ପୁରୀରେ ଆରମ୍ଭ ହେଲା ଅପରାଧ ଦମନ

ପୁରୀ () କେନ୍ଦ୍ରାଞ୍ଚଳ ଆଇଜି ଭାବେ ଆଶୀଷ ସିଂହ ଦାୟିତ୍ୱ ନେବା ପରେ ପୁରୀରେ ଆରମ୍ଭ ହୋଇଛି ଅପରାଧ ଦମନ । ଏହି ପ୍ରକ୍ରିୟାରେ ଗତକାଲି ବିଳମ୍ବିତ ରାତିରେ ହତ୍ୟା ଯୋଜନା କରୁଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ ଏନକାଉଣ୍ଟର କରିଛି । ତାର ଡାହାଣ ଗୋଡରେ ଗୁଳି ବାଜିଛି । ତାକୁ ପ୍ରଥମେ ପୁରୀ ସଦର ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସହରର ଆଶ୍ରମ ଛକରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ଦିୱାନା ବେହେରାକୁ ଏନକାଉଣ୍ଟର କରିଛି ପୋଲିସ । ତାର ଡାହାଣ ଗୋଡରେ ଗୁଳି ବାଜିଛି । ଦିୱାନାର ଆକ୍ରମଣରେ ବାସେଳୀଥାନା ଆଇଆଇସି ଆହତ ହୋଇଛନ୍ତି । ଦିୱାନା ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ଥିଲା । ଦିଓାନ ନିକଟରୁ ଗୋଟିଏ ୯ଏମଏମ ପିସ୍ତଲ, ଗୋଟିଏ ମାଗଜିନ ଓ ଗୋଟିଏ ୟାମାହା ଫେଜର ଜବତ ହୋଇଛି ।

ସୂଚନା ଅନୁସାରେ, ବାସେଳୀସାହି ଥାନା ଅନ୍ତର୍ଗତ ଗୋଖାସାହିର ଦିୱାନା ବେହେରା ଜଣକୁ ହତ୍ୟା କରିବାକୁ ରାତି ପ୍ରାୟ ୨ଟା ବେଳେ ପ୍ରସ୍ତୁତି କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିବା ପୁଲିସ ଚାଉ କରିଥିଲା । ପୁଲିସକୁ ଦେଖିବା ମାତ୍ରେ ଦିୱାନା ଗୁଳି ଚଳାଇବାରୁ ପୁଲିସ ବାଧ୍ୟ ହୋଇ ପାଲଟା ଗୁଳି ଚଳାଇଥିଲା । ଗୋଟାଏ ଗୁଳି ଦିୱାନାର ଡାହଣ ଗୋଡ଼ରେ ବାଜିବାରୁ ସେ ଆଶ୍ରମ ଛକରେ ଟଳି ପଡ଼ିଥିଲା । ପୁଲିସ ତାକୁ କାବୁ କରି ଚିକିତ୍ସା କରାଇବାକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା, କିନ୍ତୁ ଉନ୍ନତ ଚିକିତ୍ସା ନିମନ୍ତେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କୁମ୍ଭାରପଡା ଓ ବାସେଳୀ ସାହି ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା । ଏହି ଅପରେସନରେ ପୁରୀ ସିଟି ଡେପୁଟି ଏସପି ମଧ୍ୟ ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

two × two =