ମହିଳା ସଶକ୍ତୀକରଣ ଅଭିଯାନରେ ସହଯୋଗ ପାଇଁ ଗ୍ରାମୀଣ ମହିଳା

ଏସ୍‌ଏଚ୍‌ଜିଙ୍କ ସହ ଯୋଡ଼ିହେଲା ଟିପିଏନ୍‌ଓଡିଏଲ୍‌ର ଊର୍ଜା ସଖି କାର୍ଯ୍ୟକ୍ରମ
ଓଡ଼ିଶାର ଗ୍ରାମାଚଂଳରେ ବାସ କରୁଥିବା ୨୯୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୬୦୦
ମହିଳାଙ୍କ ସହ ଯୋଡ଼ିହୋଇଛି
ଏସ୍‌ଏଚ୍‌ଜି ମହିଳାମାନେ ସଫଳତାର ସହ ମିଟର ରିଡିଂ, ବିଲିଂ ଓ ସଂଗ୍ରହ କାର୍ଯ୍ୟକୁ କାର୍ଯ୍ୟକାରୀ
କରିଛନ୍ତି
ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଏହାର ଅଭିନବ ଊର୍ଜା ଶକ୍ତି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛି । ମିଟର ରିଡିଂ, ବିଲିଂ ଓ କଲେକ୍ସନ୍ (ସଂଗ୍ରହ) ଭଳି ବିଭିନ୍ନ କାର୍ଯ୍ୟ ପାଇଁ ମହିଳାମାନଙ୍କୁ ଯୋଡ଼ିବା ଲାଗି ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି ଯାହା ଫଳରେ ଦୁର୍ଗମ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମହିଳାମାନଙ୍କୁ ନିରନ୍ତର ଜୀବିକା ସୁଯୋଗ ପ୍ରଦାନ କରାଯାଇପାରିଛି ।
ମହିଳାମାନଙ୍କ ସଶକ୍ତୀକରଣ ଉପରେ ସରକାର ଦେଉଥିବା ଗୁରୁତ୍ୱକୁ ସହଯୋଗ ପ୍ରଦାନ କରିବା ଲାଗି ଏବଂ ଏହି ଜିଲ୍ଲାର ଗ୍ରାମୀଣ ଗ୍ରାହକମାନଙ୍କ ପାଖରେ ପହଂଚିବା ଲାଗି ରହିଥିବା ଆହ୍ୱାନର ମୁକାବିଲା କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଊର୍ଜା ଶକ୍ତି କାର୍ଯ୍ୟକ୍ରମ ହେଉଛି ନିରନ୍ତର କାରଣ ସେମାନେ ଯେଉଁ କାମ କରୁଛନ୍ତି କଂପାନିର ଦେୟ ସଂଗ୍ରହ କରିବା ଲାଗି ତାହା ଜରୁରୀ ।
“ଊର୍ଜା ସଖି’ ଭାବେ ନାମିତ ଏହି ମହିଳାମାନଙ୍କୁ ଦକ୍ଷତା ବିକାଶ ତାଲିମ, ଡିଜିଟାଲ୍ ପ୍ରଶିକ୍ଷଣ ତାଲିମ ଦିଆଯାଇଥିବା ବେଳେ ଉତମ ସେବା ପ୍ରଦାନକାରୀରେ ପରିଣତ କରିବା ଲାଗି ମୋବାଇଲ୍ ଆପ୍ ବ୍ୟବହାର, ବିଦ୍ୟୁତ୍ ବିତରଣ ଉପରେ ମୌଳିକ ଜ୍ଞାନ ଏବଂ ସ୍ପଟ୍‌-ବିଲିଂ ମେସିନ୍‌ର ବ୍ୟବହାର ଆଦିକୁ ଯେଭଳି ସେମାନେ ଭଲ ଭାବେ ଜାଣିପାରିବେ ସେଥିପାଇଁ ସହାୟତା ପ୍ରଦାନ କରାଯାଉଛି । ସମ୍ଭାବ୍ୟ ଗ୍ରାହକମାନଙ୍କ ସହ ଭାବ ବିନିମୟ କରିବା ଏବଂ ସ୍ୱୀକୃତିପ୍ରାପ୍ତ ଗ୍ରାହକ ହେବା ଲାଗି ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଉଦ୍ୟମ କରିବା ଲାଗି ଊର୍ଜା ସଖି ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବିଦ୍ୟୁତ୍ ଚୋରି ଉପରେ ନଜର ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ସେମାନେ ନିର୍ବାହ କରୁଛନ୍ତି, ଫଳରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟିପିଏନ୍‌ଓଡିଏଲ୍ ପାଇଁ ସହାୟକ ହେଉଛି ।
ଏହି ମହିଳାମାନେ ମାସିକ ପ୍ରାୟ ୮୦୦୦-୧୨୦୦୦ ଟଙ୍କା ରୋଜଗାର କରୁଛନ୍ତି ଏବଂ ଏହି କାର୍ଯ୍ୟକ୍ରମ
ସେମାନଙ୍କୁ କାର୍ଯ୍ୟରେ ଉତ୍କର୍ଷତା ହାସଲ କରିବା ନିମନ୍ତେ ଉତ୍ସାହ ପ୍ରଦାନ କରି ସେମାନଙ୍କୁ ଉଭୟ ସ୍ଥାୟୀ ଓ ନମନୀୟ ପ୍ରୋତ୍ସାହନ ପ୍ରଦାନ କରୁଛି । ବର୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ସହ ୨୯୦ରୁ ଅଧିକ ମହିଳା ଏସ୍‌ଏଚ୍‌ଜି
(ଡବ୍ଲୁଏସ୍‌ଏଚ୍‌ଜି) ଯୋଡ଼ି ହୋଇଥିବା ବେଳେ ୨୦୨୩ ମାର୍ଚ୍ଚ ସୁଦ୍ଧା ଆଉ ୩୫୦ ମହିଳା ଏସ୍‌ଏଚ୍‌ଜିଙ୍କୁ ଯୋଡିବାର ଯୋଜନା ରହିଛି । ଏହା ପ୍ରତ୍ୟକ୍ଷ ଭାବେ ୩ଟି ଜିଲ୍ଲାରେ ଥିବା ୭୬୦ଟି ଗ୍ରାମର ୩୬୦୦ ମହିଳା ସଦସ୍ୟ ଏବଂ ପରୋକ୍ଷରେ ୪୯୦୦ ପରିବାର ସଦସ୍ୟଙ୍କୁ ପ୍ରଭାବିତ କରିପାରିଛି ।
ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର କହିଛନ୍ତି ଯେ, “ମିଟର ରିଡିଂ, ବିଲିଂ ଓ କଲେକ୍ସନ୍ ଭଳି
କାର୍ଯ୍ୟକଳାପ ଜରିଆରେ ନିରନ୍ତର ଜୀବିକା ହାସଲ କରିବାରେ ସହାୟକ ହୋଇ ଓଡ଼ିଶାର ଗ୍ରାମାଂଚଳରେ ବାସ କରୁଥିବା ହଜାର ହଜାର ମହିଳାଙ୍କୁ ଟିପିଏନ୍‌ଓଡିଏଲ୍ କିଭଳି ସଶକ୍ତ କରୁଛି ତାହାର ଏକ ଚମତ୍କାର ଉଦାହରଣ ହେଉଛି ଊର୍ଜା ଶକ୍ତି କାର୍ଯ୍ୟକ୍ରମ । ଏହା ସେମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସହାୟକ ହୋଇଥିବା ବେଳେ ଆତ୍ମବିଶ୍ୱାସ ଜାଗ୍ରତ କରିବା ଏବଂ ସମାଜରେ ସମ୍ମାନ ହାସଲ କରିବାରେ ସେମାନଙ୍କ ପାଇଁ ସହାୟକ ହୋଇଛି ।’’
ଅର୍ଥନୈତିକ ସଶକ୍ତୀକରଣ ସହିତ ବ୍ୟକ୍ତିତ୍ୱରେ ଉନ୍ନତି ଏବଂ ସାମାଜିକ ମାନ୍ୟତା ପ୍ରଦାନ କରି ଏହି କାର୍ଯ୍ୟକ୍ରମ
ମହିଳାମାନଙ୍କ ସାମଗ୍ରିକ ସଶକ୍ତୀକରଣର ପ୍ରସାର କରୁଛି । ଏହି ମହିଳାମାନେ ସେମାନଙ୍କ ନିଜ ପାଇଁ ପରିଚୟ ସୃଷ୍ଟି କରିପାରିଛନ୍ତି ।
କେନ୍ଦୁଝର ନିଶ୍ଚିନ୍ତପୁରର ମହିଳା ଏସ୍‌ଏଚ୍‌ଜି ସଦସ୍ୟା ମିସ୍ କଳାବତୀ କହିଛନ୍ତି ଯେ, “ଗତବର୍ଷ
ଟିପିଏନ୍‌ଓଡିଏଲ୍‌ର ଊର୍ଜା ଶକ୍ତି ଭାବେ କାର୍ଯ୍ୟ କରିବା ପରେ ମୋ ଜୀବନରେ ବଡ଼ ଧରଣର ପରିବର୍ତନ ହୋଇଛି । ପ୍ରତି ମାସରେ ସ୍ଥ୍ରାୟୀ ଆୟ କରିବାକୁ ମୁଁ ସମର୍ଥ ହୋଇଥିବା ବେଳେ ମୁଁ ମୋ ପିଲାମାନଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟରେ ନିବେଶ କରିବାକୁ ସକ୍ଷମ ହୋଇଛି । ଆମେମାନେ ଆମ ସାମାଜିକ ବ୍ୟବସ୍ଥାରେ ହୋଇଥିବା ଉନ୍ନତିକୁ ଅନୁଭବ କରିପାରୁଛୁ ।’’
ମୟୂରଭଞ୍ଜ ବିରାଟେଶ୍ୱରୀ ମହିଳା ଏସ୍‌ଏଚ୍‌ଜିର ମିସ୍ ଅବନ୍ତୀ କହିଛନ୍ତି ଯେ, “ଟିପିଏନ୍‌ଓଡିଏଲ୍‌ର ଊର୍ଜା ଶକ୍ତି
ଅଭିଯାନକୁ ନେଇ ମୁଁ ନିଜକୁ ସଶକ୍ତ ମନେ କରୁଛି । ମୋ ମାସିକ ଆୟ ଦ୍ୱାରା ମୁଁ ମୋ ପିଲାମାନଙ୍କ ଭବିଷ୍ୟତ ପ୍ରତି ଯୋଗଦାନ ଦେଇପାରୁଥିବା ବେଳେ ଆମ ପରିବାର ଏବଂ ସମାଜରେ ସମ୍ମାନ ପାଇପାରିଛି ।’’

Share

Leave a Reply

Your email address will not be published. Required fields are marked *

11 − 10 =