ଦଳ ଛାଡିଲେ ପିସିସି ସାଧାରଣ ସମ୍ପାଦକ

ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିଭିନ୍ନ ଦଳର ନେତାମାନେ ଦଳ ଛାଡିବାରେ ଲାଗିଛନ୍ତି । କିଏ କେତେବେଳେ କେଉଁ ଦଳ ଛାଡି କେଉଁ ଦଳରେ ଯୋଗଦେଉଛନ୍ତି ତାହା ଜଣାପଡିନାହିଁ । ଏଭଳି ସ୍ଥିତିରେ ବଲାଙ୍ଗିରର ୧୦ଜଣ କଂଗ୍ରେସ କର୍ମୀ ଦଳ ଛାଡିଛନ୍ତି । ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେର ଦଳରୁ ଇସ୍ତଫା ଦେଇଛନ୍ତି । ଚଳିତ ନିର୍ବାଚନରେ ବଲାଙ୍ଗିର ବିଧାନସଭା ଆସନରୁ ଟିକେଟ୍ ପାଇବା ପାଇଁ ଆଶାୟୀ ଥିଲେ ଲକ୍ଷ୍ମଣ । ଏହାସହ ବ୍ଲକ୍ ଚେୟାରମ୍ୟାନ ରୀନା ମେହେର ମଧ୍ୟ ଇସ୍ତଫା ଦେଇଛନ୍ତି । ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

two × 3 =