ରାଜନୀତିକୁ ଓହ୍ଲାଇଲେ ଜେବିଙ୍କ ପୁଅ ପୃଥ୍ଵୀ ବଲ୍ଲଭ

ଭୁବନେଶ୍ୱର () ରାଜନୀତିକୁ ଓହ୍ଲାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱଗର୍ତ ଜାନକୀବଲ୍ଲଭ ପଟନାୟକଙ୍କ ପୁଅ ପୃଥିବଲ୍ଲଭ ପଟନାୟକ । ସେ ବେଗୁନିଆ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ଏନେଇ ଆଜି ଏଆଇସିସି ପକ୍ଷରୁ ତାଲିକା ପ୍ରକାଶ ପାଇଛି ।

ଆଜି 2ଟି ଲୋକସଭା ଆସନ ଯାଜପୁର ଓ କଟକ ଆସନ ପାଇଁ ଦଳୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । କଟକରୁ ପଞ୍ଚାନନ କାନୁନଗୋ ଓ ଯାଜପୁରରୁ ମାନସ ଜେନା ପ୍ରାର୍ଥୀ ହୋଇଛନ୍ତି । ସେହିପରି ବାଲେଶ୍ୱର ବିଧାନସଭା ପାଇଁ ମାନସ ଦାସ ପଟନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ଯାଜପୁର ବିଧାନସଭା ପାଇଁ ସନ୍ତୋଷ କୁମାର ନନ୍ଦ, ହିନ୍ଦୋଳ ପାଇଁ ତ୍ରିନାଥ ବେହେରା, କାମାକ୍ଷାନଗର ପାଇଁ ଭବାନୀ ଶଙ୍କର ମହାପାତ୍ର, ବଡମ୍ବା ପାଇଁ ବବି ମହାନ୍ତି, ପାରାଦୀପ ପାଇଁ ଅରିନ୍ଦମ ସରକେଲ, ପିପିଲି ବିଧାନସଭା କ୍ଷେତ୍ରରୁ ଯୁଧିଷ୍ଠିର ସାମନ୍ତରାୟ ପ୍ରାର୍ଥୀ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three + six =