ଅପରିବର୍ତ୍ତିତ ରହିବ ରେପୋ ରେଟ୍‌

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ମୌଦ୍ରିକ ନୀତି ସମିତି (ଏମପିସି) ବୈଠକ ଆଜି ସମାପ୍ତ ହୋଇଛି । ଏହି ବୈଠକ ଜୁନ୍ ୨ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏହା ଆଜି ସମାପ୍ତ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଏପ୍ରିଲ ଓ ମେ ମାସରେ ଦେଶରେ ଅନେକ ସ୍ଥାନରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଦ୍ୱାରା ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡିଛି । ପ୍ରତ୍ୟେକ ଦୁଇ ମାସରେ ଆରବିଆଇର ମୌଦ୍ରିକ ନୀତି ସମିତି ବୈଠକ ହୋଇଥାଏ । ଏହି ବୈଠକରେ ଅର୍ଥବ୍ୟବସ୍ଥା ଉପରେ ଆଲୋଚନା ହେବା ସହ ସୁଧ ଦରର ନିଷ୍ପତି ନିଆଯାଇଥାଏ ।

ସେହିଅନୁଯାୟୀ ଏହି ବୈଠକରେ ରେପୋ ରେଟ୍, ରଭର୍ସ ରେପୋ ରେଟ, ଏମଏସଏଫ ରେଟ ରେ କୌଣସି ପରିବର୍ତ୍ତନ କରି ନାହିଁ ଆରବିଆଇ । ରେପୋ ରେଟ ଅପରିବର୍ତ୍ତିତ ହୋଇ ୪ ପ୍ରତିଶତରେ ରହିବ । ଏମଏସଏଫ ରେଟ ଏବଂ ବ୍ୟାଙ୍କ ରେଟ ବିନା କୌଣସି ପରିବର୍ତ୍ତନ ସହିତ ୪.୨୫ ପ୍ରତିଶତ ରହିବ । ସେହିପରି ରିଭର୍ସ ରେପୋ ରେଟ ମଧ୍ୟ ଅପରିବର୍ତ୍ତିତ ହୋଇ ୩.୩୫ ପ୍ରତିଶତରେ ରହିବ । ସେଥିପାଇଁ ଇଏମଆଇରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି,୨୦୨୧-୨୨ ରେ ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୯.୫ ପ୍ରତିଶତ ବୋଲି ଆକଳନ କରାଯାଇଛି । ପ୍ରଥମ ତ୍ରୟମାସିକରେ ଏହା ୧୮.୫%, ଦ୍ୱିତୀୟ ତ୍ରୟମାସିକରେ ୭.୯%, ତୃତୀୟ ତ୍ରୟମାସିକରେ ୭.୨% ଏବଂ ଚତୁର୍ଥ ତ୍ରୟମାସିକରେ ୬.୬% ହେବ । ୨୦୨୧-୨୨ ରେ ସିପିଆଇ ମୁଦ୍ରାସ୍ଫୀତି ୫.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।
ଆର୍‌ବିଆଇ ଆକଳନ କରିଛି ଯେ ରିଜର୍ଭ ବ୍ୟାଙ୍କ ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ୧୦.୫ ପ୍ରତିଶତରୁ ୯.୫ ପ୍ରତିଶତକୁ ହ୍ରାସ କରିଛି।

Share

Leave a Reply

Your email address will not be published. Required fields are marked *

4 + seventeen =