ତଙ୍କ ଲାଗି କୋଭିଡ୍ ଟିକା ମାଗଣା ବୋଲି ଘୋଷଣା କରିବାର ସମ୍ଭାବନା ରହିଛି । ତେବେ ରାତି ୮ଟାରେ ମୁଖ୍ୟମନ୍ତ୍ରୀ କଣ ଘୋଷଣା କରିବେ ତାଉପରେ ରାଜ୍ୟବାସୀଙ୍କ ନଜର |

Share

Leave a Reply

Your email address will not be published. Required fields are marked *

one × one =