ଜେନେରେଟିଭ୍ ଏଆଇ ପ୍ଲାଟଫର୍ମ ହନୁମାନ ପକ୍ଷରୁ ୩ଏଆଇ ହୋଲ୍‌ଡିଂସ୍ ସହ ସହଯୋଗିତା

ଭୁବନେଶ୍ୱର: ଆବୁଧାବିର ବିଶ୍ୱସ୍ତରୀୟ ଏଆଇ ନିବେଶ କମ୍ପାନି ୩ଏଆଇ ହୋଲ୍‌ଡିଂସ୍ ଲିମିଟେଡ୍ ପକ୍ଷରୁ ଜେନେରେଟିଭ୍ ଏଆଇ ପ୍ଲାଟଫର୍ମ ହନୁମାନ ପାଇଁ ଏସ୍‌ଏମ୍‌ଏଲ୍ ଇଣ୍ଡିଆ ସହିତ ସହଯୋଗିତା ସ୍ଥାପନ କରିଛି । ଚଳିତ ବର୍ଷ ଫେବ୍ରୁଆରିରେ ସୀତା ମହାଲକ୍ଷ୍ମୀ ହେଲ୍‌ଥକେୟାର (ଏସ୍‌ଏମ୍‌ଏଲ୍‌) ପକ୍ଷରୁ ନାସ୍‌କମ୍‌ର ଏନ୍‌ଟିଏଲ୍‌ଏଫ୍ ଟେକ୍‌ଏଡ୍ ସମ୍ମିଳନୀରେ ହନୁମାନକୁ ଉନ୍ମୋଚନ କରାଯାଇଛି । ୩ଏଆଇ ହୋଲ୍‌ଡିଂସ ପାଖରେ ପେଟେଂଟ୍ ଥିବା ଓମେଗା ଜେନେରେଟିଭ୍ ଏଆଇ ହନୁମାନକୁ ଆହୁରି ଶକ୍ତିଶାଳୀ କରିବ । ଏହାକୁ ୨୦୨୪ ମେ’ ୧ରେ ଉନ୍ମୋଚନ କରାଯିବ ।
୨୨ଟି ଭାଷାରେ ଉପଲବ୍ଧ ହେବାକୁ ଥିବା ହନୁମାନ ଶୁଭାରମ୍ଭ ହେବାର ପ୍ରଥମ ବର୍ଷରେ ୨୦୦ ନିୟୁତ ବ୍ୟବହାରକାରୀଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି । ଭାରତର ୧୪୨ କୋଟି ଜନସଂଖ୍ୟା ମଧ୍ୟରୁ ୮୦ ପ୍ରତିଶତ ଇଂରାଜୀ ଭାଷାକୁ ଭଲ ଭାବେ ଜାଣିନାହାନ୍ତିି । ହନୁମାନ ସେମାନଙ୍କୁ ସଶକକ୍ତ କରିବା ସହ ସ୍ଥାନୀୟ ଭାଷାରେ ସେମାନଙ୍କ ପାଖରେ ପହଂଚିବ । ଏସ୍‌ଏମ୍‌ଏଲ୍ ଓ ୩ଏଆଇ ହୋଲ୍‌ଡିଂସ ମଧ୍ୟରେ ହୋଇଥିବା ସହଯୋଗିତା ଅନୁସାରେ ଉଭୟ କମ୍ପାନି ପାଖରେ ଏହାର ୫୦% ଅଂଶଧନ ରହିବ । ଏହା ଆପ୍ଲିକେସନ ବିକାଶ କରିବା ଲାଗି ଜେନେରେଟିଭ୍ ଏଆଇ ପ୍ଲାଟଫର୍ମଗୁଡ଼ିକୁ ସୁବିଧା ପ୍ରଦାନ କରିବ ଏବଂ ନାସକମ୍ ସହ ମିଶି ଷ୍ଟାର୍ଟଅପ୍ ଓ ଇନକୁବେଟରଗୁଡ଼ିକୁ ମଧ୍ୟ ସୁବିଧା ପ୍ରଦାନ କରିବ ।
ସମସ୍ତଙ୍କ ପାଇଁ ଏଆଇ ଦୃଷ୍ଟିକୋଣ ଉପରେ ଏସ୍‌ଏମ୍‌ଏଲ୍ ଇଣ୍ଡିଆ ଓ ୩ଏଆଇ ହୋଲ୍‌ଡିଂସ୍‌ର ବିଶ୍ୱାସ ରହିଛି ଏବଂ ଏହି ବୁଝାମଣା ହେଉଛି ତାହାର ଏକ ପ୍ରମାଣ । ବିଶ୍ୱସ୍ତରୀୟ ଏଆଇ କମ୍ପାନିଗୁଡ଼ିକ ଭାରତ ଉପରେ ନଜର ପକାଇଥିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୂହୂର୍ତରେ ଏହି ବୁଝାମଣା ହୋଇଛି ।
୩ଏଆଇ ହୋଲ୍ଡିଂସ୍‌ର ପରିଚାଳନା ନିର୍ଦ୍ଦେଶକ ଅର୍ଜୁନ ପ୍ରସାଦ କହିଛନ୍ତି ଯେ, “ମାନବ କଲ୍ୟାଣ ଏବଂ ସାମାଜିକ ବିକାଶକୁ ବଢ଼ାଇବା ପାଇଁ ଏଆଇ ଉଦ୍ଭାବନର ସୀମାକୁ ଆଗକୁ ବଢ଼ାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ହନୁମାନକୁ ଶକ୍ତି ଯୋଗାଇବା ପାଇଁ ଏସଏମଏଲ୍ ସହ ସହଯୋଗିତା ଭାରତୀୟ ଜନସାଧାରଣଙ୍କ ପାଖରେ ସମାନ ଏଆଇ ପ୍ରଦାନ କରିବା ପାଇଁ ଆମ ଦୃଷ୍ଟିକୋଣ ଦିଗରେ ଏକ ପଦକ୍ଷେପ । ଆମେ ଆମର ଉନ୍ନତ ବହୁଭାଷୀ ଟେକ୍ସଟ୍ କ୍ଷମତା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତା ପୂରଣ କରିବା ଉପରେ ଧ୍ୟାନ ଦେଉଛୁ । ଏହି ସହଯୋଗିତା ଭାରତରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଆମର ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଛି । ଦେଶର ଦୁର୍ଗମ କୋଣ ଅନୁକୋଣରେ ପହଂଚି ଏଆଇକୁ ସମସ୍ତଙ୍କ ପସନ୍ଦର ଭାଷାରେ ଉପଲବ୍ଧ କରାଇବା ପାଇଁ ଆମେ ଉତ୍ସାହିତ ରହିଛୁ ।’’
ଏସ୍‌ଏମ୍‌ଏଲ୍ ଇଣ୍ଡିଆର ସହ-ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ବିଷ୍ଣୁ ବର୍ଦ୍ଧନ କହିଛନ୍ତି ଯେ, “ହନୁମାନର ଅଧିକ ଉନ୍ନତ ଅବତାର ଆଣିବା ପାଇଁ ଆମେ ୩ଏଆଇ ହୋଲ୍ଡିଂସ ସହ ସହଯୋଗିତା ସ୍ଥାପନ କରି ଉତ୍ସାହିତ । ଭାରତୀୟମାନେ ପ୍ରଯୁକ୍ତିି ସହିତ କିପରି ଭାବବିନିମୟ କରନ୍ତି ସେଥିରେ ତାହା ବୈପ୍ଳବିକ ପରିବର୍ତନ ଆଣିବ । ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସହିତ ଆମେ ୧୨ ମାସ ମଧ୍ୟରେ ୨୨ଟି ଭାରତୀୟ ଭାଷାର ୨୦୦ ନିୟୁତ ଲୋକଙ୍କ ନିକଟରେ ପହଂଚିବାକୁ ଲକ୍ଷ୍ୟ ରଖିଛୁ । ୩ଏଆଇ ହୋଲ୍ଡିଂସ୍‌ର ମାଲିକାନା, ପେଟେଂଟ୍ ଥିବା ଓମେଗା ଜେନେରେଟିଭ୍ ଏଆଇ ଆମକୁ ଜନସାଧାରଣଙ୍କ ନିକଟରେ ପହଂଚିବାରେ ସାହାଯ୍ୟ କରିବ ଯାହା ପୂର୍ବରୁ କେବେ ସମ୍ଭବ ହୋଇନଥିଲା । ଏହା ଦ୍ୱାରା ଭାରତ ଏଆଇ ଗ୍ରହଣ ଏବଂ ବ୍ୟବହାରରେ ଅଗ୍ରଣୀ ହେବ ଏବଂ ଆମ ଦେଶର ଅଧିକାଂଶ ଲୋକ ଉପକୃତ ହେବେ । ସ୍ୱାସ୍ଥ୍ୟସେବା, ଆଇନ ସେବା ଏବଂ ଶିକ୍ଷା ଆଦି ଶିଳ୍ପରେ ପ୍ରୟୋଗ ସହିତ ଭାରତୀୟ ଜନସାଧାରଣଙ୍କ ପାଇଁ ଉନ୍ନତ ଏଆଇ ସମାଧାନ ପ୍ରଦାନ କରି ଏହି ସହଯୋଗିତା ଭାରତ ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।’’

Share

Leave a Reply

Your email address will not be published. Required fields are marked *

2 × 3 =