ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେବେ ସୁମିତ୍ରା

ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସୁମିତ୍ରା ଜେନା । ଟିକେଟ୍ ବଣ୍ଟନ ନେଅ ସେ ଅସନ୍ତୁଷ୍ଟ ଥିବା କହିଛନ୍ତି । ସନ୍ଧ୍ୟା ସୁଦ୍ଧା ସୁମିତ୍ରା ଏନେଇ ନିଷ୍ପତ୍ତି ନେଇ ପାରନ୍ତି । ଦଳରେ ଜଣେ ଡମି ସଭାନେତ୍ରୀ ହୋଇ ରହିବାକୁ ଚାହୁଁନଥିବା କହିଛନ୍ତି । ମୋତେ କୌଣସି ବୈଠକରେ ଖୋଜା ଯାଉନାହିଁ । ମୋତେ କଂଗ୍ରେସ ଭବନରେ ବି ସୁରକ୍ଷା ମିଳିଲା ନାହିଁ । ସୁମିତ୍ରା କହିଛନ୍ତି ଶାନ୍ତିର ସହ ଧାରଣା ଦେଉଥିବା ବେଳେ ଆକ୍ରମଣ କରାଗଲା । ମୁଁ ନିଜକୁ ସୁରକ୍ଷିତ ମଣୁନଥିବାରୁ ଚଳିତ ଥର ନିର୍ବାଚନ ଲଢିବି ନାହିଁ ବୋଲି କହିଛନ୍ତି ସୁମିତ୍ରା ।

Share

Leave a Reply

Your email address will not be published. Required fields are marked *

2 × 4 =