ବ୍ରହ୍ମପୁର ସିଟି ହସ୍ପିଟାଲକୁ କୋଭିଡ୍ ହେଲଥ୍ ସେଣ୍ଟର ଘୋଷଣା

ବ୍ରହ୍ମପୁର : ଜିଲ୍ଲାରେ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଏବଂ ବ୍ୟବସ୍ଥାକୁ କଡାକଡି କରାଯାଉଛି । ଦ୍ବିତୀୟ ଲହରିର ମୁକାବିଲା ସକାଶେ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ତ୍ୟାଗପୂର୍ଣ୍ଣ କୋଭିଡ୍ ଚିକିତ୍ସା ପାଇଁ (ଡେଡିକେଟେଡ୍) ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲକୁ ବ୍ୟବହାର କରିବା ନିମନ୍ତେ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ସମସ୍ତ ସହରାଞ୍ଚଳ ସ୍ତରୀୟ ଜନସ୍ବାସ୍ଥ୍ୟ କେନ୍ଦ୍ରର ବହିଃ ଚିକିତ୍ସା (ଓ.ପି.ଡି.) ସେବା ପୂର୍ବ ପରି ଚାଲୁ ରହିବ । କିନ୍ତୁ ବ୍ରହ୍ମପୁର ସିଟି ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ବହିଃ ଚିକିତ୍ସା (ଓ.ପି.ଡି.) ଏବଂ (ଆଇ୍.ପି.ଡି.) ସେବା ବନ୍ଦ ରହିବ ।

ବ୍ରହ୍ମପୁର ସିଟି ହସ୍ପିଟାଲକୁ ଡେଡିକେଟେଡ୍ କୋଭିଡ୍ ହେଲଥ୍ ସେଣ୍ଟର ଭାବେ ଘୋଷଣା କରାଯାଇ ସର୍ବ ମୋଟ୍ ୧୨୫ ଟି ଶଯ୍ୟା ମଧ୍ୟରୁ ୧୦୦ଟି ସାଧାରଣ କୋଭିଡ୍ ରୋଗୀଙ୍କ ନିମନ୍ତେ ଏବଂ ୨୫ ଟି ଶଯ୍ୟା କୋଭିଡ୍ ଆକ୍ରନ୍ତ ଗର୍ଭବତୀ ମହିଳାଙ୍କ ଚିକିତ୍ସା ନିମନ୍ତେ ରଖାଯାଇଛି । ଏବଂ ରୋଗୀଙ୍କ ସୁବଧା ଓ ଅସୁବିଧା ବିଷୟରେ ଜାଣିବାକୁ ଜିଲ୍ଲାପାଳ ପ୍ରତ୍ୟେକ୍ଷ ଭାବେ କୋଭିଡ୍ ହସ୍ପିଟାଲ ଯାଇ ପରିଦର୍ଶନ କରି ବୁଝିଥିଲେ ।

Share

Leave a Reply

Your email address will not be published. Required fields are marked *

16 − 4 =