ଘୋଟାଲା ମାମଲାରେ ଗିରଫ ହେଲେ ୟେସ୍ ବ୍ୟାଙ୍କ୍ ପ୍ରତିଷ୍ଠାତା

ଭୁବନେଶ୍ୱର() ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି କୌଣସି ଏଟିଏମରୁ ବି ଟଙ୍କା ଉଠାଇ ପାରିବେ ୟେସ୍ ବ୍ୟାଙ୍କ ଜମାକାରୀ । ଆର୍ଥୀକ ସଂକଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କ ଏହା ପୂର୍ବରୁ ଏହି ସୁବିଧା ନିଜ ଜମାକାରୀଙ୍କ ନିକଟରୁ କାଢ଼ି ନେଇଥିଲେ । ୟେସ୍ ବ୍ୟାଙ୍କରେ ସଂକଟ ଦେଖାଦେବା ପରେ ଏହାକୁ ନିଜ କବଜାକୁ ନେଇଛି ଆରବିଆଇ । ଆଉ ଜମାକାରୀମାନେ ମାସକୁ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇବାକୁ ଅନୁମତି ଦେଇଛି । ଏପରିକି ୩୦ ଦିନ ପାଇଁ ୟେସ୍ ବ୍ୟାଙ୍କ ବୋର୍ଡ ନିଲମ୍ବନ କରି ଦିଆଯାଇଛି ।

ସେପଟେ ୟେସ୍ ବ୍ୟାଙ୍କର ସହ-ପ୍ରତିଷ୍ଠାତା ରାଣା କପୁର ଗିରଫ । ରବିବାର ସକାଳେ ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ (ଏଚଡିଏଫଏଲ) ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ପୂର୍ବରୁ ଇଡି ଅଧିକାରୀମାନେ ତାଙ୍କୁ ୩୦ ଘଣ୍ଟା ଧରି ପଚରାଉଚରା କରିଥିଲେ ।

ଅଧିକାରୀମାନେ କହିଛନ୍ତି ଯେ, ରାଣା କପୁରଙ୍କ ବିରୋଧରେ ଘୋଟାଲା ପ୍ରଭାବିତ ଡିଏଚଏଫଏଲ ସହିତ ଜଡିତ । କାରଣ ବ୍ୟାଙ୍କରୁ କମ୍ପାନୀକୁ ଦିଆଯାଇଥିବା ଋଣକୁ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି (ଏନପିଏ) ଭାବରେ ଘୋଷଣା କରାଯାଇଛି। ଡିଏଚଏଫଏଲ ଦ୍ବାରା ଏକ କମ୍ପାନୀକୁ ୬ଶହ କୋଟି ଟଙ୍କା ଋଣ ଦେବା ମଧ୍ୟ ଇଡି ଅନୁସନ୍ଧାନରେ ରହିଛି ଜ୍ଝ ରାଣା କପୁରଙ୍କ ବିରୋଧରେ ପିଏମଏଲଏର ବ୍ୟବସ୍ଥା ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେତେକ କର୍ପୋରେଟ୍ ସଂସ୍ଥାକୁ ଦିଆଯାଇଥିବା ଋଣ ଏବଂ କପୁରଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଲାଞ୍ଚ ହିସାବରେ କିଛି ରାଶି ଜମା ହୋଇଥିବା ନେଇ ରାଣାଙ୍କ ଭୂମିକା ଉପରେ ମଧ୍ୟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଅନୁସନ୍ଧାନ କରୁଛି।

ୟେସ୍ ବ୍ୟାଙ୍କର ଦେଶରେ ହଜାରେରୁ ଅଧିକ ଶାଖା ଓ ୧୮ଶହରୁ ଅଧିକ ଏଟିଏମ ରହିଛି ।

Share

Leave a Reply

Your email address will not be published. Required fields are marked *

18 − four =