ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଉତ୍ସବ ଋତୁ ପାଇଁ ପ୍ରିମିୟମ୍ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର: ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ପୂଜା ଋତୁକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କ ଲାଗି ଆକର୍ଷଣୀୟ ପ୍ରିମିୟମ୍ ଉତ୍ପାଦ ଓ ଉତ୍ସାହଜନକ ଉତ୍ସବ ଅଫର ଘୋଷଣା କରାଯାଇଛି । ଅନୁଭବ ଓ ସୁବିଧାସୁଯୋଗରେ ପରିପୂର୍ଣ୍ଣ ଥିବା ଉତ୍ପାଦ କିଣିବାର ଧାରା ଜାରି ରହିଥିବାରୁ ପ୍ରିମିୟମ୍ ଆପ୍ଲାଏନ୍‌ସେସ୍ ବର୍ଗରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଚଳିତ ବର୍ଷ ପ୍ରିମିୟମ୍ ଉତ୍ପାଦ ବର୍ଗରେ ୩୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଗୋଦରେଜ୍ ଆପ୍ଲାଏନ୍‌ସେସ୍ ଏହାର ହୋମ୍ ଆପ୍ଲାଏନ୍‌ସେସ୍ ବର୍ଗମାଳାର ସମ୍ପ୍ରସାରଣ କରିଛି । ଗ୍ରାହକମାନେ ରେଫ୍ରିଜରେଟରଠାରୁ ଆରମ୍ଭ କରି ୱାସିଂ ମେସିନ, ଏୟାର କଣ୍ଡିସନର, ଏୟାର କୁଲର, ମାଇକ୍ରୋୱେଭ୍ ଓଭେନ୍‌, ଡିପ୍ ଫ୍ରିଜର ଓ ଡିସ୍‌ୱାସର୍‌ର ୩୫୦ରୁ ଅଧିକ ଏସ୍‌କେୟୁରୁ ନିଜ ପସନ୍ଦର ଉତ୍ପାଦ ଚୟନ କରିପାରିବେ ।
ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ନିକଟରେ ୬୭୦ ଲିଟର ପ୍ରିମିୟମ୍ “ଇଅନ୍ ଭେଲ୍‌ଭେଟ୍ ୪-ଡୋର୍ ବିଶିଷ୍ଟ ରେଫ୍ରିଜରେଟର, ୪୦୦ ଲିଟରରୁ ଅଧିକ ଫ୍ରଷ୍ଟ୍‌ଫ୍ରି ରେଫ୍ରିଜରେଟର, ଏଜ୍ ମାର୍ଭେଲ୍ ସିରିଜ୍‌ରେ ୨୫୦ ଲିଟରରୁ ଅଧିକ ସିଙ୍ଗଲ ଡୋର୍ ରେଫ୍ରିଜରେଟରକୁ ଉନ୍ମୋଚନ କରାଯାଇଥଲା । ଏଥି ସହିତ ଷ୍ଟିମ୍ ୱାସ୍ ପାଇଁ ସକ୍ଷମ ଥିବା ଫ୍ରଂଟ୍ ଲୋଡ୍ ୱାସିଂ ମେସିନ୍‌, ଟର୍ବୋ ଚିଲ୍ ଏୟାର କଣ୍ଡିସନର, ଏଜ୍ ସ୍ନୋଚିଲ୍ ଏୟାର କୁଲର, ନୂଆ ୫-ଷ୍ଟାର ଡିପ୍ ଫ୍ରିଜର୍ ଆଦିକୁ ଉନ୍ମୋଚନ କରାଯାଇଥିଲା ।
ଏହି ଅବସରରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି ଯେ, “ଉତ୍ସବ ଋତୁରେ ସବୁ ବର୍ଗରେ ଉନ୍ନତ ପ୍ରଯୁକ୍ତି ଥିବା ଅତ୍ୟାଧୁନିକ ହୋମ୍ ଆପ୍ଲାଏନ୍‌ସେସ୍ ଯୋଗାଇ ଦେବା ଉପରେ ଆମର ଗୁରୁତ୍ୱ ରହିବ । ବର୍ତମାନ ଆମ ଉତ୍ପାଦ ବର୍ଗମାଳାରେ ପ୍ରିମିୟମ୍‌ର ଭାଗ ୩୫ ପ୍ରତିଶତ ରହିଛି ଏବଂ ଏବେ ଉନ୍ମୋଚନ କରାଯାଇଥିବା ନୂଆ ଉତ୍ପାଦଗୁଡ଼ିକ ଜରିଆରେ ଆମେ ସେହି ହାରକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ଚାହୁଛୁ ଯାହାକୁ ଗ୍ରାହକମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ଏବଂ ସୌନ୍ଦର୍ଯ୍ୟର ଅନୁଭବ ଦେବା ଲାଗି ପ୍ରସ୍ତୁତ କରାଯାଇଛି । ଗ୍ରାହକ ଲାଗି ଘୋଷଣା କରାଯାଇଥିବା ସ୍କିମ୍ ସହଜରେ ଅପ୍‌ଗ୍ରେଡ୍ ହେବାରେ ସହାୟକ ହେବ । ଏହି ଅଫରଗୁଡ଼ିକ ଅଭିବୃଦ୍ଧିକୁ ବଢାଇବ । ୩୫୦ ଏସ୍‌କେୟୁରୁ ଅଧିକ ଏକ ବ୍ୟାପକ ପୋର୍ଟଫୋଲିଓ ଓ ଗ୍ରାହକ ଅଫର ସହିତ ଆମେ ଗତବର୍ଷ ତୁଳନାରେ ଉତ୍ସବ ଋତୁରେ ୩୦-୪୦% ଅଧିକ ବିକ୍ରି ଆଶା କରୁଛୁ । ଦୀପାବଳି ସମୟରେ ଲୋକମାନେ ଘର ପାଇଁ ଦୀର୍ଘସ୍ଥାୟୀ ଆପ୍ଲାଏନ୍‌ସେସ୍ କିଣିଥାନ୍ତି । ସେହି ଅନୁସାରେ ‘ଆୟୁଷ୍ମାନ ଭବ ଫର୍‌ଏଭର’ ଉତ୍ସବ ଅଭିଯାନ ସେମାନଙ୍କୁ ଉଚ୍ଚ ମାନର ଉତ୍ପାଦ ଜରିଆରେ ଦୀର୍ଘସ୍ଥାୟୀ ଉଲ୍ଲାସର ପ୍ରତିଶ୍ରୁତି ଦେଉଛି ଏବଂ ଏବେ ବର୍ଦ୍ଧିତ ୱାରେଂଟି ଓ ଲୋଭନୀୟ ଗ୍ରାହକ ଅଫର ସହିତ ତାହା ଆସିଛି ।’’
ଗ୍ରାହକମାନେ ବର୍ଦ୍ଧିତ ୱାରେଂଟି, କ୍ୟାସବ୍ୟାକ୍‌, ଏକ୍ସଚେଂଜ୍ ଅଫର ଓ ସହଜ ଇଏମ୍‌ଆଇ ଭଳି ସୁବିଧା ପାଇପାରିବେ । ଏହି ଉତ୍ପାଦଗୁଡ଼ିକ ଷ୍ଟୋର ଓ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

ten − one =