ଏନ୍‌ଏସ୍‌ଇ ପକ୍ଷରୁ କର୍ମଶାଳା ପାଇଁ ଆଇଏଫ୍‌ସି ଓ କ୍ଲାଇମେଟ୍ ବଣ୍ଡ୍ ଇନିସିଏଟିଭ୍ ସହିତ ସହଯୋଗିତା

ଭୁବନେଶ୍ୱର: ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ “ଡିପ୍ ଡାଇଭ୍ ଇନ୍ ଗ୍ରିନ୍‌, ସୋସିଆଲ୍ ଆଣ୍ଡ୍ ସଷ୍ଟେନେବିଲିଟି (ଜିଏସ୍‌ଏସ୍‌) ବଣ୍ଡ୍ ଇସୁଆନ୍ସ ପ୍ରୋସେସ୍‌’ କର୍ମଶାଳା ପାଇଁ ଇଂଟରନ୍ୟାସନାଲ୍ ଫାଇନାନ୍ସ କର୍ପୋରେସନ୍ (ଆଇଏଫ୍‌ସି) ଓ କ୍ଲାଇମେଂଟ୍ ବଣ୍ଡ୍ ଇନିସିଏଟିଭ୍ (ସିବିଆଇ) ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଆଇଏଫ୍‌ସି ରେଗିଓ ଟେକ୍ନିକାଲ୍ ଆସିଷ୍ଟାଂଟ୍ ଅଧୀନରେ ଏଚ୍‌ଏସ୍‌ବିସି ଓ ନେଦରଲ୍ୟାଣ୍ଡ୍‌ସ ରାଜ୍ୟ ଥିଲେ ଏହାର ପ୍ରାୟୋଜକ ।
ଏହି କର୍ମଶାଳାରେ ଜିଏସ୍‌ଏସ ବଣ୍ଡ୍ ଉପରେ ଆଲୋଚନା ହୋଇଥିଲା ଯେଉଁଥିରେ ଶିଳ୍ପର ପ୍ରମୁଖ ଲିଡର୍ ଓ ନୀତି ନିର୍ଧାରକମାନେ ଯୋଡ଼ିହୋଇଥିଲେ । ଜିଏସ୍‌ଏସ୍ ବଣ୍ଡକୁ ଉପରେ ଜ୍ଞାନ ବଢ଼ାଇବା ଏବଂ ଆଲୋଚନାକୁ ସୁଦୃଢ଼ କରିବା ଲାଗି ଏହି କର୍ମଶାଳାକୁ ପ୍ରସ୍ତୁତ କରାଯାଇଥିଲା ଯାହା ଭାରତରେ ଜଳବାୟୁ ଫାଇନାନ୍ସରେ ରହିଥିବା ଅନ୍ତରକୁ ଦୂର କରିବ । ଏହି କର୍ମଶାଳାରେ ଫାଇନାନ୍ସ, ରିଅଲ ଇଷ୍ଟେଟ୍ ଓ ବିଭିନ୍ନ ଶିଳ୍ପର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ଆଇଏଫ୍‌ଏସ୍‌ସିଏର ଅଧ୍ୟକ୍ଷ କେ ରାଜାରମଣ କହିଛନ୍ତି ଯେ, “ଜଳବାୟୁ ପରିବର୍ତନ ଆହ୍ୱାନର ମୁକାବିଲା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବା ବେଳେ ଭାରତରେ ଏଥିପାଇଁ ସବୁଜ, ସାମାଜିକ ଓ ସ୍ଥାୟିତ୍ୱଭିତିକ ଆର୍ଥିକ ଉପକରଣର ଦୃଢ଼ ଭାବେ ଗ୍ରହଣୀୟତାର ଆବଶ୍ୟକତା ରହିଛି । ଏହି କର୍ମଶାଳା ସେଦିଗରେ ଜ୍ଞାନ ବଢ଼ାଇବା ଓ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ।’’
ଉତରାଖଣ୍ଡ ସରକାରଙ୍କ ସେଂଟର ଫର୍ ପବ୍ଲିକ୍ ପଲିସି ଆଣ୍ଡ ଗୁଡ୍ ଗଭର୍ଣ୍ଣାନ୍ସ (ସିପିପିଜିଜି)ର ଯୋଜନା ସଚିବ ତଥା ସିଇଓ ଡକ୍ଟର ଆର ମିନାକ୍ଷୀ ସୁନ୍ଦରମ୍ କହିଛନ୍ତି ଯେ, “ୟୁଏଲବି ଏବଂ ଅନ୍ୟାନ୍ୟ ସରକାରୀ ୟୁଟିଲିଟି ଏବଂ ଭିତିଭୂମି କାର୍ଯ୍ୟକ୍ରମ ପାଇଁ ଆର୍ôଥକ ବ୍ୟବସ୍ଥା ମଧ୍ୟରେ ଜିଏସ୍‌ଏସ୍ ନୀତିର ଏକୀକରଣ କେବଳ ରଣନୈତିକ ନୁହେଁ ବରଂ ସ୍ଥାୟୀ ସହରାଚଂଳ ବିକାଶ ପାଇଁ ଜରୁରୀ ଅଟେ ।’’
ସୁରଟ ମହାନଗର ନିଗମର ମ୍ୟୁନିସିପାଲ କମିଶନର ଶ୍ରୀମତୀ ଶାଳିନୀ ଅଗ୍ରୱାଲ କହିଛନ୍ତି ଯେ, “ଜଳବାୟୁ ପରିବର୍ତନ ବିରୋଧରେ ଆମର ଅନୁସନ୍ଧାନରେ ଜିଏସଏସ ଉପକରଣ କେବଳ ଉପକରଣ ଭାବେ ନୁହେଁ ବରଂ ନିରନ୍ତରତା ଦିଗରେ ସହରୀ ପରିବର୍ତନକୁ ମାର୍ଗଦର୍ଶନ କରୁଥିବା ଆଲୋକ ଭାବରେ ଉଭା ହୋଇଛି ।’’
ଆଇଏଫସିର ଇଣ୍ଡିଆ କଂଟ୍ରି ହେଡ୍ ୱେଣ୍ଡି ଜୋ ୱେର୍ନର କହିଛନ୍ତି ଯେ, “ଜିଏସଏସ ବଣ୍ଡର ବିଶ୍ୱସ୍ତରୀୟ ପ୍ରଦାନକାରୀ ଏବଂ ଭାରତରେ ଦୀର୍ଘମିଆଦୀ ନିବେଶକ ଭାବେ ଆଇଏଫସି ଦେଶର ସ୍ଥାୟୀ ଆର୍ôଥକ ବଜାରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ବଢୁଥିବା ଜଳବାୟୁ ଆହ୍ୱାନ ମଧ୍ୟରେ ବାସ୍ତବ, ସକାରାତ୍ମକ ଫଳାଫଳ ପ୍ରଦାନ କରୁଥିବା ପଦକ୍ଷେପଗୁଡିକ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ପାଇଁ ଜିଏସଏସ ବଣ୍ଡ ଏବଂ ଅନ୍ୟ ଅଭିନବ ଆର୍ôଥକ ଉପକରଣ ଏବଂ ପ୍ରଭାବକୁ ବିସ୍ତାର କରିବା ପାଇଁ ଆମେ ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ କରିବାକୁ ଆଗ୍ରହୀ ।’’
ଜଳବାୟୁ ବଣ୍ଡ୍ ଇନିସିଏଟିଭର ବୈଷୟିକ ସହାୟତା ଏବଂ ଦକ୍ଷତା ବିକାଶ ମୁଖ୍ୟ ଜାଲିନା ଶାମସୁଦିନ କହିଛନ୍ତି ଯେ, “ସ୍ଥାୟୀ ଆର୍ôଥକ ସି୍ଥତି ପାଇଁ ଜରୁରୀ ଆହ୍ୱାନ ମଧ୍ୟରେ ଏନଏସଇ, ଆଇଏଫସି ଏବଂ କ୍ଲାଇମେଟ୍ ବଣ୍ଡ୍ ଇନିସିଏଟିଭ୍ ମଧ୍ୟରେ ସହଯୋଗ ସବୁଜ, ସାମାଜିକ ଏବଂ ସ୍ଥାୟୀତା ବଣ୍ଡ୍ କ୍ଷେତ୍ରରେ ଆଗକୁ ପାଇଁ ଆବଶ୍ୟକ ଜ୍ଞାନ ଏବଂ ଉପକରଣ ସହିତ ବଜାର ଅଂଶୀଦାରମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ସଙ୍କେତ ଦେଇଛି ।’’
ଏନ୍‌ଏସ୍‌ଇର ଏମ୍‌ଡି ଏବଂ ସିଇଓ ଶ୍ରୀ ଆଶିଷ କୁମାର ଚୌହାନ କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରେ, ଯେତେବେଳେ ଆମେ ଏକ ସ୍ଥାୟୀ ଆର୍ôଥକ ବିପ୍ଳବର ଦ୍ୱାରଦେଶରେ ପହଂଚିଛୁ, ଜିଏସଏସ ବଣ୍ଡ ଉପରେ ଆମର କର୍ମଶାଳା ଭାରତର ଜଳବାୟୁ ଆର୍ôଥକ ବ୍ୟବଧାନକୁ ଦୂର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଇଏଫସି, ସିବିଆଇ, ଏଚଏସବିସି ଏବଂ ନେଦରଲାଣ୍ଡର ରାଜ୍ୟ ଭଳି ସମ୍ମାନଜନକ ଅଂଶୀଦାରଙ୍କ ସହଯୋଗରେ ଏହି ପଦକ୍ଷେପ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମଠାରୁ ଅଧିକ । ଜିଏସଏସ ବଣ୍ଡର ପରିବର୍ତନକାରୀ ଶକ୍ତିର ଉପଯୋଗ କରିବା ପାଇଁ ଲିଡର ଏବଂ ଦୂରଦର୍ଶୀମାନଙ୍କୁ ଏହା ଏକ ଆହ୍ୱାନ । ଆମେ ମିଳିତ ଭାବେ ଏକ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛୁ ଯେଉଁଠାରେ ନିବେଶ ସହିତ ସ୍ଥାୟିତ୍ୱ ଜଡ଼ିତ ରହିଛି ଏବଂ ଏକ ସୁଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଆମର ଅଂଶୀଦାର ପରିବେଶ ଏବଂ ସାମାଜିକ ଲକ୍ଷ୍ୟ ସହିତ ଆର୍ôଥକ ବ୍ୟବସ୍ଥାକୁ ସଂଯୁକ୍ତ କରିବ ଏବଂ ଭାରତକୁ ଏହାର ନିଟ୍‌-ଶୂନ୍ୟ ଆକାଂକ୍ଷା ଆଡକୁ ଆଗେଇ ନେବ ।’’

Share

Leave a Reply

Your email address will not be published. Required fields are marked *

twenty − 3 =