ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣା, କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ

ଭୁବନେଶ୍ୱର() ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ନିର୍ମାଣଧୀନ କାନ୍ଥ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ । କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଓଏସଆରସିଙ୍କ ଶୁଣାଣି ପରେ ଆବେଦନକାରୀ ଲଲାଟେନ୍ଦୁ ଦାସ ସୂଚନା ଦେଇ କହିଛନ୍ତି ଯେ, ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିଦେ୍ର୍ଧଶ ଦେଇଛନ୍ତି । ଠିକାଦାର ସଂସ୍ଥା ଦିଲୀପ କନଷ୍ଟ୍ରକ୍ସନକୁ କ୍ଷତିପୂରଣ ଦେବାକୁ କମିଶନ ନିଦେ୍ର୍ଧଶ ଦେଇଛନ୍ତି । ଯଦି ଠିକାସଂସ୍ଥା କ୍ଷତିପୂରଣ ନଦିଏ ତେବେ ଏଏଆଇ ତା ବିଲରୁ ଟଙ୍କା କାଟି ଦେବାକୁ କମିଶନ ନିଦେ୍ର୍ଧଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଅର୍ଥାତ ଜାନୁଆରୀ ୨୪ ତାରିଖ ବିଳମ୍ଵିତ ରାତ୍ରିରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ନିର୍ମାଣଧୀନ ଛାତ ଭୁଶୁଡ଼ିପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

nineteen − fourteen =