ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ କେସିଙ୍ଗାରେ ଏକ ଶାଖା ଉଦ୍‌ଘାଟିତ

ନୂଆ ଶାଖାରେ ରହିିଛି ଏଟିଏମ୍ ସହ କ୍ୟାସ ରିସାଇକଲର୍ ମେସିନ (ସିଆର୍‌ଏମ୍‌), ଚବିଶ ଘଂଟା ଉପଲବ୍ଧ

କେସିଙ୍ଗା: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ଏକ ଶାଖା ସ୍ଥାପନ କରାଯାଇଛି । ସହରରେ ଏହା ହେଉଛି ବ୍ୟାଙ୍କର ପ୍ରଥମ ଶାଖା । ଏହି ଶାଖାରେ ରହିଛି ଏଟିଏମ୍‌-ତଥା-କ୍ୟାସ୍ ରିସାଇକଲର୍ ମେସିନ୍ (ସିଆରଏମ୍‌) ଯାହା ଗ୍ରାହକମାନଙ୍କୁ ଚବିଶ ଘଂଟା ନଗଦ ଜମା ଓ ଉଠାଣ ସେବା ପ୍ରଦାନ କରିବ ।

କେସିଙ୍ଗାର ବିଡିଓ ଶ୍ରୀ ପ୍ରଫୁଲ୍ଲ କୁମାର ଓଡୁ ଏହି ଶାଖାକୁ ଉଦ୍‌ଘାଟନ କରିଛନ୍ତି ।

ଏହି ଶାଖା ବ୍ୟାପକ ପ୍ରକାର ଖାତା ଯଥା ସଂଚୟ ଓ ଚଳନ୍ତୀ ଖାତା, ବାଣିଜ୍ୟ ଓ ବିଦେଶୀ ମୁଦ୍ରା ବିନିମୟ ସେବା, ରିକରିଂ ଜମା, ବ୍ୟବସାୟ ଋଣ, ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ ସୁନା ଋଣ ଭଳି ସେବା ପ୍ରଦାନ କରୁଛି । ଏଥି ସହିତ ରେମିଟାନ୍ସ ଓ କାର୍ଡ ସେବା ପ୍ରଦାନ କରୁଛି । ଶାଖାରେ ଏନଆର୍‌ଆଇ ମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ରହିଛି । ନୂଆ ଶାଖା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏବଂ ମାସର ପ୍ରଥମ, ତୃତୀୟ ଓ ପଂଚମ ଶନିବାର ଦିନ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ।

ବ୍ୟାଙ୍କର ଓଡ଼ିଶାରେ ୧୮୦ରୁ ଅଧିକ ଶାଖା ଓ ୩୫୦ ଏଟିଏମ୍‌ର ନେଟ୍‌ୱର୍କ ରହିଛି ।

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଶାଖା, ଏଟିଏମ୍‌, କଲ୍ ସେଂଟର, ଇଟଂରନେଟ୍ ବ୍ୟାଙ୍କିଙ୍ଗ (ଙ୍ଗଙ୍ଗଙ୍ଗ.ସମସମସଭବଦ୍ଭଳ.ମକ୍ଟଜ୍ଞ), ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ ବ୍ୟାପକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।

ଅଧିକ ଖବର ଓ ଅପ୍‌ଡେଟ୍ ପାଇଁ ପରିଦର୍ଶନ କରନ୍ତୁ ଙ୍ଗଙ୍ଗଙ୍ଗ.ସମସମସଭବଦ୍ଭଳ.ମକ୍ଟଜ୍ଞ: କିମ୍ବା ଟ୍ୱିଟରରେ ଆମକୁ ଫଲୋ କରନ୍ତୁ ଙ୍ଗଙ୍ଗଙ୍ଗ.ଗ୍ଧଙ୍ଗସଗ୍ଧଗ୍ଧରକ୍ସ.ମକ୍ଟଜ୍ଞ/ଓଉଓଉଓଈବଦ୍ଭଳ

Share

Leave a Reply

Your email address will not be published. Required fields are marked *

1 × 5 =