ନବୀନ ନିବାସରେ ବିଜେପି ନେତା

ଭୁବନେଶ୍ବର () ବାରିପଦା ସାରସକଣାର ଡାକ୍ତର ବୁଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିବାକୁ ଦାବି କରି ବିଜେପିର ଏକ ପ୍ରତିନିଧି ଦଳ ନବୀନ ନିବାସ ଆଗରେ ଧରଣାରେ ବସିଛନ୍ତି । ଡାକ୍ତର ମୁର୍ମୁ ଚଳିତ ନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥୀ ହେବା ପାଇଁ ଇଚ୍ଚା ପ୍ରକାଶ କରି ଗତ ୬ମାସ ପୁର୍ବରୁ ସରକାରୀ ଚାକିରୀରୁ ଇସ୍ତଫା ଦେବା ପାଇଁ ଆବେଦନ କରିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ତାହା ଗ୍ରହଣ ନହେବାରୁ ଡାକ୍ତର ମୁର୍ମୁଙ୍କ ସହ ବିଜେପି ଉପସଭାପତି ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଥିଲେ ଓ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ସାକ୍ଷାତା କରି ଇସ୍ତଫା ସମ୍ପର୍କରେ ବୁଝିଥିଲେ ।ଫାଇଲ ପ୍ରୋସେସିଙ୍ଗ ହେଉଛି ବୋଲି କହି ରାଜନୈତିକ ସଚିବ ସେମାନଙ୍କୁ ଫେରାଇଦେବା ପରେ ଇସ୍ତଫାପତ୍ର ହାତରେ ନଧରିବା ପର୍ଯ୍ୟନ୍ତ ଡାକ୍ତର ମୁର୍ମୁଙ୍କ ସହିତ ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର ନବୀନ ନିବାସ ଆଗରେ ଧାରଣାରେ ବସିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × three =