ବଢ଼ିବ ମଦର ଡାଏରୀ କ୍ଷୀରର ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦରଦାମ ବୃଦ୍ଧି ଭିତରେ ଏବେ ଦୁଗ୍ଧ ଦାମ ମଧ୍ୟ ଲଗାତାର ଭାବରେ ବଢିବାରେ ଲାଗିଛି । ପ୍ରଥମେ ଅମୁଲ୍ ଦୁଗ୍ଧ ଦର ବୃଦ୍ଧି କରିଥିଲା । ଏବେ ଦୁଗ୍ଧ କମ୍ପାନୀ ମଦର ଡାଏରୀ ମଧ୍ୟ ଦୁଗ୍ଧ ଦାମ ବୃଦ୍ଧି କରିଛି । ନୂଆ ଦର ଆସନ୍ତାକାଲି ଅର୍ଥାତ୍ ୧୧ ଜୁଲାଇ ଠାରୁ ଲାଗୁ ହେବ । ସୂଚନା ଥାଉକି, ମଦର ଡାଏରୀ ପ୍ରତି ଲିଟର ଦୁଗ୍ଧରେ ୨ ଟଙ୍କା ବୃଦ୍ଧି କରିଛି । ନୂଆ ଦର ଦୁଗ୍ଧର ସମସ୍ତ ପ୍ରକାର ପ୍ରଡକ୍ଟ ଉପରେ ଲାଗୁ ହେବ ।

ମଦର ଡାଏରୀ କହିଛି ଯେ, ନିଜର ତରଳ ଦୁଗ୍ଧର ଦରକୁ ୧୧ ଜୁଲାଇ ୨୦୨୧ରୁ ଦିଲ୍ଲୀର ଏନସିଆରରେ ପ୍ରତି ଲିଟରରେ ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ମହାମାରୀ କରୋନା ଯୋଗୁଁ କମ୍ପାନୀ ବହୁଗୁଣରେ କ୍ଷୀର/ଦୁଗ୍ଧ ଉତ୍ପାଦନରେ ବ୍ୟାପକ କ୍ଷତି ସହୁଛି । ଗତ ବର୍ଷେ ମଧ୍ୟରେ କୃଷି ଦାମ ୮ରୁ ୧୦ ପ୍ରତିଶତ ବଢିଚାଲିଛି। ଏହା ସହିତ ପ୍ୟାକେଜିଂ ଏବଂ ଜିନିଷରେ ବୃଦ୍ଧି ପରିଚାଳନ ଦାମ ଉପରେ ପ୍ରଭାବ ପକାଉଛି।

Share

Leave a Reply

Your email address will not be published. Required fields are marked *

5 × 3 =