ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ୍‌ଙ୍କ ଦ୍ୱାରା ଅହମ୍ମଦାବାଦରେ ଆକ୍ସିସ୍ ବ୍ୟାଙ୍କର ୫୦୦୦ତମ ଶାଖା ଉଦ୍‌ଘାଟିତ

 ସାରା ଦେଶରେ ଆଉ ୧୦୦ରୁ ଅଧିକ ଶାଖା ଉଦ୍‌ଘାଟିତ
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦଠାରେ ଏହାର ୫୦୦୦ତମ ଶାଖା ଖୋଲାଯିବା ସହ ବ୍ୟାଙ୍କ ଏକ ଐତିହାସିକ ମାଇଲଖୁଂଟ ହାସଲ କରିଛନ୍ତି । ଏହି ଶାଖାକୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ୍ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଶ୍ରୀ ଅମିତାଭ ଚୌଧୁରୀ ଓ ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ତଥା ବ୍ରାଂଚ ବ୍ୟାଙ୍କିଂ, ରିଟେଲ୍ ଲାଇବିିିଲିଟି ଓ ପ୍ରଡକ୍ଟସ୍ ମୁଖ୍ୟ ଶ୍ରୀ ରବି ନାରାୟଣନ ଉପସ୍ଥିତ ଥିଲେ । ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଆଜି ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଆଉ ୧୦୦ରୁ ଅଧିକ ଶାଖା ଖୋଲାଯାଇଛି ।

ଅହମ୍ମଦାବାଦରେ ଆକ୍ସିସ୍ ବ୍ୟାଙ୍କର ୫୦୦୦ତମ ଶାଖା ଖୋଲାଯିବାର ଆହୁରି ଅନେକ ଗୁରୁତ୍ୱ ରହିଛି । କାରଣ ୨୯ ବର୍ଷ ପୂର୍ବେ ବ୍ୟାଙ୍କର ପ୍ରଥମ ଶାଖାକୁ ୟୁଟିଆଇ ବ୍ୟାଙ୍କ ଭାବେ ୧୯୯୪ରେ ସମାନ ସହରରେ ଖୋଲାଯାଇଥିଲା । ସେହି ଶାଖାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଉଦଘାଟନ କରିଥିଲେ ।

ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଶ୍ରୀ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଏହି ମାଇଲଖୁଂଟ ଆକ୍ସିସ୍ ବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି । ପ୍ରଥମ ଶାଖାରୁ ୫୦୦୦ତମ ଶାଖା ପର୍ଯ୍ୟନ୍ତ ଆମେ ଅଭିବୃଦ୍ଧି ଓ ପ୍ରଗତିର ଏକ ଚକ୍ର ପୂର୍ଣ୍ଣ କରିଛୁ । ଏହି ବର୍ଷଗୁଡ଼ିକରେ ଆମେ ସାରା ଦେଶରେ କେବଳ ମେଟ୍ରୋ ଓ ସହରାଚଂଳ କ୍ଷେତ୍ର ନୁହେଁ, ଗ୍ରାମୀଣ ଅଂଚଳ, ପାହାଡ଼ିଆ ଅଂଚଳ, ସୀମାବର୍ତୀ ଅଂଚଳ ଏବଂ କେତେକ ଅସମ୍ଭବ ସ୍ଥାନରେ ଶାଖା ଖୋଲିଛୁ ଯାହା ଫଳରେ ଆମେ ସେବା ପ୍ରଦାନ କରିବାକୁ ଚାହୁଥିବା ଭାରତରେ ପହଂଚିପାରିଛୁ । ପ୍ରତିଟି ନୂଆ ଶାଖା ଆମକୁ ଅର୍ଥନୈତିକ ଅଭିବୃଦ୍ଧି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଗୋଷ୍ଠୀ ସଶକ୍ତୀକରଣ ଏବଂ ଅସଂଖ୍ୟ ଭାରତୀୟଙ୍କ ଜୀବନକୁ ସ୍ପର୍ଶ ଓ ରୂପାନ୍ତରୀତ କରିବାର ଲକ୍ଷ୍ୟ ଆଡ଼କୁ ନିକଟତର କରାଇଛି ।”

୨୦୨୩ ଜୁନ୍ ୩୦ ସୁଦ୍ଧା ସାରା ଭାରତରେ ଆକ୍ସିସ୍ ବ୍ୟାଙ୍କର ୪,୯୪୫ ଶାଖା, ୯,୪୩୪ ଏଟିଏମ୍ ଏବଂ ୬,୩୧୭ ରିସାଇକ୍ଲର ରହିଛି । ବ୍ୟାଙ୍କର ୨୯% ଶାଖା ମେଟ୍ରୋ, ୨୩% ସହରାଚଂଳ, ୩୧% ଅର୍ଧ ସହରାଚଂଳ ଓ ୧୭% ଶାଖା ଗ୍ରାମାଚଂଳରେ ରହିଛି । ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ପହଂଚାଇବା ଲାଗି ଏହା ୨୨୫୦ ଭାରତ ବ୍ୟାଙ୍କିଙ୍ଗ ଶାଖା ଓ ୬୧,୮୦୦ ଜନ ସେବା କେନ୍ଦ୍ର-ଭିଏଲ୍‌ଇ ମୂତୟନ କରିଛି ।

ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ତଥା ବ୍ରାଂଚ ବ୍ୟାଙ୍କିଂ, ରିଟେଲ୍ ଲାଇବିିିଲିଟି ଓ ପ୍ରଡକ୍ଟସ୍ ମୁଖ୍ୟ ଶ୍ରୀ ରବି ନାରାୟଣନ କହିଛନ୍ତି ଯେ, ‘ଆକ୍ସିସ୍ ବ୍ୟାଙ୍କ ତଥା ଆମ ସମସ୍ତଙ୍କ ପାଇଁ ଏହା ହେଉଛି ଏକ ଗର୍ବର ମୁହୂର୍ତ । ଏହି ୫୦୦୦ତମ ଶାଖା ଖେଲିବା ହେଉଛି ଆମର ବିଶ୍ୱାସ, ପ୍ରତିବଦ୍ଧତା, ସମର୍ପଣ ଓ ଉତ୍କର୍ଷ ଯାତ୍ରା ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି । ଗ୍ରାହକମାନଙ୍କ ନିକଟରେ ବ୍ୟାଙ୍କ ସେବା ପହଂଚାଇବା ଲାଗି ଆଜି ଆମେ ଆଉ ୧୦୦ରୁ ଅଧିକ ନୂଆ ଶାଖା ସାରା ଦେଶରେ ଖୋଲିଥିବା ବିଷୟରେ ଖୁସିର ସହ ଘୋଷଣା କରୁଛୁ । ଆମେ ଆଗକୁ ବଢ଼ୁଥିବା ବେଳେ ଆମ ଲୋକ ବଳ ଓ ଡିଜିଟାଇଜେସନ ସହିତ ଗ୍ରାହକଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ଆଶାକୁ ପୂରଣ କରିବାକୁ ଚାହିରହିଛୁ ।”

Share

Leave a Reply

Your email address will not be published. Required fields are marked *

ten − 9 =