ପାଚେରୀ ଭାଙ୍ଗିଲା ପଶ୍ଚିମବଙ୍ଗ

ବାଲେଶ୍ୱର: ପାଚେରି ଭାଙ୍ଗିନେଲା ପଶ୍ଚିମବଙ୍ଗ । ୫୦ ଫୁଟରୁ ଅଧିକ ଓଡ଼ିଶା ଭିତରକୁ ପଶ୍ଚିମବଙ୍ଗ ପ୍ରଶାସନ ଧସେଇ ପଶି ପାଚେରୀ ଗଢିବା ଘଟଣାରେ ରାତି ଅଧିଆ ପାଚେରୀ ଭାଙ୍ଗି ନେଲା ପଶ୍ଚିମବଙ୍ଗ ପ୍ରଶାସନ। ସୂଚନା ଅନୁସାରେ ଚଳିତ ମାସ ୭ ତାରିଖ ଦିନ ପଶ୍ଚିମବଙ୍ଗର ପ୍ରଶାସନ ଓଡ଼ିଶାର ଉଦୟପୁର ମନୋରମ ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା । ଓଡ଼ିଶା ଭିତରକୁ ପଶି ପାଚେରୀ ନିର୍ମାଣ କରୁଥିଲା ଯାହାକୁ ନେଇ ସ୍ଥାନିୟ ଲୋକ ପ୍ରତିବାଦ କରିବା ସହିତ ପ୍ରଶାସନକୁ ଅବଗତ କରିଥିଲେ ।

ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନିର୍ମାଣ କାର୍ୟ୍ୟ ବନ୍ଦ କରିବା ସହିତ ୧୪୪ ଧାରା ଲାଗୁ କରିଥିଲେ । ୨୧ ତାରିଖ ୧୪୪ ଧାରାକୁ ଉଲଙ୍ଘନ କରି ପୁଣି ପଶ୍ଚିମବଙ୍ଗ ପାଚେରୀ ନିର୍ମାଣ କରିବାକୁ ଉଦ୍ୟମ କରିଥିଲା । ଘଟଣାସ୍ଥଳରେ ପ୍ରଶାସନ ଅଧିକାରୀ ପହଞ୍ଚି ପଶ୍ଚିମବଙ୍ଗ ପ୍ରଶାସନକୁ ନିର୍ମାଣ କାର୍ୟ୍ୟ ବନ୍ଦ କରିବା ସହିତ ପାଚେରୀ ଭାଙ୍ଗି ନେବାକୁ ଚେତାବନୀ ଦେବା ପରେ ରାତି ଅଧିଆ ପଶ୍ଚିମବଙ୍ଗ ପ୍ରଶାସନ ନିର୍ମାଣ ଧିନ ପାଚେରୀକୁ ଭାଙ୍ଗି ନେଇଛନ୍ତି।

Share

Leave a Reply

Your email address will not be published. Required fields are marked *

twenty − fourteen =